www.samajalive.in
Tuesday, December 9, 2025
15.1 C
Bhubaneswar

ବେଆଇନ ଗୋଶାଳା ହଟାଇବା ପାଇଁ ଦାବିପତ୍ର

ନବରଙ୍ଗପୁର: ନବରଙ୍ଗପୁର ପୌରାଞ୍ଚଳର ଇଚ୍ଛାବତିଗୁଡ଼ା ସାହି ବାସିନ୍ଦା ଯିବାଆସିବା ରାସ୍ତାରେ ବେଆଇନ ଗୋ ଶାଳ ଉଚ୍ଛେଦ କରିବା ସହ ରାସ୍ତା ନିର୍ମାଣ କରିବା ନେଇ ଏକ ଦାବିପତ୍ର ପୌର ନିର୍ବାହୀ ଅଧିକାର ଗୌର ଚନ୍ଦ୍ର ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି । ଦାବି ପତ୍ର ଅନୁଯାୟୀ ଆଜିକୁ ପ୍ରାୟ ୩୦ ବର୍ଷ ପୂର୍ବେ ଜମି ମାଲିକାଣୀ ସ୍ବର୍ଗତ ପାର୍ବତୀ ଦୋରା ମୋଟ ୧ ଏକର ୨୮ ସେଣ୍ଟ ଜମିକୁ ପ୍ଳଟିଂ କରି ବିକ୍ରୀ କରିଥିଲେ । ସେଥିରୁ ଲୋକମାନଙ୍କ ଯାତାୟତ କରିବା ପାଇଁ ଖାତା ନଂ ୪୭୭/୩୫୬ , ପ୍ଲଟ ନମ୍ବର ୭୧୦ ରୁ ୧୮ ଫୁଟ , ୧୫ ଫୁଟ , ୧୨ ଫୁଟ ଓ ୨୩ ଫୁଟ ଓସାରିଆ ଲିଙ୍କ ରାସ୍ତା ଛଡାଯାଇଥିଲା । ଚାରିଟି ଲିଙ୍କ ରୋଡ ମଧ୍ୟରୁ ତିନୋଟି ପୌରପଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଛି । ଜୟନ୍ତୀ ଗନ୍ତାୟତଙ୍କ ଖାଲି ଜାଗାକୁ ଲାଗି ୨୩ ଫୁଟ ଓସାରିଆ ଲିଙ୍କ ରୋଡ ବ୍ୟବହାର ନ ହୋଇ ପଡ଼ିରହିଛି । ସାହି ବାସିନ୍ଦାଙ୍କ ନିକଟରେ ଥିବା ଏକ ଲିଙ୍କ ରୋଡ ଦେଇ ଲୋକେ ଯାତାୟାତ କରୁଥିଲେ।

ଉକ୍ତ ରାସ୍ତା ଦେଇ ସ୍କୁଲ , ଟିଉସନ ଛାତ୍ର ଛାତ୍ରୀ , ସାହି ବାସିନ୍ଦା ଓ ଇଛାବତିଗୁଡାର ଶହ ଶହ ଲୋକ ପ୍ରତିଦିନ ଯାତାୟାତ କରୁଥିଲେ । କିନ୍ତୁ କିଛି ମାସ ହେବ ଲିଙ୍କ ରୋଡ ପାଖ ଥିବା ଘର ମାଲିକ ଏହି ଲିଙ୍କ ରୋଡକୁ ବନ୍ଦ କରିଦେବା ସହ ଏକ ଗାତ ଖୋଳି ରାସ୍ତା ଅବରୋଧ କରିଛି । ଯଦ୍ୱାରା ସାହିର ସ୍କୁଲ ଛାତ୍ର ଛାତ୍ରୀ ଓ ସାହି ବାସିନ୍ଦା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମେପ ରେ ଛଡାଯାଇଥିବା ୨୩ ଫୁଟ ଓସାରିଆ ଖାଲି ଜାଗାକୁ ରାସ୍ତା ରୂପେ ବ୍ୟବହାର କରିବା ପାଇଁ ସାହି ବାସିନ୍ଦା ମିଳିମିଶି ଚାନ୍ଦା ଆଦାୟ କରି ଖାଲି ଥିବା ସ୍ଥଳରେ ମାଟି ପକାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରିବାରେ ଲାଗିଛନ୍ତି । କିନ୍ତୁ ଉକ୍ତ ରାସ୍ତାରେ ଶ୍ରୀଧର ସାହୁ ନାମକ ବ୍ୟକ୍ତି ଗୋରୁ ଶାଳ ନିର୍ମାଣ କରି ରାସ୍ତାଟିକୁ ଅବରୋଧ କରିଛନ୍ତି । ଯଦ୍ୱାରା ଏହି ରାସ୍ତା ଦେଇ ଗାଡ଼ି ,ମୋଟର ଓ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସର୍ବସାଧାରଣଙ୍କ ନିମନ୍ତେ ମେପ ଅନୁସାରେ ଛଡ଼ାଯାଇଥିବା ୨୩ ଫୁଟ ରାସ୍ତାରେ ବେଆଇନ ଭାବେ ଅସ୍ଥାୟୀ ଗୋରୁଶାଳ ଉଠାଇବା ସହ ପୌରପାଳିକା ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ସାହି ବାସିନ୍ଦା ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ କାଉନସିଲର ସୁଧୀର ମହାପାତ୍ର , ଏ .ସତିଶ, ସତ୍ୟନାରାୟଣ ସାହୁ , ରବୀନ୍ଦ୍ର କୁମାର ସାହୁ , ସୁବାସ ଚନ୍ଦ୍ର ସାହୁ , ଜଗନ୍ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories