www.samajalive.in
Monday, December 8, 2025
14.1 C
Bhubaneswar

ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ରେଙ୍ଗାଲିକ୍ୟାମ୍ପ: ମହାମାରି କରୋନା ଯୋଗୁ ଆଜି ଅଗଣିତ ଜୀବନ ଚାଲିଯାଉଛି। କରୋନରୁ ମୁକ୍ତି ପାଇଁ ଆମେ ଲକଡାଉନ ନିୟମ ମାନିବା ବିଧେୟ। ସେଥିପ୍ରତି ପ୍ରତ୍ୟେକ ବ୍ୟକ୍ତି ସଚେତନ ହେବl ଆବଶ୍ୟକ। କିନ୍ତୁ ରକ୍ତ ଅଭାବରେ କୌଣସି ଜୀବନ ନଷ୍ଟ ନ ହେଉ ସେଥିପ୍ରତି ଆମେ ଯତ୍ନବାନ ହେବା ନିହାତି ଜରୁରୀ। ତେଣୁ ରକ୍ତଦାନ ମହତ୍ ଦାନ କରି ଆମେ ଅମୂଲ୍ୟ ଜୀବନ ବଞ୍ଚେଇ ପାରିବା। ବର୍ତ୍ତମାନ ଦେଖାଯାଉଥିବା ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏବଂ ମୁଖ୍ୟଅତିଥି ମାନ୍ୟବର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅତାବିରା ବ୍ଲକ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଜଙ୍ଗଲ ବାରପାହାଡ ଘେରା ରୁନିପାଳିର ଜୟ ହିନ୍ଦ୍ ଯୁବକ ସଂଘ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ଭାବେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ଗୌର ହରି ମିଶ୍ର, ବରଗଡ ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଯୋଗଦେଇ ରକ୍ତଦାତାମାନଂକୁ ଓ ଆୟୋଜକ ମଣ୍ଡଳୀକୁ ଉତ୍ସାହିତ କରିବା ସହିତ ଧନ୍ୟବାଦ ଦେଇଥିଲେ। ଏଥି ସହିତ ସ୍ଥାନୀୟ ଅତିଥି ଭାବେ ଅତାବିରା ବ୍ଲକ ଅଧ୍ୟକ୍ଷ ରିତା ସାହୁ, ସଂଘର ସଭାପତି ଦୀପକପ୍ରଧାନ, ସଂଘର ଉପ ସଭାପତି ବିମଳ ମିଞ୍ଜ, ସଂଘର ସଂପାଦକ ଅରୁଣ ବରିହା, ସଙ୍ଘର ସଚିବ କ୍ଷୀରୋଦ୍ର ପ୍ରଧାନ, ଜିଲ୍ଲା ସମ୍ପାଦକ ବିଜୁ ଯୁବ ଜନତା ଦଳ ଗଣେଶ ସାହୁ, ଖରମୁଣ୍ଡା ପଂଚାୟତର ଯୁବ ସଭାପତି ବିଷ୍ନୁଦେବ ନାୟକ, ଟାଙ୍ଗରପାଳିର ସରପଞ୍ଚ ଧନପତି ବାଦି, ବରିଷ୍ଠ ନେତା ସଂସାର ପ୍ରଧାନ, ବାବୁଲାଲ୍ ବରିହା, ରୀଙ୍କୁ ଭୁଏ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories