କଲକତା : ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଏକ ବୈଠକରେ ବଡ ନିଷ୍ପତ୍ତି ନେଇ ସେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଟିଏମସିର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ କରିଛନ୍ତି । ଏଥି ସହିତ ଅଭିନେତ୍ରୀ ସାୟୋନି ଘୋଷଙ୍କୁ ତୃଣମୂଳ ଯୁବ କଂଗ୍ରେସର ସଭାପତି ଦାୟିତ୍ୱ ଦିଆଯାଇଛି। ବରିଷ୍ଠ ନେତା କୁନାଲ ଘୋଷଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।
ଅଭିଷେକ ବାନାର୍ଜୀ ପୂର୍ବରୁ ଦଳର ଯୁବ ଶାଖାର ସଭାପତି ଥିଲେ। କିନ୍ତୁ ଜଣେ ନେତା, ଗୋଟିଏ ପଦର ନୀତିକୁ ଦୃଷ୍ଟିରେ ରଖି ସେ ଆଜି ଏହି ପଦରୁ ଇସ୍ତଫା ଦେଇଛନ୍ତି। ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ସେ ସର୍ବଦା ବଙ୍ଗଳାବାସୀଙ୍କ ପ୍ରତି ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବେ।
ସୂଚନାଯୋଗ୍ୟ ପଶ୍ଚିମବଙ୍ଗ ନିର୍ବାଚନରେ ଅଭିଷେକ ବାନାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ବିଧାନସଭା ନିର୍ବାଚନରେ କଠିନ ପରିଶ୍ରମ କରିଥିଲେ। ସେ ତାଙ୍କ ଭାଷଣ ମାଧ୍ୟମରେ ଯୁବକମାନଙ୍କ ହୃଦୟ ଜିତିବାରେ ସଫଳ ହୋଇଥିଲେ। ତେବେ ଅଭିଷେକଙ୍କ କାର୍ୟ୍ୟରେ ମମତା ବାନାର୍ଜୀ ମଧ୍ୟ ଅତ୍ୟନ୍ତ ଖୁସି ଥିଲେ ଏବଂ ତାଙ୍କୁ ଏଥର ପଦୋନ୍ନତି ଦେଇ ସାଧାରଣ ସମ୍ପାଦକ କରିଛନ୍ତି।
ଅଭିଷେକ ବାନାର୍ଜୀ ଟିଏମସିର ସାଧାରଣ ସମ୍ପାଦକ, ସାୟୋନି ଘୋଷଙ୍କୁ ମଧ୍ୟ ବଡ଼ ଦାୟିତ୍ୱ
Popular Categories



