www.samajalive.in
Wednesday, December 10, 2025
15.1 C
Bhubaneswar

ବର୍ଷାରେ ଭିଜୁଛି ହଜାର ହଜାର ବସ୍ତା ଧାନ

ବରପାଲି: ବରପାଲି ସମେତ ସମସ୍ତ କୂମ୍ଭାରୀ, ଆଗଲପୁର, ସତଲମା ଓ କଟାପାଲି ନିୟନ୍ତ୍ରିତ ବଜାର ଧାନମଣ୍ଡି ଗୁଡିକରେ ହଜାରହଜାର ଧାନ ବସ୍ତା ବିକ୍ରି ଅପେକ୍ଷାରେ ପଡ଼ିରହିଛି। ଅଚଂଳର ଚାଷୀମାନଙ୍କ କହିବାନୁଯାୟୀ ପ୍ରସାସନିକ ଭୁଲ ନିତୀ ଓ ମିଲର୍ସର ଅସହେଯାଗିତା ଯୋଗୁ ଧାନବିକ୍ରିରେ ଅଭାବୀ ଦେଖାଦେଉଛି ଏବଂ ଆମ୍ଭର ଉପାର୍ଜିତ ଧାନ ଖୋଲାରେ ପଡ଼ି ବର୍ଷାପାଣିରେ ଭିଜୁଛି। ମୂଖ୍ୟତଃ ସଠିକ ଭାବେ ଟୋକନ ପ୍ରଦାନରେ ସମସ୍ୟା ସୃଷ୍ଟି ହେବାରୁ ସମସ୍ତ ମଣ୍ଡିରେ ହଜାରହଜାର ଧାନବସ୍ତା ବିକ୍ରି ଅପେକ୍ଷାରେ ଦିନ ଗଣୁଛି। ପ୍ରଶାସନିକ ନିତି ଅନୁଶାରେ ପ୍ରଥମରୁ ମିଳିଥିବା ଟୋକନଦାର ଚାଷୀର ଧାନ ନଉଠିଲେ ଅନ୍ୟ ଚାଷୀ ମାନଙ୍କ ଧାନ ନିକ୍ରି ହୋଇପାରିବ ନାହିଁ। ସେହିପରି ଉପରୋକ୍ତ ସମସ୍ୟାରେ ଟୋକନ ପାଇଥିବା ବହୁଚାଷୀ ଫସିଯାଇ ତାଙ୍କର ଧାନ ଉଠିବାରେ ବିଳମ୍ବ ହେଉଥିବା ବେଳେ ଟୋକନ ଅବଧି ସରିବାକୁ ବସିଲାଣି। କେତେକ ଚାଷୀଙ୍କ ପ୍ରସାସନିକ ଧାର୍ଯ୍ୟ ୧୨ଦିନ ବିତିଯାଇଥିବାରୁ ଧାନ ବଜାରରେ ଏଣ୍ଟ୍ରି ହୋଇଥିଲେ ସୁଦ୍ଧା ବିିକ୍ରି କରିପାରି ନତୁବା ଦେଖାଯାଇଛି। ଛୋଟିଆ ଚାଷୀ କିମ୍ବା ବଡ଼ ଚାଷୀ ଧାନେଇ ବଜାରରେ ଏଣ୍ଟ୍ରି କରିଥିଲେ ସୁଦ୍ଧା ବିକ୍ରି କରି ପାରୁନଥିବା ଦେଖାଯାଉଛି।

ସମସ୍ୟାକୁ ନେଇ ଚାଷୀ ବାରମ୍ବାର କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଠିକ ସଫଳତା ପାଇ ପାରିନାହିଁ। ଟୋକନ ସମସ୍ୟାର ସମାଧାନ ଦିଗରେ ସରଳିକରଣ ପାଇଁ ଅଚଂଳର ଚାଷୀକୂଳ ମଣ୍ଡିରେ ପ୍ରତିବାଦ ଜଣାଇଥିଲେ ସୁଦ୍ଧା କୌଣଷି ପ୍ରସାସନିକ କର୍ମକର୍ତ୍ତାଙ୍କ ଦେଖାମିଳୁନାହିଁ। ବର୍ଷା ଓ କାଳବୈଶାଖିର ଶିକାରରୁ ବଂଚୁତ ଚାଷୀ ମାନେ ଟ୍ରାକ୍ଟର ମାଧ୍ୟମରେ ଧାନବସ୍ତା ମାନ ବିକ୍ରି ପାଇଁ ମାର୍କେଟ ପରିସରକୁ ଆଣି ଗଚ୍ଛିତ ରଖୂଥିବାରୁ ସ୍ଥାନର ଅଭାବି ଦେଖାଦେବାରୁ ଖୋଲାରେ ପକାଇ ରଖିଛନ୍ତି। ବର୍ତ୍ତମାନର ପାଗ ଓ ବର୍ଷା ଭୟରେ ଚାଷୀ ମନରେ ଆଶଙ୍କା ସୃଷ୍ଟି ହେବା ସାମାନ୍ୟ କଥା ହୋଇଗଲାଣି। ରାତିଦିନ ଖଟି ବହୁ କଷ୍ଟରେ ନିଜ ଉପାର୍ଜିତ ଧାନ ଗଣ୍ଡାକ ବିକିବା ପାଇଁ ମଣ୍ଡିର ସହାୟତା ନେଇ ଏବେ ଦହଗଞ୍ଜରେ ପଡ଼ିଯାଇଛି। ଯୋଗାଣ ବିଭାଗ ପାଞ୍ଚ ଏକଡ଼ର ଚାଷୀକୁ ମାତ୍ର ଏକ ଏକଡ଼ ଜମିରେ ଉପାର୍ଜିତ ଧାନ ବିକିବା ପାଇଁ ଟୋକନ ସୁବିଧା ଯେଗାଉଥିବା ଜଣାପଡ଼ିଥିଲା। ସେହିପରି ମିଲର୍ସ ପ୍ରସାସନିକ ନିତୀର ଫାଇଦା ଉଠାଇ ବିଭିନ୍ନ ଆଳଦେଖାଇ କଟଣିଛଟନୀ ସହିତ ମନମୁତାବକ ଧାନ କିଣା କାରବାର ଜାରି ରଖିଥିବା।ଭିଯୋଗ ହେଉଛି। ସମସ୍ୟାକୁ ନେଇ ସତଲମା ନାରାୟଣ ସମବାୟ ସେବା ସମିତି ଅର୍ନ୍ତଗତ ଚାଷୀଙ୍କ ଏକ ପ୍ରତିନିଧି ଦଳ ଆସନ୍ତା ସୋମବାର ଜିଲ୍ଲା ପ୍ରସାସନ କର୍ତ୍ତୁପକ୍ଷଙ୍କ ଦ୍ୱାରସ୍ଥ ହୋଇ ନିଜ ସମସ୍ୟା ଉପସ୍ଥାପନ ସହ ଆନ୍ଦୋଳନତ୍ମକ ପନ୍ଥା ଆପାଣାଉଥିବା ଜଣାପଡ଼ୁଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories