www.samajalive.in
Tuesday, December 9, 2025
15.1 C
Bhubaneswar

ବାରବାଟୀ ଷ୍ଟାଡିୟମ୍‌ ଟ୍ରାକ୍‌କୁ ମାପିଥିଲେ ମିଲ୍‌ଖା

କଟକ: କଟକ ସହର ସହ ମିଲ୍‌ଖା ସିଂହଙ୍କ ସମ୍ପର୍କ ଅତ୍ୟନ୍ତ ନିଆରା। ୧୯୫୭ରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଜାତୀୟ ଦୌଡ଼କୁଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କ୍ରୀଡ଼ାରେ ମିଲ୍‌ଖା ୨ଟି ନୂତନ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ଏଥିରେ ମିଲ୍‌ଖା ୪୦୦ମିଟର ଦୌଡ଼ରେ ଏସୀୟ ରେକର୍ଡ ପ୍ରତିଷ୍ଠା ସହ ସ୍ବର୍ଣ୍ଣ ବିଜୟୀ ହୋଇଥିଲେ। ପରେ ମିଲ୍‌ଖାଙ୍କ ମନରେ ସନ୍ଦେହ ରହିଥିଲା, ସତରେ ସେ ୪୦୦ ମିଟରରେ ଏସୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି କି ନାହିଁ। ତାଙ୍କ ମନକୁ ଆସିଥିଲା ଯେ ବାରବାଟୀ ଷ୍ଟାଡିୟମ୍‌ର ୪୦୦ ମିଟର ଟ୍ରାକ୍‌ ଛୋଟ ରହିଥିଲା। ଏହି ସନ୍ଦେହ ହଟାଇବା ଲାଗି ମିଲ୍‌ଖା ପରଦିନ ସକାଳୁ ଉଠି ଏକ ମାପିବା ଫିତା ଧରି ଷ୍ଟାଡିୟମ୍‌ର ଟ୍ରାକ୍‌କୁ ମାପିଥିଲେ। ମାପିବା ପରେ ବାରବାଟୀ ଷ୍ଟାଡିୟମ୍‌ର ୪୦୦ ମି. ଟ୍ରାକ୍‌ର ମାପ ଠିକ୍‌ ଅଛି ବୋଲି ଜାଣିବା ପରେ ମିଲ୍‌ଖାଙ୍କ ମନରେ ସନ୍ତୁଷ୍ଟି ଆସିଥିଲା।

ସେହିପରି ୧୯୫୮ରେ କଟକ​‌ରେ ୧୮ଶ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାର ୨୦୦ ଓ ୪୦୦ ମିଟର ଦୌଡ଼ ବାରବାଟୀ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିଲା। ମିଲ୍‌ଖା ତାଙ୍କର ୨ ପ୍ରିୟ ଇଭେଣ୍ଟ ୨୦୦ ଓ ୪୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ୨୦୧୬ରେ ଭୁବନେଶ୍ବରରେ ଆୟୋଜିତ ଏକଲବ୍ୟ ପୁରସ୍କାର ପ୍ରଦାନ ସମାରୋହରେ ଅତିଥି ଭାବେ ଯୋଗ ଦେଇଥିବା ଅବସରରେ ମିଲ୍‌ଖା କଟକ ଓ ବାରବାଟୀ ଷ୍ଟାଡ଼ିୟମ ସହ ରହିଥିବା ସମ୍ପର୍କକୁ ମନେ ପକାଇଥିଲେ। ଏସୀୟ ରେକର୍ଡ ସୃଷ୍ଟିକରିବା ପରେ ପରଦିନ ସକାଳୁ ବାରବାଟୀ ଷ୍ଟାଡ଼ିୟମ ମାପିବା କଥାକୁ ମନେ ପକାଇଥିଲେ।

- Advertisement -

ମିଲ୍‌ଖାଙ୍କ ବିୟୋଗରେ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନର ଶୋକ

କିମ୍ବଦନ୍ତୀ ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ମିଲ୍‌ଖାଙ୍କ ଦେହାନ୍ତ ଭାରତୀୟ କ୍ରୀଡ଼ା ଦୁନିଆ ପାଇଁ ଅପୂରଣୀୟ କ୍ଷତି ବୋଲି ଓଓଏ ପକ୍ଷରୁ ଶୋକବାର୍ତ୍ତାରେ କୁହାଯାଇଛି। ଓଓଏ ସମ୍ପାଦକ ଅଭିଜିତ ପାଲ୍‌, ସଭାପତି ଜଗମୋହନ ପଟ୍ଟନାୟକ, କୋଷାଧ୍ୟକ୍ଷ ଅଧିପ ଦାସ, ଓଡ଼ିଶା ଦୌଡକୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶକରି ସହ ମିଲ୍‌ଖାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories