www.samajalive.in
Sunday, December 7, 2025
14.1 C
Bhubaneswar

ଅଧିକ ନିଶା ପାଇଁ ଲାଇସେନ୍ସ ପ୍ରାପ୍ତ ଭାଟିରେ ସାହାଜ ପତ୍ର ପକାଇ ପ୍ରସ୍ତୁତ ହେଉଛି ମଦ 

ବୌଦ୍ଧ: କରୋନା ସଂକ୍ରମଣ ଯୋଗୁଁ ଲୋକମାନେ ନାହିଁ ନଥିବା କଷ୍ଟରେ ଚଳୁଥିବା ବେଳେ ରାଜ୍ୟ ସରକାର ଅନଲାଇନ ଜରିଆରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। କିନ୍ତୁ ଜିଲାରେ ଗ୍ରାମାଞ୍ଚଳରେ ଥିବା ଦେଶୀ ମଦଭାଟିଗୁଡିକ କୋଭିଡ ନିୟମ ନମାନି ମଦଭାଟି ଗୁଡିକରେ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ହରଭଙ୍ଗା ବ୍ଳକରେ ସମସ୍ତ ଦେଶୀ ଭାଟି ଓ ବିଦେଶୀ ମଦ ଦେକାନ ଆଗରେ ଲାଇନରେ ରହି ମଦ ବିକ୍ରି କରାଯାଉଛି। ମଦ ତିଆରି ଓ ବିକ୍ରି ପାଇଁ କିଛି ନିୟମ ଥିବାବେଳେ କିନ୍ତୁ ବୌଦ୍ଧ ଜିଲାରେ ଏସବୁ ନିୟମ କିଛି ମାନେ ନାହିଁ। ମଦଭାଟି କାର୍ଯ୍ୟକ୍ଷମ ହେବାକୁ ହେଲେ ସରକାରଙ୍କ ସମସ୍ତ ନିୟମ ଅନୁମୋଦନ ନିହାତି ଦରକାର। କିନ୍ତୁ ଅବକାରି ବିଭାଗର ଆଢୁଆଳରେ ମଦଭାଟି ଗୁଡିକ ନିୟମ ମାନୁୂନଥିବା ଜଣାପଡିଛି। ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ରାଣିଗଞ୍ଜଠାରେ ଚାଲିଥିବା ଭାଟିର ବୈଧତା ପ୍ରମାଣପତ୍ର ନଥିବାରୁ ଗତ ୨୭ ତାରିଖରେ ପ୍ରଦୁଷଣ ବୋର୍ଡ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରଯାଇଛି। ୧୫ ଦିନ ଭିତରେ ପକ୍ଷ ନରଖିଲେ ଭାଟିକୁ ସଂପୁର୍ଣ୍ଣ ସିଲ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉକ୍ତ ମଦଭାଟିରେ ଆବଶ୍ୟକୀୟ କାଗଜପତ୍ର ନଥିବାବେଳେ ଭାଟି ଚାଲୁରହିଥିଲେ ମଧ୍ୟ ଅବକାରୀ ବିଭାଗ ଚୁପ ରହିଛି। ଫଳରେ ଏହି ଭାଟିରେ ବ୍ୟାପକ ଭାବରେ ମଦ ଅପମିଶ୍ରିତ ହେଉଥିବା ଦେଖିବାକୁ ମିଳିଛି। ଦେଶୀ ଭାଟି ଗୁଡିକରେ ମହୁଲ ଦ୍ୱାରା ମଦ ପ୍ରସ୍ତୁତ କରାଯାଉଛି। କିନ୍ତୁ ଭାଟି ମାଲିକମାନେ ଅଧିକ ନିଶା ପାଇଁ ଉକ୍ତ ମଦରେ ବିଭିନ୍ନ ପ୍ରକାର ରାସାୟନିକ ସାର ଓ ବିଭିନ୍ନ ଗଛର ପତ୍ର ପକାଇ ମଦ ପ୍ରସ୍ତୁତ କରୁଛନ୍ତି। ଏହା ଯୋଗୁଁ ଲୋକଙ୍କ ଦେହ ଖରାପ ହେବା ସହ ବିଭିନ୍ନ ରୋଗରେ ପଡୁଛନ୍ତି। ରାଣିଗଞ୍ଜ ମଦଭାଟିରେ ସାହଜ ଗଛର ପତ୍ର ପକାଇ ମଦ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଭାଟି ପକ୍ଷରୁ ଗଛର ପତ୍ର ଆଣି ତାକୁ ପାଣିରେ ବତୁରାଇ ପଚିଲା ପରେ ମଦ ପ୍ରସ୍ତୁତ ବେଳେ ପକାଇଥାନ୍ତିି। ଅବକାରୀ ବିଭାଗ କର୍ମଚାରୀ ମାନେ କିନ୍ତୁ ଏସବୁ ଦେଖି ନଦେଖିଲା ପରି ପଳାଇଆସୁଛନ୍ତି। ହରଭଙ୍ଗା ବ୍ଳକଟି ଆଦିବାସୀ ଅଧ୍ୟୁଷିତ ବ୍ଳକ ଅଟେ। ଏଠାକାର ବହୁ ଆଦିବାସୀ ମହୁଲି ମଦ ପ୍ରସ୍ତୁତ କରି ପିଇଥାନ୍ତି। କିନ୍ତୁ ଅବକାରି ବିଭାଗ କର୍ମଚାରୀମାନେ ଏମାନଙ୍କ ନାମରେ ବିଭିନ୍ନ ମାମଲା କରି କୋର୍ଟକୁ ପଠାଇଥାନ୍ତି। ଆହୁରି ମଧ୍ୟ ଦେଶି ଭାଟିମାଲିକମାନେ ପ୍ରତ୍ୟକ ଗାଁ ଗୁଡିକରେ କୁୂଚିଆ ମଦ ଦୋକାନ ଖୋଲିଛନ୍ତି। ଏସବୁ ମଦ ଦେକାନାକୁ ଅବକାରି ବାଭାଗ ପକ୍ଷରୁ ସାତଖୁଣ ମାଫ।

ଏହି କୁଚିଆ ମଦ ଭାଟି ଗୁଡିକ ଗାଁ ଗାଁ ରେ ଭାଟିର ଅପମିଶ୍ରିତ ମଦ ବିକ୍ରି କରୁଛନ୍ତି। ଫଳରେ ଗାଁ ଗୁଡିକରେ ଲୋକମାନେ କିଡିନୀ ରୋଗର ଶୀକାର ହେଉଛନ୍ତି। ବର୍ତ୍ତମାନ ହରଭଙ୍ଗା ବ୍ଳକରେ ବହୁ ଲୋକ କିଡିନୀ ରୋଗରେ ମରିସାରିଥିବା ବେଳେ ଆହୁରି ଅନେକ ଲୋକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏନେଇ ବୌଦ୍ଧ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକଙ୍କୁ ରାଣିଗଞ୍ଜ ଭାଟିର ବୈଧ ପ୍ରମାଣପତ୍ର ସଂପର୍କରେ ପଚାରିବାରେ ସେହି ଭାଟିକୁ ଯେଉଁ ଲୋକ ନେଇଛନ୍ତି , ସେ ଆଉ ଜଣଙ୍କୁ ଲିଜ ସୁତ୍ରରେ ଦେଇଛନ୍ତି । ଲାଇସେନ୍ସପ୍ରାପ୍ତ ଭାଟିମାଲିକ ଫୋନ ଉଠାଉ ନାହାନ୍ତି ବୋଲି ନିଜର ଅସହାୟତା ପ୍ରକାଶ କରିଥିଲେ। ଉକ୍ତ ଭାଟିରେ ପ୍ରସ୍ତୁତ ହେଉଥିବା ମଦରେ ସାହାଜ ଗଛର ପତ୍ର ପକାଯାଇ ମଦ ପ୍ରସ୍ତୁତ କରାଯାଉଥିବା ପଚାରିବାରୁ , ଉକ୍ତ ମଦ ପ୍ରତି ୩ ମାସରେ ପରୀକ୍ଷା କରାଯାଉଛି , କିନ୍ତୁ ତଦନ୍ତରୁ କିଛି ଜଣାପଡୁନି ବୋଲି ପ୍ରକାଶ କରିଥିଲେ। ଯଦି ସେହିପରି କିଛି କରାଯାଉଛି ତଦନ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ। ସଂପୃକ୍ତ ଭାଟି ସମେତ ତୁରନ୍ତ ଜିଲାର ଭାଟି ଗୁଡିକରେ ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାନଗଲେ କେତେବେଳେ ମଦମୃତ୍ୟୁ ଭଳି ଘଟଣାକୁ ମଧ୍ୟ ଏଡାଇ ଦିଆଯାଇନପାରେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories