www.samajalive.in
Tuesday, December 9, 2025
17.1 C
Bhubaneswar

ପିପିଲିରେ ବିଜେପିର ସେବା ହିଁ ସଂଗଠନ କାର୍ଯ୍ୟକ୍ରମ

ପିପିଲ: କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ନେତୃତ୍ୱାଧୀନ ସରକାରର ୭ବର୍ଷ ପୂରଣ ଅବସରରେ ବିଜେପି ପକ୍ଷରୁ ରାଜ୍ୟ ବ୍ୟାପୀ ସେବା ଦିବସ ପାଳନ କରାଯିବା ଅବସରରେ ବିଜେପିର ପୁରୀ ଜିଲା ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି-ଡେଲାଙ୍ଗ ନିର୍ବାଚନମଣ୍ଡଳୀରେ ରବିବାର ଠାରୁ ‘ସେବା ହିଁ ସଂଗଠନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ମାଟିଆପଡ଼ା ଗ୍ରାମରେ ଶ୍ରୀପଟ୍ଟନାୟକ ଆଜି ସକାଳେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ନିର୍ବାଚନ ମଣ୍ଡଳୀର ୪୬ଟି ପଞ୍ଚାୟତ ଓ ପିପିଲି ଏନଏସିର ୧୬ଗୋଟି ଓାର୍ଡରେ ବିଜେପି ନେତା ଓ କର୍ମୀମାନେ ଘରକୁ ଘର ବୁଲି କରୋନା କଟକଣା ମଧ୍ୟରେ ସାନିଟାଇଜର ଓ ତୁଣ୍ଡି ବାଣ୍ଟିିବା ସହ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରାଇ ସାହି ବସ୍ତିକୁ ବିଶୋଧନ କରିଥିଲେ। ବର୍ଷସାରା ଏହି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଶ୍ରୀପଟ୍ଟନାୟକ କହିଥିବା ବେଳେ ମଣ୍ଡଳ ସଭାପତି ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ, ସୁଧିର ବିଶ୍ୱାଳ, ଲଡ଼ୁକିଶୋର ରାୟ, ପ୍ରଦୀପ ପାତ୍ର ଓ ଶୁଭ୍ରାଶୁଂ ପରିଡ଼ା ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଦଳୀୟ ସୁତ୍ରରୁ ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories