www.samajalive.in
Sunday, December 7, 2025
14.1 C
Bhubaneswar

ବିଦ୍ୟାଳୟ ଜମିରେ ନିଜସ୍ୱ ଶୌଚାଳୟ ନିର୍ମାଣ ନେଇ ଗ୍ରାମବାସୀଙ୍କ ଅଭିଯୋଗ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର କେନ୍ଦୁଗୁଡା ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟର ଶୌଚାଳୟକୁ ଭାଙ୍ଗି ଶିକ୍ଷକ ନିଜସ୍ୱ ଶୌଚାଳୟ କରୁଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟ ୧୯୬୩ ମସିହାରେ ପ୍ରତିଷ୍ଠା ହୋଇଥିଲା। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଦୁଇଜଣ ଶିକ୍ଷକ ନିଯୁକ୍ତି ଦିଆଯାଇଛି । ଗୋପାଳ ଚନ୍ଦ୍ର ପାଢ଼ୀ ପ୍ରଧାନ ଶିକ୍ଷକ ଭାବେ ଦାଇତ୍ୱ ତୁଲାଉଥିବା ବେଳେ ଅନ୍ୟ ଜଣେ ସହ ଶିକ୍ଷକ ନିତ୍ୟାନନ୍ଦ ନାଥ ରହିଛନ୍ତି । ଉକ୍ତ ବିଦ୍ୟାଳୟ ବହୁ ପୁରୁଣା ଭଗ୍ନ ଅବସ୍ଥାରେ ରହିଥିବାରୁ ସେହି ବିଦ୍ୟାଳୟ ପାଖରେ ନୂତନ କୋଠା ନିର୍ମାଣ କରାଯାଇଥିଲା। ପୁରୁଣା ବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶୌଚାଳୟ ରହିଥିଲା। ଉକ୍ତ ଶୌଚାଳୟ କୁ ଭାଙ୍ଗି ପୁରୁଣା ବିଦ୍ୟାଳୟର ପଛ ଭାଗରେ ରାମାମୁର୍ତ୍ତୀ କୌଶଲ୍ୟା ରହିଆସୁଛନ୍ତି। ପୁରୁଣା ସରକାରୀ ବିଦ୍ୟାଳୟ କାର୍ୟ୍ୟରେ ଲାଗୁନଥିବା ସୁଯୋଗ ନେଇ ଉକ୍ତ ବିଦ୍ୟାଳୟର ଭୂମିକୁ ନିଜ ଅଧୀନରେ କରିବା ପାଇଁ ଯୋଜନା କରୁଥିବା ବେଳେ ପ୍ରଥମେ ଶୌଚାଳୟକୁ ବଡ ପୁଅ ପ୍ରଶାନ୍ତ କୌଶଲ୍ୟା ଜେସିବିରେ ଭାଙ୍ଗି ଦେଇ ସେହି ସ୍ଥାନରେ ନିଜସ୍ୱ ଶୌଚାଳୟ ନିର୍ମାଣ କରୁଥିବାରୁ ଏହାକୁ ନେଇ ଗ୍ରାମବାସୀ ବିରୋଧ କରିଥିଲେ। ବିଦ୍ୟାଳୟ ଶିକ୍ଷକ ଉକ୍ତ ପରିବାରକୁ ତାଗିଦ କରିଥିଲେ କିନ୍ତୁ ସେହି ପରିବାର ଗ୍ରାମବାସୀ ଓ ଶିକ୍ଷକକୁ ଭୟଭୀତ କରାଇ ଜୋର ଜବରଦସ୍ତ ଶୌଚାଳୟ ନିର୍ମାଣ କରିଚାଲିଛନ୍ତି । ଶେଷରେ ଗ୍ରାମବାସୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ।

- Advertisement -

ଘଟଣା ସ୍ଥଳକୁ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଖବର ସଂଗହ କରିବା ସମୟରେ ରାମାମୁର୍ତ୍ତୀଙ୍କ ସାନ ପୁଅ ବସନ୍ତ କୌଶଲ୍ୟା ଜଣେ ଶିକ୍ଷକ ହୋଇ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ନାଲି ଆଖି ଦେଖାଇବା ସହ ପ୍ରତିନିଧିଙ୍କ ଫୋଟୋ ଓ ଭିଡିଓ ଉଠାଇ ଥିଲେ।  ବସନ୍ତ କହିଥିଲେ ଯେ ଏହା ଆମର ଜମି, ତୁମେ ଯାହା କରୁଛ କର। ଆମର କିଛି ହେବ ନାହିଁ ବୋଲି କହିଛନ୍ତି । ଏହାକୁ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ପାଢ଼ୀ ଓ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଖଗ ପାତ୍ର ଗତ ୧୧ତାରିଖରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପତ୍ର ସଂଖ୍ୟା ୨୪/୨୧ରେ  ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏ ବିଷୟରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମୋହନ ରାଓ କଣ୍ଡା ଗିରିଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ କହିଲେ ଯେ ଏବିଷୟରେ ଜିଲା ଶିକ୍ଷା ଅଧିକାରୀ ହରିହର ମହାପାତ୍ରଙ୍କୁ ଜଣାଇବା ପରେ ତଦନ୍ତ ଦାଇତ୍ୱ ଦେଇଥିବା କହିଛନ୍ତି । ଉଲ୍ଲେଖ ଥାଉକି ଗୋଟିଏ ପଟେ ଉକ୍ତ ଶୌଚାଳୟ କରୁଥିବା ପରିବାର ବିଦ୍ୟାଳୟ ଜମି ନିଜର ବୋଲି କହୁଥିବା ବେଳେ ପ୍ରାୟ ୫୯ ବର୍ଷ ତଳର ବିଦ୍ୟାଳୟର କାଗଜ ପତ୍ର ନଥିବା ଶିକ୍ଷକ କହୁଛନ୍ତି। ତେବେ କେମିତି ବିନା କାଗଜ ପତ୍ରରେ ବେସରକାରୀ ଜମି ରେ ବିଦ୍ୟାଳୟ ତିଆରି କରାଗଲା ବୋଲି ସନ୍ଦେହ ସୃଷ୍ଟି ହେଉଛି। ଅନ୍ୟ ପଟେ ସରକାରୀ ଜମିରେ ବିଦ୍ୟାଳୟ ରହିଛି ବୋଲି କେନ୍ଦୁଗୁଡାବାସୀ କହୁଛନ୍ତି। ବିଦ୍ୟାଳୟ ନିକଟରେଥିବା ସବୁ ସରକାରୀ ଜମିକୁ ମଧ୍ୟ କିଛି ଲୋକ ଜବର ଦଖଲ କରି ଘର ବାନ୍ଧିଥିବା ଅଭିଯୋଗ ହୋଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories