www.samajalive.in
Sunday, December 7, 2025
18.1 C
Bhubaneswar

ଭାରତରେ ସ୍ପୁଟନିକ ଟିକା ଉତ୍ପାଦନ ପାଇଁ ଆବେଦନ କଲା ସେରମ୍‍ ଇନଷ୍ଟିଚ୍ୟୁଟ

ପୁନେ: ରୁଷିଆର କୋଭିଡ-୧୯ ଟିକା ସ୍ପୁଟନିକ ଭି ଭାରତରେ ଉତ୍ପାଦନ କରିବାକୁ ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସଆଇଆଇ) ଭାରତର ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ନିକଟରେ ଆବେଦନ କରିଛି। ସରକାରୀ ସୂତ୍ରରୁ କୁହାଯାଇଛି ଯେ ପୁନେସ୍ଥିତ ଏସଆଇଆଇ ବୁଧବାର ଦିନ ଏଥିପାଇଁ ଆନୁଷ୍ଠାନିକ ଭାବରେ ଅନୁମୋଦନ ଲୋଡିଛି। ଏଥିସହିତ ସେରମ ଇନଷ୍ଟିଚ୍ୟୁଟ ଟେଷ୍ଟ ଆନାଲିସିସ ଏବଂ ପରୀକ୍ଷା ନିରୀକ୍ଷା ପାଇଁ ମଧ୍ୟ ଅନୁମତି ମାଗିଛି। ଏହି ଅନୁମତି ମିଳିଲେ ଏସଆଇଆଇ କ୍ଲନିକାଲ ଟ୍ରାଏଲ ଆରମ୍ଭ କରିବ। ତାହା ଯଦି ସଫଳ ହୁଏ ତେବେ ଏସଆଇଆଇ ସପ୍ତମ କମ୍ପାନୀ ଭାବରେ ସ୍ପୁଟନିକ ଭି ଟିକା ଉତ୍ପାଦନ କରିବ। ଏସଆଇଆଇ ପୂର୍ବରୁ କେନ୍ଦ୍ର ସରକାରଙ୍କୁ କହିଥିଲା ଯେ ଏହା ଜୁନରେ ୧୦ କୋଟି କୋଭିସିଲ୍ଡ ଟିକା ଉତ୍ପାଦନ ସହିତ ଯୋଗାଣ ପାଇଁ ସମର୍ଥ ହୋଇପାରିବ। ଏହା ନୋଭାଭାକ୍ସ ଟିକା ମଧ୍ୟ ଉତ୍ପାଦନ କରୁଛି ଏବଂ ସେଥିପାଇଁ ଆମେରିକାରୁ ନିୟାମକ ଅନୁମୋଦନକୁ ଅପେକ୍ଷା କରାଯାଇଛି। ସ୍ପୁଟନିକ ଭି ଟିକା ବିପଣନ କରୁଥିବା ରୁଷିଆର ଆରଡିଆଇଏଫ ସୋଭରେନ ୱେଲଥ ଫଣ୍ଡ୍‍ ଭାରତର ଛଅଟି ଅଗ୍ରଣୀ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ରାଜିନାମା କରିସାରିଛି। ସେଥିମଧ୍ୟରେ ଡ.ରେଡିସ୍‍ ଲାବୋରେଟୋରୀ, ଗ୍ଲାଣ୍ଡ ଫାର୍ମା, ହେଟେରୋ ବାୟୋଫାର୍ମା, ପାନାସିଆ ବାୟୋଟେକ, ଷ୍ଟେଲିସ ବାୟୋଫାର୍ମା ଏବଂ ଭିରଚୋ ବାୟୋଟେକ ଆଦି ରହିଛି। ଡିସିଜିଆଇ ଗତ ଏପ୍ରିଲରେ ସ୍ପୁଟନିକ ଭି ଟିକାକୁ ଜରୁରୀକାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ଏହି ଟିକା ସଂପ୍ରତି ଭାରତରେ ଡ.ରେଡିସ ଲାବୋରେଟୋରୀରେ ତିଆରି କରାଯାଉଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories