ନବରଙ୍ଗପୁର: ନବରଙ୍ଗପୁର ଜିଲା ପୁଲିସ ପକ୍ଷରୁ ଗତ ଦୁଇ ଦିନ ମଧ୍ୟରେ ୨ଲକ୍ଷ ୨୪ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଛି। କରୋନା ନିୟମ ପାଳନ କରୁ ନ ଥିବା ଅମାନିଆଙ୍କଠାରୁ ମାସ୍କ ଓ ସାମାଜିକ ଦୂରତା ପାଳନ କରି ନଥିବା କାରଣରୁ ୬୪ ହଜାର ଟଙ୍କା ଓ ଯାନବାହନ ଯାଞ୍ଚ କରି ୧ଲକ୍ଷ ୬୦ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା ଜଣାପଡିଛି। ସେହିପରି ଉମରକୋଟରେ କୋଭିଡ କଟକଣାକୁ ବେଖାତିର କରି ଖୋଲାଯାଇଥିବା ୪ଟି ଦୋକାନକୁ ପୁଲିସ ସିଲ କରିଛି। ଏସ୍ପି ପ୍ରହଲ୍ଲାଦ ସହାୟମୀନାଙ୍କ ନିର୍ଦ୍ଦେଶରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି। ଜିଲାର ସମସ୍ତ ଥାନାର ପୁଲିସ କଡାକଡି ଯାଞ୍ଚ କରୁଥିବା ଜଣାପଡିଛି।
ନବରଙ୍ଗପୁର ପୁଲିସ ପକ୍ଷରୁ ୨ଲକ୍ଷରୁ ଊର୍ଦ୍ଧ୍ଵ ଜରିମାନା ଆଦାୟ, ଉମରକୋଟର ୪ଟି ଦୋକାନ ସିଲ୍
Popular Categories



