www.samajalive.in
Sunday, December 7, 2025
13.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–୫ ପ୍ରତିଶତରୁ କମ ସଂକ୍ରମଣ ହାର ଜିଲାରେ ଜୁନ ୧୭ ପରେ ଅନଲକ ସମ୍ଭାବନା। ୧୨ଟି ଜିଲାରେ ଟିପିଆର ୫ ପ୍ରତିଶତରୁ କମ। ପର୍ଯ୍ୟାୟକ୍ରମେ ଏସବୁ ଜିଲାଗୁଡ଼ିକରେ ତାଲା ଖୋଲିବା ନେଇ ସ୍ବାସ୍ଥ୍ୟ ବିଭାଗର ସୂଚନା।

–କରୋନା ସଂକ୍ରମଣ କେତେ ମାତ୍ରାରେ ବ୍ୟାପିଛି ଏବଂ କେତେ ଲୋକଙ୍କ ଦେହରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି ତାହା ଜାଣିବା ପାଇଁ ହେବ ସେରୋ ସର୍ଭେ।

- Advertisement -

–ଓଡ଼ିଶାର ୩ଟି ଜିଲା ସହ ଦେଶର ମୋଟ ୭୦ଟି ଜିଲାରେ ହେବ ସେରୋ ସର୍ଭେ।

–ଆରଏମ୍‌ଆରସି ନିର୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା-ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ। ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲାରେ ହେବ ସର୍ଭେ।

–ଓଡ଼ିଶାରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ: ୭ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

–ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମକୁ ୟୁଏନଡିପିର ପ୍ରଶଂସା; ବିଶ୍ୱର ଅନ୍ୟ ଭାଗରେ ଅନୁକରଣ ପାଇଁ ସୁପାରିସ

–ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସମେତ କୋଭିଡ୍ ମୁକାବିଲା କ୍ଷେତ୍ରରେ ମାଲକାନଗିରି ଜିଲ୍ଲାର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା

– କେନ୍ଦ୍ର ସରକାର ରେମଡେସିଭିର ଉପରୁ ଜିଏସ୍‌ଟି ୧୨% ରୁ ୫%କୁ ହ୍ରାସ କରିଛନ୍ତି

–୪୪ତମ ଜିଏସ୍‌ଟି ପରିଷଦ ବୈଠକ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି

– କରୋନା ଚିକିତ୍ସାରେ ବ୍ୟବହାର କରାଯାଉଥିବା ଔଷଧ ରେମଡେସିଭିର, ଟୋସିଲିଜୁମାବ, ହେପାରିନ ଉପରୁ ଜିଏସଟି ହ୍ରାସ କରାଯ଼ାଇଛି

–ଏହି ସବୁ ଦରହ୍ରାସ/ଛାଡ଼ ୩୦ ସେପ୍ଟେମ୍ବର ୨୦୨୧ ପର୍ୟ୍ୟନ୍ତ ଲାଗୁ ରହିବ।

– ଓଡିଶା ପୁଲିସ ନିଯୁକ୍ତି ପାଇଁ ଆବେଦନ କରିପାରିବେ କିନ୍ନର : କିନ୍ନର ସଂଘ ପକ୍ଷରୁ ସ୍ୱାଗତ

–ଭୁବନେଶ୍ବର ଝାରପଡ଼ା ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଗତକାଲି ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିଲେ ପ୍ରଦୀପ ପାଣିଗ୍ରାହୀ

–ରାଜ୍ୟରେ ୟୁଜି ଓ ପିଜି ପରୀକ୍ଷା ପ୍ରାୟତଃ ହେବ,ସରକାର ଆସନ୍ତା ୧୮ ତାରିଖରେ ଏ ଦିଗରେ ଚୂଡ଼ାନ୍ତ ନିଷ୍ପତି ନେବେ : ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ

–ଦଣ୍ଡାଦେଶ ବିରୋଧରେ କୁଳଭୂଷଣଙ୍କୁ ଆବେଦନ ସୁଯୋଗ

–କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ) ପରିସରଭୁକ୍ତ ଜଣେ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ପରିଜନକୁ ମିଳୁଥିବା ସର୍ବାଧିକ ବୀମା ରାଶି ୬ରୁ ବୃଦ୍ଧି କରାଯାଇ ୭ ଲକ୍ଷ ଟଙ୍କାରେ ନିର୍ଦ୍ଧାରଣ କରାଯାଇଛି

–ଅଭିନେତ୍ରୀ ଐସା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

–ବୁଲିବୁଲି କ୍ଷମା ମାଗୁଛନ୍ତି ତୃଣମୂଳ କଂଗ୍ରେସ ଛାଡ଼ିଥିବା ଅନେକ ନେତା

–ଭାରତର କୋଭାକ୍ସିନ ଟିକାକୁ ମନା କଲା ଆମେରିକା

–କଳା କବକ ସଂକ୍ରମଣ, ୩ ସପ୍ତାହରେ ଗଲାଣି ୨୧୦୦ ଜୀବନ

–ଓଡ଼ିଶାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ, ଗୋଟିଏ ଦିନରେ ରାଜ୍ୟରେ ୪୮୫୨ ଜଣ ନୂଆ ସଂକ୍ରମିତ ଚିହ୍ନଟ

–ସଂଗରୋଧରୁ ୨୭୬୫ ଏବଂ ସ୍ଥାନୀୟ ସଂକ୍ରମିତ ୨୦୮୭

–ରାଜ୍ୟରେ ଥମୁନି କରୋନା ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୭ ଆକ୍ରାନ୍ତଙ୍କ ମୃତ୍ୟୁ

–ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଯୌତୁକବାହାଲ ଗାଁରେ ଏକ ଅଭାବନୀୟ ଘଟଣା

–ବାପାର ମରଣାନ୍ତକ ଆକ୍ରମଣରେ ୩ ବର୍ଷର ନାବାଳିକା ମୃତ ; ଅନ୍ୟ ୩ ନାବାଳିକା ଓ ପତ୍ନୀ ଗୁରୁତର

–ଜାମ୍ମୁ-କାଶ୍ମୀରରେ ପୁଲିସ ଓ ସିଆରପିଏଫଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ; ୨ ପୁଲିସ କର୍ମଚାରୀ ଶହୀଦ

–ଦିଲ୍ଲୀ ଲଜପତ ନଗରରେ ଭୟାବହ ଅଗ୍ନିକାଣ୍ଡ ; ନିଆଁ ଲିଭାଇବା କାର୍ୟ୍ୟରେ ଅଗ୍ନିଶମ କର୍ମଚାରୀ ନିୟୋଜିତ

–ଖର୍ଚ୍ଚ କାଟ କରିବାକୁ କହିଲା ଅର୍ଥ ମନ୍ତ୍ରଣାଳୟ ; ୨୦% ଖର୍ଚ୍ଚ କମାଇବାକୁ ସରକାରୀ ବିଭାଗଗୁଡିକୁ ନିର୍ଦ୍ଦେଶ

–ଅଙ୍ଗ ସାନ୍‍ ସୁ କିଙ୍କ ବିରୁଦ୍ଧରେ ନୂଆ ଦୁର୍ନୀତି ଅଭିଯୋଗ ; ୧୫ ବର୍ଷ ହୋଇପାରେ କାରାଦଣ୍ଡାଦେଶ

–ସନ୍ଦିଗ୍ଧ ଚାଇନା ଗୁଇନ୍ଦା ଗିରଫ ; ବାଂଲାଦେଶ ପଟୁ ଭାରତକୁ ଅନୁପ୍ରବେଶ ଉଦ୍ୟମ ସମୟରେ ଧରାପଡିଲା

–ସ୍ନାତକୋତ୍ତର ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନ୍ୟୂନ ମାସେ ଘୁଞ୍ଚାଅ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

–ଆମେରିକାର ସବୁଠାରୁ ବଡ ଚାଷୀ ବିଲ୍‍ ଗେଟସ

–ବିଶ୍ୱର ସବୁଠାରୁ ଡେଙ୍ଗା ପୁଲିସ କର୍ମଚାରୀ ; ଉଚ୍ଚତା ୭ ଫୁଟ ୬ଇଞ୍ଚ

–ଚୀନରେ ବିଦେଶୀ କଟକଣା ବିରୋଧରେ ନୂଆ ଆଇନ ଗୃହୀତ

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories