ମୋହନା : ରାଜ୍ୟ ସରକାର ଯୋଗାଉଥିବା ଗରିବ ପରିବାର ଓ ରେସନକାର୍ଡ଼ଧାରୀଙ୍କ ପାଇଁ ଆସୁଥିବା କିରୋସିନିକୁ ଚୋରି କରି ବିକ୍ରି ହେଉଥିବା ବେଳେ ଗ୍ରାମବାସୀ ଏନେଇ ଅଭିଯୋଗ କରିଥିଲେ। ମାତ୍ର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ସୂଚନା ଯୋଗ୍ୟ, ମୋହନା ବ୍ଲକ ପିଣ୍ଡିକି ପଂଚାୟତର ଦଳିତ ସାହିରେ ଗତ ମେ ମାସ ୧୦ ତାରିଖରେ ୪୦୦ ଲିଟର କିରୋସିନି ଏକ ଟ୍ରାକ୍ଟରରେ ଲୋଡ ହୋଇ ଅନ୍ୟତ୍ର ବିକ୍ରୀ ଉଦ୍ଦେଶ୍ୟରେ ଯାଉଥିଲା। ଗ୍ରାମବାସୀ ଏହି ଘଟଣା ଜାଣିବା ପରେ ଯୋଗାଣ ନିରୀକ୍ଷକ ସଞ୍ଜୟ ମଳିକଙ୍କୁ ଖବର ଦେଇଥିଲେ । ଯୋଗାଣ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ। ମାତ୍ର ଘଟଣାକୁ ଏକ ମାସ ବିତିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ପଂଚାୟତବାସୀ ଅଭିଯୋଗ କହିଛନ୍ତି।
କିରୋସିନି ଚୋରା ଚାଲାଣ ଘଟଣା ; କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ ଅଞ୍ଚଳବାସୀଙ୍କ ଅଭିଯୋଗ
Popular Categories



