www.samajalive.in
Tuesday, December 9, 2025
23.1 C
Bhubaneswar

ନାବାଳିକା ବଳାତ୍କାରକୁ ନେଇ ହିଂସା

ନୂଆଦିଲ୍ଲୀ : ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳରେ ଜଣେ ନାବାଳିକାକୁ ବଳାତ୍କାର ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀମାନେ ହିଂସାକାଣ୍ଡ ଘଟାଇବାରୁ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହା ସହିତ ଗାଡି ମୋଟର ଭଙ୍ଗାରୁଜା କରାଯାଇଛି। ହିଂସାକାଣ୍ଡ ଘଟାଇବା ଅଭିଯୋଗରେ ପୁଲିସ ୨୦ଜଣ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ଡିସିପି ଦେବେନ୍ଦ୍ର ଆର୍ଯ୍ୟଙ୍କ କହିବା ଅନୁଯାୟୀ ଶୁକ୍ରବାର ରାତିରେ ରଙ୍ଗପୁରି ପ୍ରହରୀ ଅଞ୍ଚଳର ବହୁ ସଂଖ୍ୟକ ଲୋକ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ବସନ୍ତକୁଞ୍ଜସ୍ଥିତ ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ୧୧ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ଗିରଫ ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ପୁଲିସ କହିଥିଲା ଯେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୁଲିସର କହିବା ସତ୍ତ୍ବେ ବିକ୍ଷୋଭକାରୀମାନେ ରାସ୍ତା ଅବରୋଧରୁ ହଟି ନଥିଲେ; ଫଳରେ ପୁଲିସ ଲାଠି ମାଡ କରିଥିଲା। ପୁଲିସର ଲାଠିମାଡ ଦେଖି ବିକ୍ଷୋଭକାରୀମାନେ ଟେକା ପଥର ମାଡ କରିଥିଲେ। ଏଥିରେ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ଦୁଇଜଣ ଏସିପି, ଦୁଇଜଣ କନଷ୍ଟେବଳ, ଜଣେ ଏଏସଆଇ, ଜଣେ ହେଡ କନଷ୍ଟେବଳ ଓ ୪ଜଣ କନଷ୍ଟେବଳ ଅଛନ୍ତି। ବିକ୍ଷୋଭକାରୀମାନେ ୧୧ଟି ଘରୋଇ ଗାଡି ଓ ଗୋଟିଏ ପୁଲିସ ଗାଡିକୁ ଭାଙ୍ଗି ଦେଇଛନ୍ତି। ଅଗଷ୍ଟ ୨୨ରେ ନାବାଳିକା ଜଣଙ୍କୁ ବଳାତ୍କାର ହୋଇଥିଲା। ଏହି ଘଟଣାରେ ଶୁକ୍ରବାର ପୁଲିସ ପ୍ରକାଶ ନାମକ ଅଭିଯୁକ୍ତକୁ ଗିରଫ କରିଛି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories