www.samajalive.in
Monday, December 8, 2025
14.1 C
Bhubaneswar

ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ଘେରାଓ; ଆରମ୍ଭ ହେଲା ସଫେଇ କାର୍ଯ୍ୟ

ସମ୍ବଲପୁର :  ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରଶାସନ ପୂର୍ବରୁ ସହଯୋଗ କରି ଆସୁଥିବା ବେଳେ ବିଗତ ଦୁଇ ବର୍ଷ ହେବ ସହଯୋଗ ମିଳୁ ନ ଥିବାର ପରିଲକ୍ଷିତ ହେଉଛି। କରୋନା ସଙ୍କଟ ଯୋଗୁଁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଧାର୍ମିକ ଉତ୍ସବକୁ କେବଳ ବିଧି ରକ୍ଷାରେ ସୀମିତ ରଖାଯାଇଥିବା ବେଳେ ପ୍ରଶାସନ ତରଫରୁ ସର୍ବ ନିମ୍ନ ସୁବିଧା ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଦୁଇ ଦିନ ପରେ ୧୧ ତାରିଖରୁ ସର୍ବପୁରାତନ ନନ୍ଦପଡ଼ା ଶୀତଳଷଷ୍ଠୀ ଯାତ୍ରା କମିଟିର ଦେବ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବା ବେଳେ ଏ ପର୍ଯ୍ୟନ୍ତ ନିଗମ କତ୍ତୃପକ୍ଷଙ୍କ ତରଫରୁ ସର୍ବନିମ୍ନ ସଫେଇ ସହିତ ରିଙ୍ଗ ରୋଡରେ ରହିଥିବା ବଡ ନାଳ ସଫା କରାଯାଇ ନାହିଁ। ଏଣୁ  କମିଟି ସଦସ୍ୟ ମାନେ ଅଚାନକ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରିଥିଲେ। ଘେରାଉ ସମୟରେ କଣ ପାଇଁ ସଫେଇ କରାଯାଉ ନାହିଁ ବୋଲି ପଚରାଯିବାରୁ କମିଶନର ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରିଙ୍ଗ ରୋଡ ନାଳ ସଫେଇ କରାଯାଇଛି ବୋଲି କହିବାରୁ ସଦସ୍ୟ ମାନେ ଉତ୍ତେଜିତ ହୋଇ ସଫା କରାଯାଇଥିବା ସ୍ଥାନ ଦେଖାଇବାକୁ କହିଥିଲେ। ଏହା ପରେ ସଫେଇ କରାଯିବ ବୋଲି କମିଶନର କହିଥିଲେ ସୁଦ୍ଧା ସଦସ୍ୟ ମାନେ ମାତ୍ର କେଇ ଘଣ୍ଟା ପରେ ଉତ୍ସବ ଆରମ୍ଭ ହେବାକୁ ଥିବା ଏବଂ ପାଣିପାଗ ବିଭାଗ ତରଫରୁ ବର୍ଷାର ପୂର୍ବାନୁମାନ କରାଯାଇଥିବାରୁ ତୁରନ୍ତ ସଫେଇ କାର୍ଯ୍ୟ ଆରମ୍ଭ ପାଇଁ ଅଡି ବସିଥିଲେ। ପରେ ନିଗମ କତ୍ତୃପକ୍ଷ ତୁରନ୍ତ କାର୍ଯ୍ୟରମ୍ଭ କରିବାକୁ ପ୍ରତିଶୃତି ଦେବା ସହିତ ସଫେଇ ଦଳ ଗୁଡିକୁ ରିଙ୍ଗ ରୋଡରେ ଏକତ୍ରିତ କରି କାର୍ଯ୍ୟାରମ୍ଭ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତୀବ୍ର ବିରୋଧ ପ୍ରଦର୍ଶନ ପରେ ପ୍ରାୟ ୩୦ ମିନିଟ ପରେ ରିଙ୍ଗ ରୋଡରେ କମିଟି ସଦସ୍ୟ ଓ ନିଗମ କତ୍ତୃପକ୍ଷଙ୍କ ଉପସ୍ଥିତିରେ ନନ୍ଦପଡ଼ା ଠାରୁ ଆରମ୍ଭ କରି ତଳ ପଟ ଯଥା ହାଟପଡ଼ା, ମାରୱାଡିପଡ଼ା, ଦଲେଇପଡ଼ା ଆଦି ଅଞ୍ଚଳ ଗୁଡିକ ଦେଇ ଯାଇଥିବା ମୁଖ୍ୟ ନାଳକୁ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିଲା।

- Advertisement -

ଏ ସର୍ମ୍ପକରେ ମହାନଗର ନିଗମ କମିଶନର ଅନିରୁଦ୍ଧ ପ୍ରଧାନ କହିଛନ୍ତି, ନିଗମ ପକ୍ଷରୁ ରିଙ୍ଗ ରୋଡର କିଛି ଅଂଶ ସଫେଇ କାର୍ଯ୍ୟ କରାଯାଇଥିବା ବେଳେ ଆଉ କିଛି ଅଂଶ ବାକି ରହିଯାଇଥିଲା। ସେଗୁଡିକୁ ଏବେ ଅଗ୍ରାଧିକାର ଭିତ୍ତିରେ ସଫେଇ କରାଯାଉଛି। ଶୀତଳଷଷ୍ଠୀ ସଦସ୍ୟଙ୍କ ଅଭିଯୋଗ ପରେ କାର୍ଯ୍ୟକୁ ଆହୁରୀ ତ୍ୱରାନ୍ୱିତ କରାଯାଇଛି ବୋଲି କମିଶନର ପ୍ରଧାନ କହିଛନ୍ତି। ଅପରପକ୍ଷରେ ସନ୍ଧ୍ୟା ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଜାରି ରହିଥିବା ବେଳେ ବଡ ନାଳର ମାତ୍ର ୩ ଶହ ମିଟର ଲମ୍ବ ମଧ୍ୟରୁ ୪ ଡମ୍ପର ଆବର୍ଜନା, ମାଟି, ଅଳିଆ ଆଦି ରିଙ୍ଗ ରୋଡ ସ୍ଥିତ ବଡ ନାଳରୁ ବାହାର କରାଯାଇଥିବା ବେଳେ ଆହୁରୀ ଆବର୍ଜନା ଭରି ରହିଥିବାରୁ ଗୁରୁବାର ମଧ୍ୟ ସଫେଇ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ, ରିଙ୍ଗ ରୋଡରେ ଥିବା ବଡ ନାଳ ବର୍ଷ ବର୍ଷ ଧରି ସଫେଇ ହୋଇ ନ ଥିବାରୁ ଟିକିଏ ବର୍ଷା ହେବା ମାତ୍ରେ ରିଙ୍ଗ ରୋଡ କଡରେ ରହିଥିବା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ସମେତ ଅନ୍ୟ ଘର ମାନଙ୍କୁ ନାଳ ଓ ବର୍ଷା ଜଳ ପ୍ରବେଶ କରୁଛି। କରୋନା କଟକଣା ଯୋଗୁଁ ବାଲୁଙ୍କେଶ୍ୱର ମଣ୍ଡପ ଠାରେ ଶୀତଳଷଷ୍ଠୀର ଦେବ ବିବାହ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ନାଳ ସଫେଇ ହୋଇ ନ ଥିବାରୁ ନାଳ ଜଳ ବିବାହସ୍ଥଳକୁ ପ୍ରବେଶ କରିବାର ସମ୍ଭାବନା ରହିଥିବା ଏବଂ ଏଥି ପ୍ରତି ପ୍ରଶାସନ ଦାୟିତ୍ୱହୀନ ମନୋଭାବ ପ୍ରକଟ କରିବାରୁ କମିଟି ସଦସ୍ୟ ମାନେ ନିଗମ କାର୍ଯ୍ୟାଳୟ ଘେରାଉ କରିଥିଲେ ବୋଲି ମୁଖ୍ୟ ସଂଯୋଜକ ଫଣି ଭୂଷଣ ମିଶ୍ର କହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ନିଗମର ବାରମ୍ବାର ଦାବି ସତ୍ୱେ କରୋନା ସଙ୍କଟ ସମୟରେ ମଧ୍ୟ ପରିମଳକୁ ପ୍ରାଥମିକତା ଦିଆଯାଉଥିବା ବେଳେ ନିଗମ କତ୍ତୃପକ୍ଷ ଏଥି ପ୍ରତି ହେୟଜ୍ଞାନ ମନୋବୃତ୍ତି ପୋଷଣ କରୁଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories