www.samajalive.in
Monday, December 8, 2025
16.1 C
Bhubaneswar

ବିଶ୍ୱ ଐତିହ୍ୟ ରଘୁରାଜପୁର ଗ୍ରାମରେ ନିଜ ଘର ଦୁଆର କାନ୍ଥରେ ପାରମ୍ପରିକ ଭିତ୍ତିଚିତ୍ର ଅଙ୍କନ କଲେ ୧୫୦ ଶିଳ୍ପୀ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ ଏବଂ ଓଡ଼ିଶା ଖଣି ନିଗମର ମିଳିତ ସହଯୋଗରେ ପାରମ୍ପରିକ ଭିତ୍ତିଚିତ୍ର ଶିବିର ଆଜି ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରଠାରେ ଶୁଭାରମ୍ଭ ହୋଇଛି। ଶିଳ୍ପୀମାନେ ନିଜ ନିଜ ଘରର ଦୁଆର କାନ୍ଥରେ କୋଭିଡ୍‌ ନିୟମକୁ ବଜାୟ ରଖି ପାରମ୍ପରିକ ଭିତ୍ତିଚିତ୍ର ଅଙ୍କନ କରୁଛନ୍ତି। ଏହି ଶିଳ୍ପୀମାନଙ୍କ ମଧ୍ୟରୁ ବହୁ ଜଣ ମଧ୍ୟ ଜାତୀୟ ତଥା ଅର୍ନ୍ତଜାତୀୟ ସ୍ତରରେ ବେଶ୍‌ ସୁପରିଚିତ। ୧୫୦ ଜଣ ଶିଳ୍ପୀଙ୍କୁ ମାନଦେୟ ସ୍ୱରୂପ ଦଶ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଇତି ମଧ୍ୟରୁ ୫ଟି ଚିତ୍ରକୁ ଓଡ଼ିଶା ଲଳିତ କଳା ଏକାଡେମୀର ସ୍ୱତନ୍ତ୍ର ଚୟନ କମିଟି ଦ୍ୱାରା ମନୋନୀତ କରାଯିବ ଏବଂ କୋଭିଡ୍‌ କଟକଣା ପରେ ଏକାଡେମୀ କାର୍ଯ୍ୟାଳୟରେ ସମ୍ବର୍ଦ୍ଧିତ କରାଯିବ। ଏହି ଶିବିର ୫ ଦିନ ଧରି ଚାଲିବ। ଗ୍ରାମର ୧୫୦ଟି ଘର ଏଥିରେ ଅଂଶଗ୍ରହଣ କରିଛନ୍ତି।
ବିଶ୍ୱ ଐତିହ୍ୟ ରଘୁରାଜପୁର ଗ୍ରାମରେ ପାରମ୍ପରିକ ଭିତ୍ତିଚିତ୍ର ଶିବିର ସଫଳତା ପାଇଁ ପର୍ଯ୍ୟଟନ, ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସଂସ୍କୃତି ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ, ଯୁଗ୍ମ ଶାସନ ସଚିବ ତଥା ଏକାଡେମୀର ଓଏସ୍‌ଡି ମନସ୍ୱିନୀ ସାହୁ ପ୍ରମୁଖ ଅନଲାଇନରେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ।


ଆଜିର ଏହି ଶିଳ୍ପୀ ଶିବିର ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉଦ୍‌ଘାଟନ କରି ଶିଳ୍ପୀମାନେ ନିଜ ନିଜ ଗୃହରେ ସୁରକ୍ଷିତ ରହି ଓଡ଼ିଶାର କଳାକୁ ଉଜ୍ଜୀବିତ ରଖିବାରେ ସହାୟ ହୁଅନ୍ତୁ ବୋଲି କହିଥିଲେ। ଏକାଡେମୀର ସଚିବ ପଞ୍ଚାନନ ସାମଲ, ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ରଘୁରାଜପୁର ଗ୍ରାମ୍ୟ କମିଟିର ସଭାପତି ଲକ୍ଷ୍ମୀଧର ସୁବୁଦ୍ଧି ଓ ସଂପାଦକ ଅଭିରାମ ଦାସ ପ୍ରମୁଖ ଉକ୍ତ ଶିବିରରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ପେଣ୍ଟିଂଗୁଡ଼ିକୁ କୋଭିଡ୍‌ ପରବର୍ତ୍ତୀ ସମୟରେ ଆଗନ୍ତୁକ ଏବଂ ପର୍ଯ୍ୟଟକମାନଙ୍କୁ ବୁଲି ଦେଖିବାର ସୁଯୋଗ ସୃଷ୍ଟି କରାଯିବ ବୋଲି ଏକାଡେମୀ ପକ୍ଷରୁ କୁହାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories