www.samajalive.in
Sunday, December 7, 2025
16.1 C
Bhubaneswar

କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୁଲ୍ୟ ଘୋଷଣା ଏମ୍ଏସ ସ୍ୱାମୀନାଥନ କମିଶନଙ୍କ ସୁପାରିଶ ଅନୁସାରେ ହୋଇନାହିଁ-ଓଡିଶା କୃଷକ ସଭା

ଭୁବନେଶ୍ବର: ନିକଟରେ କେନ୍ଦ୍ର ସରକାର ୧୭ଟି କୃଷିଜାତ ସାମଗ୍ରୀର ସର୍ବନିମ୍ମ ସହାୟକ ମୂଲ୍ୟ (ଏମଏସପି) ୨୦୨୧-୨୨ ଖରିଫ୍ ଫସଲ ପାଇଁ ଘୋଷଣା କରିଛନ୍ତି। ଏହି ଘୋଷଣାର ମୁଲ୍ୟକୁ ହିସାବ କଲେ ଜଣା ପଡୁଛି ଯେ ମୋଦି ସରକାର ଏମ୍ଏସ୍.ସ୍ୱାମୀନାଥନ କମିଶନଙ୍କ ସୁପାରିଶକୁ ଲାଗୁ କରିନାହାଁନ୍ତି ଏବଂ ପୁଣି ଚାଷୀମାନଙ୍କ ପ୍ରତି ଏହା ନିତୀଗତ ଭାବେ ବିଶ୍ୱାସ ଘାତକତା ବୋଲି ଓଡିଶା କୃଷକ ସଭା ତରଫରୁ କୁହାଯାଇଛି। ଉଦାହରଣ ସ୍ୱରୁପ ଧାନ କୁଇଣ୍ଟାଲ ପ୍ରତି ୨୯୩୦ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ପାରିତ ସର୍ବଦଳ୍ୟୀ ସଂକଳ୍ପ ପ୍ରସ୍ତାବକୁ ସରକାର ଏବେ ବି ମାନିନାହାନ୍ତି। ଧାନ କୁଇଣ୍ଟାଲ ପ୍ରତି ମାତ୍ର ୧୯୪୦ଟଙ୍କା ଏମ୍.ଏସ୍.ପି.ଘୋଷଣା କରାଯାଇଛି। ଅର୍ଥାତ୍ ପ୍ରତି କୁଇଣ୍ଟାଲ ରେ ଚାଷୀ ପୁରୂଣା ହିସାବ ଅନୁଯାୟୀ ୧୦୦୦ଟଙ୍କା କ୍ଷତି ସହୁଛି। ଯଦି ବର୍ଦ୍ଧିତ ଡିଜେଲ୍ ଏବଂ ସାରର ମୁଲ୍ୟକୁ ହିସାବ କରାଯାଏ, ତେବେ ଚାଷୀର କ୍ଷତି ଆହୁରି ବହୁଗୁଣିତ ହେବ। ଓଡିଶା, ଆନ୍ଧ୍ର ପ୍ରଦେଶ , କେରଳ, କର୍ଣ୍ଣାଟକ ଆଦି ସରକାରମାନେ ନିଜ ରାଜ୍ୟର ଖର୍ଚ୍ଚକୁ ହିସାବ କରି ସମସ୍ତେ ଧାନ କୁଇଣ୍ଟାଲ ହାରାହାରୀ ୩ହଜାର ଟଙ୍କା ଧାର୍ଯ୍ୟ କରିବା ପାଇଁ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି, ମାତ୍ର କେନ୍ଦ୍ର ସରକାର ଏହାକୁ ମାନିନାହାଁନ୍ତି।

ଠିକ୍ ସେହିଭଳି ଗହମ, ବାଜରା, ହରଡ, ମୁଗ, ବିରି, ବାଦାମ, ସୋୟାବିନ୍ , ସୁର୍ଯ୍ୟମୁଖୀ ଫୁଲ, ରାଶି ଏବଂ କପା କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଅତି କମ୍ ମୁଲ୍ୟ ଘୋଷଣା କରାଯାଇଛି। ସୁତରାଂ ଚାଷୀ ଯେ କୌଣସି କିସମର ଚାଷ କଲେ ବି ସର୍ବନିମ୍ମ ସହାୟକ ମୁଲ୍ୟ ପାଉନାହିଁ। ଆମ ଦେଶରେ ଏବଂ ରାଜ୍ୟରେ କ୍ଷୁଦ୍ର , ନାମମାତ୍ର ଏବଂ ଭାଗଚାଷୀଙ୍କ ସଂଖ୍ୟା ସର୍ବାଧିକ। ଏହି କ୍ଷେତ୍ରରେ ସେମାନଙ୍କ ପରିବାରର ଶ୍ରମ ଖର୍ଚ୍ଚକୁ ସଂମ୍ପୁର୍ଣ୍ଣ ଭାବେ ହିସାବକୁ ନନେଲେ ଏମ୍.ଏସ୍. ସ୍ୱାମୀନାଥନ କମିଶନ ସୁପାରିଶ ଅନୁସାରେ ଉ୨ + ୫୦% ଖର୍ଚ୍ଚ ଚାଷି ପାଉନାହିଁ। ସରକାର ଇ୨ +ୠଖ ଖର୍ଚ୍ଚ କୁ ହିସାବକୁ ନେଇ କରିଛନ୍ତି। ଏଥିରେ ଚାଷୀର ସମସ୍ତ ଖର୍ଚ୍ଚକୁ ହିସାବକୁ ନିଆଯାଇ ନାହିଁ। ଏହି ପରିସ୍ଥିତିରେ ଘୋଷିତ ଏମ୍. ଏସ୍.ପି. କୁ ଓଡିସା କୃଷକ ସଭା ତୀବ୍ର ପ୍ରତିବାଦ କରୁଛି। ପ୍ରକୃତ ଏମ୍.ଏ.୍ପି. ପାଇବା ନିମନ୍ତେ ଆନ୍ଦୋଳନ କରିବାକୁ ଆହ୍ୱାନ କରିଛି। କେନ୍ଦ୍ର ସରକାର ପ୍ରକୃତ ଏମ୍.ଏସ୍.ପି. ଲାଗୁ ନକରିବା ପାର୍ଯ୍ୟନ୍ତ ଓଡିଶା ସରକାର କେରଳ ଏବଂ ଛତିଶଗଡ ସରକାର ଢାଞ୍ଚାରେ ପ୍ରତିଟି ଧାନ କୁଇଣ୍ଟାଲରେ ୧୦୦୦ ଟଙ୍କା ବୋନସ୍ ପ୍ରଦାନ କରିବା ପାଇଁ ଦାବି କରାଯାଇଛି। ଦେଶବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ କୃଷିଜାତ ଦ୍ରବ୍ୟର ପ୍ରକୃତ ଏମ୍.ଏମ.ପି. ପ୍ରଦାନ ଅତ୍ୟନ୍ତ ଜରୁରୀ ବୋଲି ଓଡିସା କୃଷକ ସଭା ର ରାଜ୍ୟ ସଭାପତି ଯମେଶ୍ୱର ସାମନ୍ତରାୟ ଏବଂ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories