ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟୀ ଓ ଚିତ୍ରୋତ୍ପଳା ଯୁବକ ସଂଘ ପକ୍ଷରୁ ବିଶ୍ୱ ରକ୍ତଦାତା ଦିବସ ଉପଲକ୍ଷେ ସୋମବାର ରକ୍ତଦାନ କରାଯାଇଛି। ଶୀତଳଷଷ୍ଠୀର ଅନ୍ୟ ନାମ ହେଉଛି ଜଗତ କଲ୍ୟାଣ ଯାତ୍ରା। ଜଗତ କଲ୍ୟାଣ ଉଦ୍ଦେଶ୍ୟ ନେଇ ବଂ ବରାଡ ବାଲୁଙ୍କେଶ୍ୱର ବାବା ଓ ମାତା ପାର୍ବତୀଙ୍କର ବିବାହ ଉତ୍ସବ ଆୟୋଜିତ ହେଉଥିବା ବେଳେ ଏହି ଭବ୍ୟ ଧାର୍ମିକ ଉତ୍ସବକୁ ଶହ ଶହ ବର୍ଷ ଧରି ପିଢ଼ି ପରେ ପିଢ଼ି ଧରି ଜାରି ରହିଛି। ତେବେ କରୋନା ସଙ୍କଟ ପାଇଁ ବିଗତ ୨ ବର୍ଷ ହେବ ଏହା ବିଧି ରକ୍ଷାରେ ସୀମିତ ହୋଇ ଯାଇଛି। ଚଳିତ ବର୍ଷ କରୋନା ଯୋଗୁଁ ରକ୍ତର ଅଭାବକୁ ଧ୍ୟାନରେ ରଖି କମିଟି ଓ ସଂଘର ସଦସ୍ୟ ମାନେ ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା ରକ୍ତ ଭଣ୍ଡାରରେ ୧୧ ୟୁନିଟ ରକ୍ତ ଦାନ କରିଛନ୍ତି। ଆଗାମୀ ଦିନରେ ରକ୍ତଦାନ ସହିତ ଅନ୍ୟ ମାନବୀୟ ସେବା କରାଯିବ ବୋଲି ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ସୂଚନା ଦିଆଯାଇଛି।
Popular Categories



