www.samajalive.in
Monday, December 8, 2025
14.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା ପାଇଁ ଆଉ ୨୫କୋଟି ମଞ୍ଜୁର। ୨୫ କୋଟି ମଞ୍ଜୁର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଶ୍ଚିମ ଓଡ଼ିଶାର ୧୧ ଜିଲା ଏହାଦ୍ବାରା ଉପକୃତ ହେବେ।

–ପୁରୀରେ ପୁଣି ହବ ଭକ୍ତଶୂନ୍ୟ ସ୍ନାନପୂର୍ଣ୍ଣିମା ସହ ରଥଯାତ୍ରା। ନୂଆ ଏସ୍‌ଓପି ଅପେକ୍ଷାରେ ରହିଛି ପୁଲିସ ପ୍ରଶାସନ। ମହାମାରୀ ପାଇଁ ସରକାରୀ ନିଷ୍ପତ୍ତିକୁ ଅନେକ ଭକ୍ତଙ୍କ ସ୍ବାଗତ

- Advertisement -

–ଆଗାମୀ ୬ ମାସ ଭିତରେ ‘ବାୟୋଲୋଜିକାଲ-ଇ’କୁ ମିଶାଇ ୬ଟି ଟିକା ଆସିବ। ସେରମ ଇନଷ୍ଟିଚ୍ୟୁଟ୍‌ର ନୋଭାଭାକ୍ସ ଟିକା ଆସିବା ସମ୍ଭାବନା। ଜନସନ ଆଣ୍ଡ ଜନସନ ବି ଭାରତରେ ଟିକା ଉତ୍ପାଦନ କରିପାରେ।

–ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ। କମୁଛି ଦୈନିକ ସଂକ୍ରମଣ। ଖସି ଚାଲିଛି ଟିପିଆର। ଜୁନ ୧୭ ପରେ ଓଡ଼ିଶାରେ ହୋଇପାରେ ଅନଲକ।

–ସୋର: ମେଡ଼ିକାଲ ପାଚେରୀ ଭୁଶୁଡ଼ି ୨ ଯୁବତୀ ଗୁରୁତର। ପ୍ରବଳ ବର୍ଷା ହେବାରୁ ପାଚେରୀ କଡ଼ରେ ଠିଆ ହୋଇଥିଲେ ୨ ଯୁବତୀ। ବର୍ଷା ମାଡ଼ରେ ପାଚେରୀ ଉଭୟଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା

–ରାଜ୍ୟ ଡ୍ରଗ୍ସ କ​‌ନ୍‌ଟ୍ରୋଲର ଅନ୍ନଦା ଶଙ୍କର ଦାସଙ୍କ ସୂଚନା। କଟକରୁ ବିପୁଳ ନକଲି ଫାଭିପିରାଭିର ଜବତ। କନିକା ଛକର ଏକ ମେଡ଼ିସିନ ଷ୍ଟୋରରୁ ଡ୍ରଗ୍ସ କ​‌ନ୍‌ଟ୍ରୋଲର ସ୍କ୍ବାଡ ଦ୍ବରା ଜବତ।

–୧୭୦ ପେଟି ଭର୍ତ୍ତି ୧୭ହଜାର ଟାବଲେଟ ଜବତ। ଜବତ ଫାଭିପିରାଭିର ଟାବଲେଟକୁ ଟେଷ୍ଟିଂ ପାଇଁ ପଠାଯାଇଛି।

–ଲଣ୍ଡନରେ ଆଜିଠାରୁ ଆରମ୍ଭ ହେଉଛି ଜି-୭ ଶିଖର ସମ୍ମିଳନୀ
–ସାରା ବିଶ୍ୱକୁ ମିଳିବ ୧୦୦ କୋଟି ଟିକା,ଜି-୭ ରାଷ୍ଟ୍ର ସମୂହର ଚିଠା ପ୍ରସ୍ତାବ
–ଦେଶରେ ଏପର୍ୟ୍ୟନ୍ତ ୨୪କୋଟି ୬୦ଲକ୍ଷ ୮୫ ହଜାରରୁ ଅଧିକ ନାଗରିକଙ୍କୁ ଦିଆ ସରିଲାଣି ଟିକା
–ଭୁବନେଶ୍ବରରେ ଟିକାକରଣ : ସକାଳେ ପ୍ରଥମ ଡୋଜ୍, ଅପରାହ୍ନରେ ଦ୍ବିତୀୟ ଡୋଜ୍ ଟିକାକରଣ ନେଇ ବିଏମସି କମିସନରଙ୍କ ସୂଚନା
–ଆଉ ୮୫୧୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୭ ଲକ୍ଷ ୮୧ ହଜାର ୪୮୮କୁ ବୃଦ୍ଧି
–ବିଜେପି ଛାଡ଼ି ପୁଣି ଟିଏମ୍‌ସିକୁ ଫେରିଲେ ମୁକୁଲ ରାୟ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ କଲକତା ଟିଏମସି ଭବନ ଆସି ଦଳରେ ସାମିଲ ହେଲେ
–ଆସନ୍ତକାଲି ଅତି ପ୍ରବଳ ବର୍ଷା ନେଇ ୬ଜିଲାକୁ ରେଡ ୱାର୍ଣ୍ଣିଂ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ
–ରାଜଧାନୀରେ ପ୍ରବଳ ବର୍ଷା ସମ୍ଭାବନା : ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି, ତଳିଆ
–ତୈଳଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା, ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଧାରଣା
–ଭୁବନେଶ୍ବରର ଏକ ଶାଢ଼ୀ ଶୋ ରୁମ୍‌ରେ ପୁଲିସର ଚଢ଼ାଉ, କୋଭିଡ କଟକଣା ଉଲ୍ଲଙ୍ଘନ ଅଭିଯୋଗ, ଜରିମାନା ଆଦାୟ
–ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ଜାମିନ, ୨ଲକ୍ଷ ଟଙ୍କାର ୨ଜଣ ଜାମିନଦାରଙ୍କ ବଦଳରେ ମିଳିଲା ଜାମିନ
–ଏମ୍‌ଏସ୍‌ପି ବୃଦ୍ଧି ପାଇଁ କେନ୍ଦ୍ରକୁ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅନୁରୋଧ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ପାଇଁ ଦାବି
–ବରଗଡ ଜିଲା ପଦମପୁର ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୁଲିସ –ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; କ୍ୟାଡର ମାଓବାଦୀ ମୃତ; ବିପୁଳ ମାରଣାସ୍ତ୍ର ଜବତ: ଡିଜିପି
–ରାଜ୍ୟରେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି
–ରାଜ୍ୟରେ ୫୨୩୫ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୨୯୫୭ ଏବଂ ସ୍ଥାନୀୟ ସଂକ୍ରମିତ ୨୨୭୮,, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୨୬ ଓ କଟକ ଜିଲାରୁ ୫୫୭
–ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ପରଲୋକ, ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି
–ଦେଶରେ ଆଉ ୯୧,୭୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୨,୭୪,୮୨୩କୁ ବୃଦ୍ଧି
–ଚିକିତ୍ସାଧୀନ ଅବସ୍ଥାରେ ୩ ହଜାର ୪୦୩ ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୩,୬୩,୦୭୯
–ଦିନକରେ ଆଉ ୧,୩୪,୫୮୦ ଆକ୍ରାନ୍ତ ସୁସ୍ଥ, ମୋଟ ୨,୭୭,୯୦,୦୭୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି
–ଆଫଗାନ-ପାକିସ୍ତାନ ସୀମାନ୍ତରେ ରହୁଛି ଅଲ୍‍ କାଏଦା ମୁଖ୍ୟ ; ଜୀବିତ ଅଛି ଐମନ୍‍ ଅଲ ଜୱାହାରି
–ପାକିସ୍ତାନରେ ତିନି ହଜାର ବର୍ଷ ପୁରାତନ ମନ୍ଦିର ସ୍ଥଳରେ ଚାଲିଛି ବେଆଇନ ନିର୍ମାଣ ; ହିନ୍ଦୁ ସମୁଦାୟ ମଧ୍ୟରେ ଉତ୍ତେଜନା
–କାରାଗାରରେ ‘ଜୟ ଶ୍ରୀ ରାମ’ ଉଚ୍ଚାରଣ ପାଇଁ ବାଧ୍ୟ କରାଯାଉଛି ; ଅଦାଲତଙ୍କୁ ଜଣାଇଲେ ଆଇଏସଆଇଏସ୍‍ ଆତଙ୍କି
–ଆମେରିକା ଗଠନ କରୁଛି ଷ୍ଟ୍ରାଇକ ଫୋର୍ସ ; ଚୀନର ଅସାଧୁ ବ୍ୟବସାୟିକ କାର୍ୟ୍ୟକଳାପକୁ ପ୍ରତିହତ କରିବ
–ଏଟିଏମ୍‍ ଇଂଟରଚେଞ୍ଜ ଦେୟ ୧୭ ଟଙ୍କାକୁ ବଢିଲା
–ଚୋକ୍ଷି ଅନୁପ୍ରବେଶକାରୀ: ଡୋମିନିକା
–୨୭ ବର୍ଷ ତଳେ ନିତିଶଙ୍କ ସଭାରେ ଭାଷଣ ଦେଇଥିବା ୭ ବର୍ଷର ପିଲା ଏବେ ବିହାରର ପ୍ରଶାସନିକ ଅଧିକାରୀ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories