www.samajalive.in
Monday, December 8, 2025
14.1 C
Bhubaneswar

ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା: କୋହଲି ୨ୟ ଓ ରୋହିତ ୩ୟ

ଦୁବାଇ: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତା ତାଲିକାରେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ବଜାୟ ରଖିଛନ୍ତି। ବୁଧବାର ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶିତ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ତାଲିକାର ପ୍ରଥମ ୫ଟି ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ସର୍ବାଧିକ ୮୬୫ ପଏଣ୍ଟ ସହ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଶୀର୍ଷ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ୮୫୭ ପଏଣ୍ଟ ସହ ବିରାଟ କୋହଲି ୨ୟ ଓ ୮୨୫ ପଏଣ୍ଟ ସହ ରୋହିତ ଶର୍ମା ୩ୟ ସ୍ଥାନରେ ରହିଛନ୍ତି।

ଦିନିକିଆ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ନ୍ୟୁଜିଲାଣ୍ଡର ରସ୍ ଟେଲର ୪ର୍ଥ, ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୫ମ, ଇଂଲଣ୍ଡର ଜନି ବେୟାରଷ୍ଟୋ ୬ଷ୍ଠ, ପାକିସ୍ତାନର ଓପ୍‌ନର ଫଖର ଜମାନ୍ ୭ମ, ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସି ୮ମ, ଅଷ୍ଟ୍ରେଲିଆର ଡେଭିଡ୍‌ ୱାର୍ଣ୍ଣର ୯ମ ଓ ୱେଷ୍ଟଇଣ୍ଡିଜ୍‌ର ସୈ ହୋପ୍ ୧୦ମ ସ୍ଥାନରେ ରହିଛନ୍ତି। ବାଂଲାଦେଶଠାରୁ ଦିନିକିଆ ସିରିଜ୍ ହାରିବା ସତ୍ତ୍ବେ ଶ୍ରୀଲଙ୍କାର ୨ ଖେଳାଳି ଫାଷ୍ଟବୋଲର ଦୁଷ୍ମନ୍ତ ଚମିରା ଓ ଅଧିନାୟକ କୁଶଳ ପରେରାଙ୍କ ମାନ୍ୟତାରେ ବହୁତ ଉନ୍ନତି ଘଟିଛି। ଚମିରା ଦିନିକିଆ ବୋଲର ମାନ୍ୟତାରେ ୨୭ଟି ସ୍ଥାନର ଉନ୍ନତିକରି ଜୀବନର ଶ୍ରେଷ୍ଠ ମାନ୍ୟତା ୩୩ରେ ପହଞ୍ଚିଛନ୍ତି। କୁଶଳ ପରେରା ୧୩ଟି ସ୍ଥାନର ଉନ୍ନତି ଘଟାଇ ୪୨ତମ ସ୍ଥାନରେ ପହଞ୍ଚିଛନ୍ତି। ଦିନିକିଆ ବୋଲରଙ୍କ ମଧ୍ୟରେ ଭାରତର ଯଶପ୍ରୀତ ବୁମ୍‌ରା ୬୯୦ ପଏଣ୍ଟ ସହ ପୂର୍ବପରି ୫ମ ସ୍ଥାନ ବଜାୟ ରଖିଛନ୍ତି। ପ୍ରଥମ ୪ଟି ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ବାମହାତି ଫାଷ୍ଟବୋଲର ଟ୍ରେଣ୍ଟ ବୋଲ୍‌ଟ, ବାଂଲାଦେଶର ମେହ୍‌ଦି ହାସନ୍ ମିରାଜ, ଆଫ୍‌ଗାନିସ୍ତାନର ମୁଜିବ୍ ଉର୍ ରେହ୍‌ମାନ ଓ ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନ୍‌ରି। ଭାରତର ଭୁବନେଶ୍ବର କୁମାର ୧୩ଶ, ୟୁଜ୍‌ବେନ୍ଦ୍ର ଚହଲ ୨୪ଶ, ମହମ୍ମଦ ସାମି ୨୬ଶ, କୁଲଦୀପ ଯାଦବ ୨୮ଶ ଓ ରବୀନ୍ଦ୍ର ଜାଡ଼େଜା ୨୯ଶ ସ୍ଥାନରେ ରହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories