www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ଭିସା ଅବଧି ଅଗଷ୍ଟ ୩୧ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ : ଭାରତ ଭିସା ଅବଧିକୁ ଆସନ୍ତା ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛି। କରୋନା ମହାମାରୀ ଯୋଗୁଁ ବ୍ୟାବସାୟିକ ବିମାନ ଚଳାଚଳ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଥିବାରୁ ବୈଧ ଭାରତୀୟ ଭିସାରେ ଭାରତକୁ ଏହି ତାରିଖ ପୂର୍ବରୁ ଆସିଥିବା ଅନେକ ବିଦେଶୀ ନାଗରିକ ଅଟକି ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୨୦ ମାର୍ଚ୍ଚ ପୂର୍ବରୁ ଯେଉଁ ବିଦେଶୀମାନେ ଭାରତ ଆସିଥିଲେ ସେମାନେ ଲକ୍ଡାଉନ ଯୋଗୁଁ ନିଜର ଭିସା ମିଆଦ ବଢାଇବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୦୨୦ଜୁନ ୨୯ତାରିଖରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ଏହି ବିଦେଶୀମାନଙ୍କ ଭିସା ମିଆଦକୁ ୩୦ଜୁନ ୨୦୨୦ରୁ ଏକ ମାସ ପାଇଁ ବଢାଇ ଦିଆଯାଇଥିଲା । ତେବେ ଆନ୍ତର୍ଜାତିକ ବିମାନ ସେବା ଆରମ୍ଭ ହେବା ପରଠାରୁ ଏହି ଭିସା ମିଆଦଗୁଡିକୁ ଲାଗୁ କରାଯିବାକୁ ସରକାର ପରେ ସ୍ପଷ୍ଟ କରିଥିଲେ । ଏହି ସମୟ ମଧ୍ୟରେ ସମ୍ପୃକ୍ତ ବିଦେଶୀ ନାଗରିକମାନଙ୍କୁ ମାସିକ ଭିସା ଅବଧି ବୃଦ୍ଧି ଏବଂ ଅଧିକ ସମୟ ରହିବାକୁ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ କରି ଆବେଦନ କରିବାକୁ କୁହାଯାଇଥିଲା ।
ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର ପୁନର୍ବିଚାର କରିଛି । ଏଯାଏଁ ଭାରତରେ ବ୍ୟାବସାୟିକ ଆର୍ନ୍ତଜାତିକ ବିମାନ ଉଡାଣ ସେବା କରୋନା ମହାମାରୀ ଯୋଗୁଁ ସ୍ୱାଭାବିକ ହୋଇନାହିଁ । ତେଣୁ ସମ୍ପୃକ୍ତ ଭାରତୀୟ ଭିସାଧାରୀ ଅଥବା ନିର୍ଦ୍ଦିଷ୍ଟ ଅଧିକ ସମୟ ରହିବାକୁ ଆବେଦନ କରିଥିବା ବିଦେଶୀମାନଙ୍କ ଭିସା ମିଆଦକୁ ୨୦୨୧ ଅଗଷ୍ଟ ୩୧ ତାରିଖ ଯାଏ ବୈଧ ଭାବେ ବିବେଚିତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ମିଆଦ ବୃଦ୍ଧି ନିଃଶୁଳ୍କ ଏବଂ ଏଥିପାଇଁ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ଠାରୁ ଅଧିକ ସମୟ ରହିବା ବାବଦରେ କୌଣସି ଫି କିମ୍ବା ଜୋରିମାନ ଆଦାୟ କରାଯିବ ନାହିଁ । ଆହୁରି ମଧ୍ୟ ସମ୍ପୃକ୍ତ ନାଗରିକମାନେ ସେମାନଙ୍କ ଭିସା ଅବଧି ବଢାଇବାକୁ ଏଫଆରଆରଓ / ଏଫଆରଓଙ୍କ ନିକଟରେ ଦରଖାସ୍ତ କରିବାର ଆବଶ୍ୟକତା ନାହିଁ ।
ଦେଶ ଛାଡିବା ପୂର୍ବରୁ ସମ୍ପୃକ୍ତ ବିଦେଶୀ ନାଗରିକମାନେ ପ୍ରସ୍ଥାନ ଅନୁମତି ପାଇଁ ଏଫଆରଆରଓ/ ଏଫଆରଓଙ୍କ ନିକଟରେ ଚାହିଁଲେ ଆବେଦନ କରିପାରିବେ । ଏ କ୍ଷେତ୍ରରେ ସେମାନଙ୍କୁ ବିନା ଦେୟରେ ଦେଶ ଛାଡିବାକୁ ଅନୁମତି ମିଳିବ । ଅଧିକ ଦିନ ରହିଥିବାରୁ ସେମାନଙ୍କଠାରୁ ଫି ବା ଜୋରିମାନା ଆଦାୟ କରାଯିବ ନାହିଁ ।

 

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories