www.samajalive.in
Tuesday, December 9, 2025
16.1 C
Bhubaneswar

୪୦ଟି ସ୍ୱତନ୍ତ୍ର ଟ୍ରେନରେ ୨୬୦୦ ଟନ୍‍ ଅମ୍ଳଜାନ ପରିବହନ କରିଛି ପୂର୍ବତଟ ରେଳପଥ

ଭୁୁବନେଶ୍ୱର : କୋଭିଡ-୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି। ମଇ ୩୧ତାରିଖ ସୁଦ୍ଧା ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଂଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୬୦୦.୦୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରିଛି।
ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସରେ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍‍, ବିଶାଖାପାଟନମରୁ ମହାରାଷ୍ଟ୍ରର ନାସିକକୁ ଅମ୍ଳଜାନ ପରିବହନ କରାଯାଇଥିଲା। ବର୍ତମାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥ ନିଜ ପରିସୀମା ମଧ୍ୟରୁ ୪୦ଟି ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍‍ ଦ୍ୱାରା ୧୬୨ କେଂଟନରରେ ଏଲଏମଓ ଧାରଣ କରି ଏହାର ପରିସୀମା ମଧ୍ୟରୁ ଦେଶର ବିଭିନ୍ନ ରାଜ୍ୟକୁ ପରିବହନ କରିଛି। ଦୁର୍ଗାପୁର, ଟାଟାନଗର, ଏବଂ ରାଉରକେଲାରୁ ସିକନ୍ଦରାବାଦ, ଚେନ୍ନାଇ ଏବଂ ବାଙ୍ଗାଲୋର ଅଭିମୁଖେ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ତରଳ ମେଡିକାଲ ଅକ୍ସିଜେନ ଏକ୍ସପ୍ରେସ ଯାତାୟାତ କରୁଅଛି ଏବଂ ଏହାର ଚଳାଚଳ ପାଇଁ ପ୍ରାଥମିକତା ଦିଆଯାଉଅଛି।
ଦିଲ୍ଲୀ ଏବଂ ହରିୟାଣାକୁ ୧୯ ଅମ୍ଳଜାନ ଏକ୍ସପ୍ରେସ ଟ୍ରେନରେ ୬୩ ଟି କେଂଟନର ମାଧ୍ୟମରେ ପ୍ରାୟ ୧୦୧୦.୦୯ ଟନ୍‍ ଅକ୍ସିଜେନ ପରିବହନ କରାଯାଇଛି। ଏହା ବ୍ୟତୀତ ମହାରାଷ୍ଟ୍ର, ତେଲଙ୍ଗାନା, କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ରାଜ୍ୟକୁ ମଧ୍ୟ ଅମ୍ଳଜାନ ପଠାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ମହାରାଷ୍ଟ୍ରକୁ ୫୪୫.୩୧ ଟନ୍‍, କେରଳକୁ ୧୧୭.୯ ଟନ୍‍, ତେଲଙ୍ଗାନାକୁ ୬୮୫.୭ ଟନ୍‍, ତାମିଲନାଡୁ ୧୨୦ ଟନ୍‍ ଏବଂ କର୍ଣ୍ଣାଟକକୁ ୧୨୦.୯୮ ଟନ୍‍ ପରିବହନ କରିଛି।
ବିଭିନ୍ନ ରାଜ୍ୟକୁ ଯାଉଥିବା ସମସ୍ତ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନର କର୍ମଚାରୀ ମାନଙ୍କ ସହିତ ସହାୟକ ସଦସ୍ୟଙ୍କ ପାଇଁ ଖାଦ୍ୟ ପ୍ୟାକେଟ ଏବଂ ପାଣି ଯୋଗାଇ ଦିଆଯାଉଛି।
ଅନୁଗୁଳ ସ୍ଥିତ ଟାଟା ଭୂଷଣ ଲିମିଟେଡ ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ଏବଂ କଳିଙ୍ଗ ନଗର ସ୍ଥିତ ଟାଟା ଷ୍ଟିଲ ଲିମିଟେଡ ଭଳି ଇସ୍ପାତ କାରଖାନା ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅମ୍ଳଜାନ ବୋଝେଇ ଓ ପରିବହନ କ୍ଷେତ୍ରରେ ପ୍ରମୁଖ ଅବଦାନ ରଖିଛନ୍ତି। ବର୍ତମାନ ପର୍ଯ୍ୟନ୍ତ, ଏହି କୋଭିଡ଼-୧୯ ମହାମାରୀରେ ସଂକ୍ରମଣ ସମୟରେ ଆକ୍ରାନ୍ତ ରୋଗୀଙ୍କ ଜୀବନ ବଞ୍ଚାଇବାପାଇଁ ଅନୁଗୁଳ ଅଞ୍ଚଳରୁ ୩୩ ଟି, କଳିଙ୍ଗନଗର ଠାରୁ ୦୬ଟି ଏବଂ ବିଶାଖାପାଟନମ୍‍ ଅଞ୍ଚଳରୁ ଗୋଟିଏ ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଦେଶର ବିଭିନ୍ନ ରାଜ୍ୟକୁ ପାଠାଯାଇଛି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories