www.samajalive.in
Sunday, December 7, 2025
14.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ରେଙ୍ଗାଲି କ୍ୟାମ୍ପ : ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ବରଗଡ଼ ଜିଲ୍ଲା ଅତାଵିରା ଏନ୍ ଏ ସି ସ୍ଥିତ ୫୩ ନମ୍ୱର୍ ଜାତୀୟ ରାଜପଥ ଦଫେଡେରା ସମ୍ମୁଖରେ ନିଜ ଘର ବରଗଡ଼ ଅଭିମୁଖେ ବାଇକ୍ ରେ ଯାଉଥିବା ଘୁଲିପାଲି ର ନିହାର ରଞ୍ଜନ ପଟ୍ଟନାୟକ(୩୫) ଦିଭାଇଡର ରେ ଧକ୍କା ହୋଇ ଛିଟିକି ପଡ଼ି ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସେ ନିଜ ବାଇକ୍ ରେ ସମ୍ବଲପୁର ପଟରୁ ନିଜ ଘରକୁ ଫେରୁଥିଲେ।
ଘଟଣାର ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକ ର ଶରୀରକୁ ଡାକ୍ତରଖାନା କୁ ଆଣିଥିଲେ । କିନ୍ତୁ ଯୁବକର ସମ୍ପୁର୍ଣ୍ଣ ପରିଚୟ ମିଳି ନଥିବା ଯୋଗୁଁ ଦୀର୍ଘ ଚାରି ଘଣ୍ଟା ଧରି ମୃତ ଶରୀର ଟି ଡାକ୍ତରଖାନାରେ ପଡ଼ି ରହିଥିଲା। ପୁଲିସ ବହୁତ୍ ତଦନ୍ତ କରି ପରିଚୟ ପାଇଲା ପରେ ଶବ ବ୍ୟବଚ୍ଛେଦ ପାଇଁ ଗୋଟିଏ ଅଟୋରିକ୍ସାରେ ପରିବାର ତଥା ଥାନାର କର୍ମଚାରୀଙ୍କ ଉପସ୍ଥିତିରେ ଥାନା ଅଧିକାରୀ ଦିଲିପ୍ ବେହେରା ଯୁବକର ମୃତ ଶରୀରକୁ ଅଟୋରେ ରଖି ବରଗଡ଼କୁ ପଠାଇଥିଲେ । ଏ ନେଇ ଅତାବିରା ପୁଲିସ ତଦନ୍ତ ଜାରି ରଖିଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories