www.samajalive.in
Sunday, December 7, 2025
14.1 C
Bhubaneswar

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ

ଭୁୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କର ପରଲୋକ ଘଟିଛି। ଅସୁସ୍ଥ ଥିବା ପ୍ରଫେସର ରାଧାମୋହନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ଜୈବିକ ଚାଷରେ ଉଦାହରଣ ସୃଷ୍ଟି କରିଥିବା ପ୍ରଫେସର ରାଧାମୋହନ ଏବଂ ତାଙ୍କ କନ୍ୟା ସାବରମତୀଙ୍କୁ ୨୦୨୦ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ନୟାଗଡ ଜିଲାର ଏକ ଟାଙ୍ଗରା ଭୂମିରେ ସେ ଯେଉଁଭଳି ସବୁଜିମା ସୃଷ୍ଟି ସହିତ ଜୈବିକ କୃଷି କରୁଥିଲେ, ତାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା।
୧୯୪୩ ଜାନୁଆରୀ ୩୦ ତାରିଖରେ ତତ୍କାଳୀନ ରାଜରାଜୁଡା ଶାସିତ ରାଜ୍ୟ ନୟାଗଡର ରଙ୍ଗଣିପାଟଣା ଗ୍ରାମରେ ଜନ୍ମିତ ରାଧାମୋହନ ଓଡଗାଁରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅର୍ଥନୀତି ସମ୍ମାନ ରଖି ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୬୫ରେ ସେ ଆପ୍ଲାଏଡ ଇକୋନୋମିକ୍ସରେ ସ୍ନାତକୋତ୍ତର ଶିକ୍ଷା ହାସଲ କରି ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅର୍ଥନୀତି ଅଧ୍ୟାପନା କରିଥିଲେ। ସେ ଭାରତ ସରକାରଙ୍କ ଅଧୀନରେ ତିନିବର୍ଷ ପାଇଁ କାର୍ଯ୍ୟ କରିଥିଲେ। ଅଧ୍ୟାପନା ବ୍ୟତୀତ ସେ ରାଜ୍ୟ ସରକାରଙ୍କ ବିଜ୍ଞାନ, କାରିଗରୀ ଓ ପରିବେଶ, ଶିକ୍ଷା ଓ ଯୁବସେବା ଏବଂ ଗ୍ରାମାଞ୍ଚଳ ବିକାଶ ଆଦି ବିଭାଗରେ ମଧ୍ୟ କାର୍ଯ୍ୟ କରିଛନ୍ତି। ପୁରୀ ଏସସିଏସ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବେ ୨୦୦୧ ଜାନୁଆରୀରେ ଅବସର ନେବାପରେ ସେ କିଛିକାଳ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ, ରାଜ୍ୟ ଜଳବିଭାଜିକା ମିଶନର ସଦସ୍ୟ, ଶିକ୍ଷା କ୍ଷେତ୍ରରେ ଗଠିତ ଟାସ୍କଫୋର୍ସର ସଦସ୍ୟ ଏବଂ ରାଜ୍ୟ ବନ୍ୟପ୍ରାଣୀ କମିଟି, ଏନଏସଏସ ପରାମର୍ଶଦାତା କମିଟି, ଜଙ୍ଗଲ ପରିଚାଳନା କ୍ଷେତ୍ରରେ ଗଠିତ ଷ୍ଟିଅରିଂ କମିଟି, ଏନଏସଏସ ମୂଲ୍ୟାୟନ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହିତ ସେ ହାଇଦରାବାଦସ୍ଥିତ ସେଣ୍ଟର ଫର ୱାର୍ଲଡ ସଲିଡାରିଟିର ଷ୍ଟେଟ ରିସୋର୍ସ ସେଣ୍ଟର ପରାମର୍ଶଦାତା, ରାଷ୍ଟ୍ରୀୟ ଗ୍ରାମୀଣ ବିକାଶ ନିଧି. ଗୁଆହାଟିର ପରାମର୍ଶଦାତା, ଆକାଶବାଣୀ କାର୍ଯ୍ୟକ୍ରମ ପରାମର୍ଶଦାତା କମିଟି ସଦସ୍ୟ ଏବଂ ସର୍ବୋପରି ଓଡ଼ିଶାର ସୂଚନା କମିଶନର ଭାବେ କାର୍ଯ୍ୟ କରିଥିଲେ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories