www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ବିଟରକୁ ନୂଆ ଆଇଟି ନିୟମ ପାଳନ କରିବାକୁ ପଡ଼ିବ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟରକୁ ଭାରତ ସରକାରଙ୍କ ନୂତନ ସୂଚନା ଓ ପ୍ରଯୁକ୍ତିବିଦ୍ୟା ନିୟମ ପାଳନ କରିବାକୁ ପଡ଼ିବ। ଦିଲ୍ଲୀ ହାଇକୋର୍ଟ ସୋମବାର ଏହି ନିର୍ଦେଶ ଦେଇଛନ୍ତି। ନୂଆ ନିୟମ ଉପରେ ରୋକ୍‌ ଲଗାଇବାକୁ ଅନୁରୋଧ କରିଥିବା ଟ୍ବିଟରକୁ କୋର୍ଟ କହିଛନ୍ତି, ଯଦି ନିୟମ ଉପରେ ରୋକ୍‌ ଲଗା ନ ଯାଏ, ତେବେ କମ୍ପାନୀକୁ ଏହାକୁ ପାଳନ କରିବାକୁ ହେବ।

ଅନ୍ୟପଟେ ଟ୍ବିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଛି ଯେ, ସେ ନୂତନ ଆଇଟି ନିୟମ (ମଧ୍ୟବର୍ତ୍ତୀ ନିର୍ଦେଶାବଳୀ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ୨୦୨୧ର ଅନୁପାଳନ କରିନେଇଛି। ଗତ ମେ ୨୮ ତାରିଖରୁ କମ୍ପାନୀ ନୂଆ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିଦେଇଛି। ତେବେ କାହାକୁ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି ସେ ନେଇ ଟ୍ବିଟର ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ।

- Advertisement -

କୋର୍ଟ କହିଛନ୍ତି ଯେ, ଯଦି ଡିଜିଟାଲ ମିଡିଆ ସମ୍ପର୍କିତ ନୂଆ ଆଇଟି ନିୟମ ଉପରେ ରୋକ୍‌ ଲଗାଯାଏ ନାହିଁ, ତେବେ ଟ୍ବିଟରକୁ ଏହାର ପାଳନ କରିବାକୁ ହେବ। ବିଚାରପତି ରେଖା ପଲ୍ଲୀ ଏହି ମନ୍ତବ୍ୟ ଦେବା ସହିତ ଆଡ୍‌ଭୋକେଟ ଅମିତ ଆଚାର୍ଯ୍ୟଙ୍କ ପିଟିଶନ ଉପରେ କେନ୍ଦ୍ର ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରକୁ ନୋଟିସ ଜାରି କରି ନିଜ ପକ୍ଷ ରଖିବାକୁ ନିର୍ଦେଶ ଦେଇଛନ୍ତି।

ଅମିତ ଆଚାର୍ଯ୍ୟ ନିଜ ପିଟିଶନରେ ଦାବି କରିଛନ୍ତି ଯେ, ଟ୍ବିଟର ନିୟମ ପାଳନ କରିନାହିଁ। ମାତ୍ର ଟ୍ବିଟର କୋର୍ଟଙ୍କ ସାମ୍ନାରେ ଦାବି କରୁଛି ଯେ ନିୟମ ପାଳନ କରିଛି ଏବଂ ଅଭିଯୋଗ ନିବାରଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। କେନ୍ଦ୍ର ସରକାର ବି ଏହି ଦାବିକୁ ଖଣ୍ଡନ କରିଛନ୍ତି। କୋର୍ଟ କହିଛନ୍ତି ଯଦି ନୂଆ ନିୟମ ଉପରେ ରୋକ୍‌ ଲଗା ନ ଯାଏ, ତେବେ ଟ୍ବିଟରକୁ ଏହାକୁ ପାଳନ କରିବାକୁ ହେବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories