www.samajalive.in
Sunday, December 7, 2025
13.1 C
Bhubaneswar

ହାଇକୋର୍ଟରୁ ମିଳିଲା ଜାମିନ, ମୁକୁଳିବେ ଅଭୟ ପାଠକ

ଭୁବନେଶ୍ବର: ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ। ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ଦେଲେ ହାଇକୋର୍ଟ। ୨ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁରୀ ହୋଇଛି ବୋଲି ଅଭୟଙ୍କ ପାଇଁ ଲଢୁଥିବା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ମିଳିଛି। ମୋଟ ୩ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ବୋଲି ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ଆଇଏଫ୍‌ଏସ ଅଭୟ ପାଠକଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ବୈଦ୍ୟନାଥପୁର ଥାନା ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପକ୍ଷରୁ ଜାମିନ ମଞ୍ଜୁର କରାଯାଇଛି। ସମସ୍ତ ୩ଟି ମାମଲାରେ ଜାମିନ ପାଇଗଲେ ଅଭୟ ପାଠକ। ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ତଥା ଠକେଇ ଅଭିଯୋଗରେ ଆଇଏଫଏସ ଅଭୟ ପାଠକ ଓ ପୁଅ ଆକାଶ ପାଠକ ଗତ ବର୍ଷ ଗିରଫ ହୋଇଥିଲେ। ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାମରେ ହୋଇଥିବା ଠକେଇ ଅଭିଯୋଗରେ ଆଇଏଫ୍‌ଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କୁ ପୂର୍ବରୁ ହାଇକୋର୍ଟରୁ ଜାମିନ ମିଳିଥିଲା। ତେବେ ଅନ୍ୟ ମାମଲା ବିଚାରାଧୀନ ଥିବାରୁ ପାଠକ ବାପାପୁଅ ଜେଲରେ ଥିଲେ। ହେଲେ ଆଜି ଅଭୟ ପାଠକଙ୍କୁ ଜାମିନ ମିଳଥିବାରୁ ସେ ଜେଲରୁ ମୁକୁଳିବା ଏକପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି।

 

- Advertisement -

ଅଭୟକାନ୍ତ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍ କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ। ନିଜକୁ ଟାଟା ମୋଟର୍ସର ପରିଚାଳନା ନିର୍ଦେଶକ ରୂପେ ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲାର ବହୁ ଯୁବକ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗହୋଇଥିଲା। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଉଭୟ ପାଠକ ବାପପୁଅଙ୍କ ସମ୍ପତ୍ତି, ଦାମୀ ଗାଡ଼ି, ଦେଶର ବିଭିନ୍ନ ସ୍ଥାନରେ ଫ୍ଲାଟ, ଚାଟାର୍ଡ ଫ୍ଲାଇଟରେ ଉଡ଼ାଣ, ତଥା ସଉକ ଆଦି ଦେଖି ଭିଜିଲାନ୍ସ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଉଭୟ ଅଭୟ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଥିଲା। ଏହାରି ଭିତରେ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି। ଅପରପକ୍ଷରେ ଆକାଠ ପାଠକଙ୍କ ନାମରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ନାମଞ୍ଜୁର ହୋଇଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories