www.samajalive.in
Monday, December 8, 2025
14.1 C
Bhubaneswar

ପ୍ରଧାନ କ୍ରାପ୍ଟୋ ଶିବିର ଉଦଯାପିତ

ବରପାଲି: ବରପାଲି ପ୍ରଧାନ କ୍ରାପ୍ଟୋ ଶିବିର ଶିକ୍ଷାକେନ୍ଦ୍ର ପରିସରରେ ଉଦଯାପନୀ ଶିବିର ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ବୁଧବାର ପୁର୍ବାହ୍ନରେ ମୂଖ୍ୟଅତିଥି ଭାବରେ ନାଟ୍ୟଜ୍ୟୋତି ପ୍ରଭୁ ଚରଣ ମାହାନ୍ତି ଓ ମୂଖ୍ୟବକ୍ତା ଭାବେ ଲେଣ୍ଡା ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ସ୍ୱାଇଁ ଯୋଗ ଦେଇ ଉତ୍ସବର ସୂଭ ଉଦଘାଟନ କରିଥିଲେ। ଶିବିର ମୁଖ୍ୟ ପରିଚାଳିକା ବନ୍ଦିତା ପଧାନଙ୍କ ତତ୍ୱାଧାନରେ କାର୍ଯ୍ୟକ୍ରମକୁ ଶିକ୍ଷାର୍ଥି ଗୁଡ଼ୁଲି ମେହେର ଓ କିର୍ତ୍ତିକା ସେନାପତୀଙ୍କ ଦ୍ୱାରା ସଂଚାଳିତ ହୋଇଥିଲା। ଶିବରରେ ଶିଶୁମାନଙ୍କୁ ଉଚିତ କଳାତ୍ମକ ତାଲିମ ସହ ସଂସ୍କୃତି ପରମ୍ପରା କଳାତ୍ମକ ଜ୍ଞାନ କୌଶଳ ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ଶିଶୁମାନେ ନିଜ କଳାତ୍ମକ ଜ୍ଞାନ ଆହାରଣ ଓ ଜିଜ୍ଞାଷା ସହ ନିଜ ପ୍ରତିଭା ମାନ ପଦର୍ଶନ କରିଥିଲେ।

ସମ୍ମାନିତ ଅତିଥି ଭାବରେ ନାଟ୍ୟ ଓ ଚିତ୍ରକଳା ନିର୍ଦେଶକ ଧରମରାଜ ସିଂ ବରିହା, ମାମି ଗହିର, ନିରୁପମା ପରିଡ଼ା, ଅଞ୍ଜଳି ମେହେର, ମୈଥଲି ପଧାନ, ମେନକା ପରିଡ଼ା, ପଦ୍ମିନୀ ସେନାପତୀ, ଅନୁପମା ପରିଡ଼, ବ୍ରଜଶ୍ୱରୀ ମେହେର ପ୍ରମୁଖ ଯୋଗଦେଇ କୁନିକୁନି ଶିଶୁମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସହିତ କରିଥିଲେ। ଏହି ଅବସରରେ କେନ୍ଦ୍ର ଶିକ୍ଷାର୍ଥିମାନଙ୍କୁ ନେଇ ଏକ କରୋନା ସଚେତନତା ମୂଳକ ଅକ୍ସିଜେନ ସମସ୍ୟା ଓ ପରିବେଶ କ୍ଷୟ ଉପରେ ଆଧାରିତ ନାଟକ ପରିବେଷଣ ହୋଇଥିଲା। ଧର୍ମରାଜ ସିଂ ବରିହାଙ୍କ ନିର୍ଦେଶିତ ନାଟକ ଅକ୍ସିଜେନ ସମସ୍ୟା ଚମତ୍କାର ହୋଇଥିବା ବେଳେ ସାଧାରଣ ଓ ଅମାନିୟା ମାନଙ୍କୁ ସୁହାଇଲା ପରି ଶିକ୍ଷଣିୟ ବାର୍ତ୍ତାରେ ପ୍ରଭାବିତ କରିବ ବୋଲି ଜଣାପଡ଼ିଥିଲା। ପରେ ସଙ୍ଗମିତ୍ରା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories