www.samajalive.in
Sunday, December 7, 2025
14.1 C
Bhubaneswar

ବମ୍‍ ବରାଡ ବାଲୁଙ୍କେଶ୍ୱର ଓ ପାର୍ବତୀଙ୍କ ବିବାହ ପାଇଁ କାରରେ ଆସିଲେ ସାକ୍ଷୀଗୋପିନାଥ

ସମ୍ବଲପୁର : ସମ୍ବଲପୁରର ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟି ବମ୍‍ ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ବିବାହ ପାଇଁ ରୀତିନୀତି ଓ ପ୍ରାକ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପରମ୍ପରା ଅନୁଯାୟୀ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟରେ ଭଗବାନ ବିଷ୍ଣୁ ପ୍ରମୁଖ ଭୂମିକା ନିର୍ବାହ କରିବା ସହିତ ବିବାହର ସାକ୍ଷୀ ମଧ୍ୟ ରହିଥିଲେ। ଏଣୁ ସମ୍ପୁର୍ଣ୍ଣ ଲୋକାଚାର ନୀତିରେ ଆୟୋଜିତ ହେଉଥିବା ଏହି ଦେବ ବିବାହରେ ସାକ୍ଷୀ ରହିବା ପାଇଁ ସାକ୍ଷିପଡ଼ା ସ୍ଥିତ ଭଗବାନ ବିଷ୍ଣୁଙ୍କର ଅନ୍ୟତମ ଅବତାର ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥଙ୍କର ସୋମବାର ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ଆଗମନ ହୋଇଛି।

ଏବେ କରୋନା ସଙ୍କଟ ଲାଗି ରହିଥିବାରୁ ସରକାରୀ ନିୟମାନୁଯାୟୀ ସନ୍ଧ୍ୟା ସମୟରେ ନିରାଡମ୍ବର ଭାବରେ ଶଙ୍ଖ ଧ୍ୱନି ମଧ୍ୟରେ ସାକ୍ଷୀଗୋପିନାଥଙ୍କର ନନ୍ଦପଡ଼ା ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରକୁ ପହଞ୍ଚିଛନ୍ତି। ଅପରାହ୍ନ ସମୟରେ ଦେବ ବିବାହର ପୁଜକ ଶଶାଙ୍କ ଶେଖର ମିଶ୍ର ପରମ୍ପରା ଅନୁଯାୟୀ ଶଙ୍ଖ ଧ୍ୱନି ମଧ୍ୟରେ ନନ୍ଦପଡ଼ା ସ୍ଥିତ ମନ୍ଦିରରୁ ସୁଶ୍ରିତ ମିଶ୍ର, ପ୍ରିୟ ରଞ୍ଜନ ସାହୁ, ପ୍ରଭୁଦତ୍ତ ପଣ୍ଡା ଓ ରାଜୀବ ଲୋଚନ ମାଝୀଙ୍କ ସହିତ ସାକ୍ଷୀପଡ଼ା ଯାଇ ଶ୍ରୀ ଶ୍ରୀ ସାକ୍ଷୀଗୋପିନାଥ ଭଗବାନଙ୍କୁ ପୂଜାର୍ଚ୍ଚନା ପରେ ବିବାହରେ ସାକ୍ଷୀ ହେବା ପାଇଁ ନିମନ୍ତ୍ରଣ ପ୍ରଦାନ କରିଥିଲେ। ବିଧିପୂର୍ବକ ପୁଜାର୍ଚ୍ଚନା ପରେ ଅଞ୍ଚଳର ମହିଳା ମାନେ ହୁଳହୁଳି ଦେଇ ସାକ୍ଷୀଗୋପିନାଥଙ୍କୁ ବିଦା କରିଥିଲେ। ଚଳିତ ବର୍ଷ କରୋନା ସଙ୍କଟ ଓ ଲକ ଡାଉନ ନିୟମ ଯୋଗୁଁ ଦେବ ବିବାହ କାର୍ଯ୍ୟକ୍ରମ ଶୀତଳ ଷଷ୍ଠୀ କେବଳ ବିଧି ରକ୍ଷା ପର୍ଯ୍ୟନ୍ତ ସୀମିତ କରାଯାଇଛି। ସବୁ ବର୍ଷ ଭବ୍ୟ ଶୋଭାଯାତ୍ରାରରେ ସାକ୍ଷୀଗୋପିନାଥ ତାଙ୍କର ସାକ୍ଷୀପଡ଼ା ସ୍ଥିତ ମନ୍ଦିରରୁ ବାହାରି ନନ୍ଦପଡ଼ା ସ୍ଥିତ ବମବରାଡ ବାଲୁଙ୍କେଶ୍ୱରଙ୍କ ନନ୍ଦପଡ଼ା ସ୍ଥିତ ମନ୍ଦିରକୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା ସଙ୍କଟ ଯୋଗୁଁ ନିରାଡମ୍ବର ଭାବରେ ଶଙ୍ଖ ଧ୍ୱନି ସହିତ କାରରେ ଆସି ପହଞ୍ଚିଥିଲେ। ବମ୍‍ ବରାଡ ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କର ବିବାହ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସାକ୍ଷୀଗୋପିନାଥ ବାଲୁଙ୍କେଶ୍ୱର ମନ୍ଦିରରେ ଅବସ୍ଥାନ କରି ସମ୍ପୂର୍ଣ୍ଣ ବିବାହ ଉତ୍ସବର ସାକ୍ଷୀ ରହିବେ। ବିବାହ ଉତ୍ସବ ଶେଷ ହେବା ପରେ ସାକ୍ଷୀଗୋପିନାଥ ତାଙ୍କର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ପରମ୍ପରା ଶୀତଳ ଷଷ୍ଠୀ ଆରମ୍ଭ ଦିନ ଠାରୁ ଚାଲି ଆସିଛି ଏବଂ ଏହି ନୀତି କେବଳ ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରାରେ ହିଁ ରହିଆସିଛି ବୋଲି ଆୟୋଜକ ମାନେ ସୂଚନା ପ୍ରଦାନ କରିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories