www.samajalive.in
Tuesday, December 9, 2025
26.1 C
Bhubaneswar

ଆଲାପନ୍‌ଙ୍କ ଅଡୁଆ ବଢ଼ିଲା, ଉତ୍ତର ନ ଦେଲେ ଏତଲା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିବା ଆଲାପନ୍‌ ବନ୍ଦୋପାଧ୍ୟାୟଙ୍କ ଅଡ଼ୁଆ ବଢ଼ୁଛି। ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଚାଲିଥିବା ଲଢେଇରେ ସେ ପ୍ରମୁଖ ଗୋଟି ହୋଇଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକରେ ଅନୁପସ୍ଥିତ ରହିବା ନେଇ ଆଲାପନ୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୫୧(ବି) ଆଧାରରେ କେନ୍ଦ୍ର ସରକାର ଆଲାପନ୍‌ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନୋଟିସ୍‌ର ଜବାବ ତିନି ଦିନ ମଧ୍ୟରେ ନ ଦେଲେ ତାଙ୍କ ବିରୋଧରେ ଆପରାଧିକ ଆଇନନାନୁଯାୟୀ ଏତଲା ରୁଜୁ କରାଯାଇପାରେ ବୋଲି ନୋଟିସରେ ଦର୍ଶାଯାଇଛି। ଏତଦ୍‌ବ୍ୟତୀତ ସେ ବଦଳି ଆଦେଶ ଅମାନ୍ୟ କରି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ନିର୍ଦେଶକୁ ଅବମାନନା କରିଥିବାରୁ କେନ୍ଦ୍ର ସରକାର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାରବିମର୍ଶ କରୁଛନ୍ତି। ସୂଚନାନୁଯାୟୀ, ଆଲାପନ ଡିଓପିଟି ଆଦେଶ ଅନୁସାରେ ସୋମବାର ସକାଳେ ଦିଲ୍ଲୀ କାର୍ଯ୍ୟକ୍ଷେତ୍ରରେ ଯୋଗଦେବାକୁ ଥିଲା; କିନ୍ତୁ ସେ ନ ଯିବାରୁ ପୁନର୍ବାର ମଙ୍ଗଳବାର ସକାଳ ୧୦ଟାରେ ଉପସ୍ଥିତ ହେବାକୁ ସାନି ନିର୍ଦେଶ ଆସିଥିଲା। ଏଥିସହିତ ଏକ ‘ରିମାଇଣ୍ଡର’ ମଧ୍ୟ ଆସିଥିଲା; ଯେଉଁଥିରେ ସେ ଉପସ୍ଥିତ ନ ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ଏଥିମଧ୍ୟରେ ଆଲାପନଙ୍କୁ ଦିଆଯାଇଥିବା ତିନିମାସିଆ ଚାକିରିକାଳ ବୃଦ୍ଧି ଆଦେଶକୁ ବାତିଲ କରାଯାଇଛି।

Hot this week

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

Related Articles

Popular Categories