www.samajalive.in
Monday, December 8, 2025
14.1 C
Bhubaneswar

ନୟାଗଡ଼ ଜିଲାରେ ବାରମ୍ବାର ଶିଶୁ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ନିନ୍ଦନୀୟ, ଅଭିଯୁକ୍ତ ବିରୁଦ୍ଧରେ ହେଉ କଠୋର କାର୍ଯ୍ୟାନୁଷ୍ଠାନ: ବିଜେପି

ଭୁବନେଶ୍ୱର:ରାଜ୍ୟରେ ଶିଶୁ ହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇଚାଲିଛି। ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଶିଶୁ ହତ୍ୟାକାଣ୍ଡ ଘଟଣା ଜନମାନସକୁ ଦୋହାଲାଇ ଦେଉଛି। ଅତୀତ ଘଟଣାରୁ ରାଜ୍ୟ ସରକାର ଏବଂ ପ୍ରଶାସନ କୈାଣସି ଶିକ୍ଷା ଲାଭ କରୁନାହାନ୍ତି। ଅନ୍ୟ ପଟେ ଶାସକ ବିଜୁ ଜନତା ଦଳର ଅପାରଗତା ଓ ଅସମ୍ବେଦନହୀନତା ମନୋଭାବ କାରଣରୁ ରାଜ୍ୟରେ ମାଁ, ଭଉଣୀ ଏବଂ ଶିଶୁମାନଙ୍କ ପ୍ରତି ଅତ୍ୟାଚାର କ୍ରମଶଃ ବୃଦ୍ଧି ପାଇଚାଲିଛି। ତେଣୁ ନୟାଗଡ଼ ଜିଲାରେ ବାରମ୍ବାର ଶିଶୁ ହତ୍ୟାକାଣ୍ଡ ଘଟଣା ଅତ୍ୟନ୍ତ ନିନ୍ଦନୀୟ। ତେବେ ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ନୟାଗଡ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଅର୍ଚ୍ଚନା ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧିଦଳ ମୃତା ବେବୀର ପରିବାରକୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ଅଭିଯୁକ୍ତ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ବିହୀତ ପଦକ୍ଷେପ ନେବା ପାଇଁ ପୁଲିସ ଓ ପ୍ରଶାସନ ନିକଟରେ ସେମାନେ ଦାବି କରିଛନ୍ତି। ଏଥିସହ ମୃତ ଶିଶୁକନ୍ୟାର ପରିବାରକୁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ଦାବି ଜଣାଇଛନ୍ତି। ଏହି ପ୍ରତିନିଧି ଦଳରେ ସସ୍ମିତା ମିଶ୍ର, ରୁବି ମିଶ୍ରଙ୍କ ସମେତ ବହୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି ଯେ ବହୁଚର୍ଚ୍ଚିତ ନୟାଗଡ ଜିଲା ପରୀ ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଶାସକ ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ତଥା ନୟାଗଡ ବିଧାୟକ ଅରୁଣ ସାହୁଙ୍କ ନିଜ ନିର୍ବାଚନମଣ୍ଡଳୀରେ ଶିଶୁ ହତ୍ୟାକାଣ୍ଡ କ୍ରମାଗତ ବୃଦ୍ଧି ପାଇଚାଲିଥିବାବେଳେ ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ନଥିବାରୁ ଅପାରାଧୀଙ୍କ ମନରେ ପ୍ରଶାସନ ଏବଂ ଆଇନ ପ୍ରତି କୈାଣସି ଭୟ ନାହିଁ। ଏହି କାରଣରୁ ଅପରାଧୀମାନେ ଏଭଳି ଜଘନ୍ୟ ଅପରାଧ ଭିଆଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

 

- Advertisement -

ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ପରେ ପୁଣି ଏକ ହୃଦୟ ବିଦାରକ ଶିଶୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ନୟାଗଡ ଜିଲା ବାଣିଗୋଛା ଥାନା ଅନ୍ତର୍ଗତ ନୂଆଗାଁର କୁନି ଝିଅ ବେବୀ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯିବା ଏବଂ ଏହାର ୫ଦିନ ପରେ ଏକ ନିଛାଟିଆ ଜଙ୍ଗଲରେ ତାର ମୃତ ଦେହ ଗଳିତ ଅବସ୍ଥାରେ ଠାବ ହେବା ପୁଣି ଥରେ ପରୀ ହତ୍ୟାକାଣ୍ଡକୁ ମନେ ପକାଇ ଦେଇଛି। ବିଳମ୍ବରେ ହେଉ ପଛେ ପୁଲିସ ଅପରାଧୀକୁ ଧରିଥିବାର କହିଛି। କିନ୍ତୁ ଏଭଳି ଘଟଣା ବାରମ୍ବାର ହେବା ଅତ୍ୟନ୍ତ ନିନ୍ଦନୀୟ ଏବଂ ପ୍ରଶାସନର ବିଫଳତାକୁ ପଦାରେ ପକାଇଛି ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି।
ସର୍ଭେ ଅନୁଯାୟୀ ନୟାଗଡ ଜିଲାରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ହାର ବହୁତ କମ୍। ଅତୀତରେ କନ୍ୟା ଭୃଣ ହତ୍ୟାକୁ ନେଇ ସମଗ୍ର ଦେଶରେ ନୟାଗଡ ଚର୍ଚ୍ଚାର ବିଷୟ ହୋଇଥିଲା। ଏହା ସତ୍ୱେ ଜିଲ୍ଲାରେ ବାରମ୍ବାରା ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ତାଙ୍କ ଉପରେ ଅତ୍ୟାଚାର ହ୍ରାସ ପାଉନାହିଁ। ଏହା ଜିଲାର ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ପୁଲିସ ବିଭାଗର ‘ଡଗ୍ ସ୍କାଡ୍’କୁ ସଠିକ୍ ଭାବେ ପ୍ରଶିକ୍ଷଣ ଦିଆଯାଉନଥିବା କାରଣରୁ ଏଭଳି ଜଘନ୍ୟ ଘଟଣାରେ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହେଉଛି ବୋଲି ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories