www.samajalive.in
Sunday, December 7, 2025
18.1 C
Bhubaneswar

ଉଚ୍ଚଶିକ୍ଷା ବିଭାଗର ଅଜବ ନୀତି, ତାଲାବନ୍ଦରେ ଖୋଲିବ କଲେଜ

ଭୁବନେଶ୍ୱର: ଗ୍ରୀଷ୍ମ ଅବକାଶ ପରେ ଆଜିଠାରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡ଼ିଗ୍ରୀ ତଥା ଯୁକ୍ତ ତିନି ମହାବିଦ୍ୟାଳୟ ଖୋଲିବ। କଲେଜ ଖୋଲିବା ସହିତ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ ପାଠପଢ଼ା ଆରମ୍ଭ ହେବ। ଏ ସମ୍ପର୍କରେ ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇସାରିଛି। କିନ୍ତୁ ତାଲା ବନ୍ଦ ସମୟରେ କଲେଜ ଖୋଲିବା ଏବଂ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ ପାଠପଢ଼ା କେତେଦୂର ସଫଳ ହେବ ସେଥିନେଇ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଭିଭାବକ ମହଲ ଚିନ୍ତାରେ ପଡ଼ିଛନ୍ତି।

କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ିଚାଲିବା ସହିତ ରାଜ୍ୟ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ତୃତୀୟ ଥର ପାଇଁ ତାଲାବନ୍ଦ ବ୍ୟବସ୍ଥାକୁ ସମ୍ପ୍ରସାରଣ କରିଛନ୍ତି। କିଛି ଜରୁରୀ କାମ ନଥିଲେ ବା ଜରୁରୀ ସେବା ବିଭାଗର କର୍ମଚାରୀ ହୋଇ ନଥିଲେ କିମ୍ବା ଅତ୍ୟାବଶ୍ୟକ ସେବା ପରିସରଭୁକ୍ତ ହୋଇ ନଥିଲେ ତାଲାବନ୍ଦ ସମୟରେ କେହି ଘରୁ ପଦାକୁ ଗୋଡ଼ କାଢ଼ିବା ମନା। କିନ୍ତୁ ଏ ବିଷୟ ପ୍ରତି ଉଚ୍ଚଶିକ୍ଷା ବିଭାଗ ନଜର ଅନ୍ଦାଜ କଲେ କିପରି?

- Advertisement -

ଅବଶ୍ୟ ଗ୍ରୀଷ୍ମ ଅବକାଶ ସହିତ ଏହା ପୂର୍ବରୁ ବି ଚଳିତ ବର୍ଷ ମହାବିଦ୍ୟାଳୟରେ ପାଠପଢ଼ା ଧିମେଇ ଯାଇଛି। କରୋନା ଯୋଗୁଁ କେବଳ ଓଡ଼ିଶା ନୁହେଁ ସାରା ଭାରତବର୍ଷରେ ଏକା ଅବସ୍ଥା। ଏଥିରୁ ମୁକୁଳିବା ପାଇଁ ସବୁ ସ୍ତରରେ ସଂଗ୍ରାମ ଚାଲିଛି। ଜୀବନ ଆଗ ଜୀବିକା ପଛ ଏ ନ୍ୟାୟରେ ଯେତେ ଦୂର ସମ୍ଭବ ସରକାର ସଂକ୍ରମଣକୁ ରୋକିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ତେବେ ଉଚ୍ଚଶିକ୍ଷା ବିଭାଗ ଆଜିଠାରୁ କଲେଜ ଖୋଲିବା ସହିତ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ ପାଠପଢ଼ା ପାଇଁ ଯେଉଁ ନିଷ୍ପତ୍ତି ନେଇଛି ତାହା କେତେଦୂର ସମ୍ଭବ ସେଥିନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ଡ଼ିଗ୍ରୀ ମହାବିଦ୍ୟାଳୟର ଛାତ୍ରାବାସ ବନ୍ଦ ରହିଛି। ଛାତ୍ରଛାତ୍ରୀ ଘରେ ରହୁଛନ୍ତି। ଯଦି ବିଭାଗ ପକ୍ଷରୁ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ କ୍ଲାସ ହୁଏ ତେବେ ଗ୍ରାମାଞ୍ଚଳରେ ନେଟୱାର୍କର ଅବସ୍ଥା ଯାହା ସେଥିରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ପିଲା କ୍ଲାସ କରିବା ସମ୍ଭବ ହେବ ନାହିଁ। ଯେଉଁ ପିଲା କ୍ଲାସରେ ଭାଗ ନେଇପାରିବେ ନାହିଁ ସେ କ୍ଷେତ୍ରରେ ପାଠପଢ଼ା ନିଷ୍ଫଳ ହୋଇଯିବ। ଆଗକୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବା ନେଇ ଛାତ୍ରଛାତ୍ରୀ , ଅଧ୍ୟାପକ ଆଶଙ୍କା କଲେଣି।

ଏହାଛଡ଼ା ଏବେ ତାଲାବନ୍ଦ ଥିବାରୁ ଯେଉଁ ଶିକ୍ଷକ, ଅଧ୍ୟାପକମାନେ ଦୂରଦୂରାନ୍ତରୁ କଲେଜକୁ ଯିବା ଆସିବା କରନ୍ତି ସେମାନେ ଯିବେ କିପରି? ଏବେ ବସ ପରିବହନ ବନ୍ଦ, ଅନ୍ୟାନ୍ୟ ପରିବହନର ସୁଯୋଗ ନାହିଁ। ସେମାନେ ସୁରକ୍ଷିତ ଭାବେ କଲେଜରେ ପହଞ୍ଚିବା ମଧ୍ୟ କଷ୍ଟକର। କାରଣ ତାଲାବନ୍ଦ ସମୟରେ ସେମାନଙ୍କୁ ବାଟରେ ଘାଟରେ ପୁଲିସର କଡ଼ା ଯାଞ୍ଚର ସମ୍ମୁଖୀନ ହେବାକୁ ପଡ଼ିବ। ଏହା ବ୍ୟତୀତ ସଂକ୍ରମଣ ବ୍ୟାପୁଥିବା ଅଞ୍ଚଳରୁ ଅଧ୍ୟାପକ ଅଧ୍ୟାପିକା କଲେଜ ଯାଇ କ୍ଲାସ କରିବା ଅସମ୍ଭବ।

ଉଚ୍ଚଶିକ୍ଷା ବିଭାଗ ଯେଉଁ ନିଷ୍ପତ୍ତି ନେଇଛି ତାହା ପିଲାଙ୍କ ପାଠ ପଢ଼ା ଆଗକୁ ବଢ଼ାଇବା ପାଇଁ ଜରୁରୀ, କିନ୍ତୁ ତାଲାବନ୍ଦ ସମୟରେ ଏହାର ବାସ୍ତବ କାର୍ଯ୍ୟକାରିତା ନେଇ ସନ୍ଦେହ ରହିଛି। ଉଚ୍ଚଶିକ୍ଷା ବିଭାଗ ପ୍ରତ୍ୟକ୍ଷ ସେବା ନିୟନ୍ତ୍ରଣ (ଅନଲାଇନ)ରେ କ୍ଲାସ କରାଯିବ ବୋଲି ଯେଉଁ ଚିଠି କଲେ ତାହା କରୋନା ତାଲାବନ୍ଦ ନିୟମାବଳି ପୂର୍ବର ନିର୍ଦେଶ। ଏବେ କଲେଜକୁ କେତେ ଭାଗ କର୍ମଚାରୀ ଆସିବେ ୫୦ ପ୍ରତିଶତ ନା ୧୦ ପ୍ରତିଶତ ତାକୁ ନେଇ ଦ୍ୱନ୍ଦ୍ୱ ରହିଛି। ସରକାରଙ୍କ କରୋନା ନୟମାବଳି ଅନୁସାରେ କାର୍ଯ୍ୟାଳୟ ବା କଲେଜରେ କେତେ ସଂଖ୍ୟକ କର୍ମଚାରୀ ରହିବା ଆବଶ୍ୟକ ସେ ନିୟମାବଳିକୁ ଠିକଣା ଭାବେ ତାଲାବନ୍ଦ ସମୟରେ ପାଳନ କରିବାକୁ ହେବ। ପୂର୍ବରୁ ଉଚ୍ଚଶିକ୍ଷାବିଭାଗ ପକ୍ଷରୁ ୫୦ପ୍ରତିଶତ କର୍ମଚାରୀ ଉପସ୍ଥିତ ରହିବେ ବୋଲି କୁହାଯାଇଥିଲା। କିନ୍ତୁ ତାଲାବନ୍ଦ ସମୟରେ ୧୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟାଳୟ ଚଲାଇବାକୁ କୁହାଯାଇଛି। ତେଣୁ କଲେଜ ଖୋଲିଲେ କେତେ ପ୍ରତିଶତ କର୍ମଚାରୀ ଆସିବେ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଲାଣି।

ଶିକ୍ଷାନୁଷ୍ଠାନ ଖୋଲିଲେ ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାରି ତାଲାବନ୍ଦ ସମୟରେ ଛାତ୍ରାବାସ ବନ୍ଦ ଥିବାରୁ ପିଲା କ୍ଲାସରେ ଭାଗ ନେବା ପ୍ରାୟ ସମ୍ଭବ ହେବ ନାହି ବୋଲି ବିଭନ୍ନ ମହଲରୁ ପ୍ରତିକ୍ରିୟା ଆସିଛି। ଏସବୁ ଭିତରେ ଆଗାମୀ ପରୀକ୍ଷାକୁ ନେଇ ବି ଅନିଶ୍ଚିତତା ଲାଗିରହିଛି। ଉଚ୍ଚଶିକ୍ଷା ବିଭାଗର ଏପ୍ରକାର ଦ୍ବନ୍ଦ୍ବାତ୍ମକ ନିଷ୍ପତ୍ତି ସମ୍ପର୍କରେ ବିଭାଗୀୟ ସଚିବଙ୍କ ସହ ଯୋଗାଯୋଗ ପାଇଁ ଉଦ୍ୟମ ହୋଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories