www.samajalive.in
Tuesday, December 9, 2025
15.1 C
Bhubaneswar

ରାଉରକେଲାରେ ଟିକାଦାନ: ହିତାଧିକାରୀ କୋୱିନ ପୋର୍ଟାଲ କିମ୍ବା ଟିକାକରଣ କେନ୍ଦ୍ରରେ ସ୍ଲଟ ବୁକିଂ କରିପାରିବେ

ରାଉରକେଲା, : ରାଉରକେଲା ସହରରେ ୧୮-୪୪ ବର୍ଷ ବର୍ଗଙ୍କ ଟିକାକରଣ ଉପରେ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ପ୍ରତିଦିନ ୧୫ ହଜାରରୁ ଅଧିକ ଯୁବପିଢ଼ିଙ୍କୁ ଟିକା ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ଯୁବପିଢ଼ିଙ୍କୁ କୋଭିଡ୍ ଟିକା ଦିଆଯାଇଥିବା ରାଉରକେଲା ଅତିରିକ୍ତ ଜିଲାପାଳ ଆବୋଲି ସୁନିଲ ନରୱଣେ କହିଛନ୍ତି। ବର୍ତ୍ତମାନ ୧୨ଟି କେନ୍ଦ୍ରରେ ୧୮-୪୪ ବର୍ଷ ବର୍ଗଙ୍କୁ ଟିକା ଦିଆଯାଉଛି। ତା’ଛଡ଼ା କେତେକ ଘରୋଇ ହସ୍ପିଟାଲରେ ମଧ୍ୟ ଟିକା ଦିଆଯାଉଛି। ଟିକାଦାନ କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି।। ସେହିପରି ବେଦବ୍ୟାସସ୍ଥିତ ବ୍ୟାସଦେବ ହାଇସ୍କୁଲଠାରେ ଆସନ୍ତାକାଲି ୧୮-୪୪ ବର୍ଷ ବର୍ଗରେ ସ୍ୱତନ୍ତ୍ର କୋଭିଡ୍‌ ଟିକାକରଣ କ୍ୟାମ୍ପ କରାଯାଉଛି। ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଟିକାଦାନ ଚାଲିବ। ହିତାଧିକାରୀମାନେ କୋୱିନ ପୋର୍ଟାଲ/ଆପକୁ ଯାଇ ପଞ୍ଜିକରଣ ସହିତ ସ୍ଲଟ୍‌ ବୁକିଂ କରିପାରିବେ। ଏହାଛଡ଼ା ଟିକାଦାନ କେନ୍ଦ୍ରରେ ମଧ୍ୟ ସିଧାସଳଖ ସ୍ଲଟ୍‌ ବୁକିଂ କରିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି l

 

- Advertisement -

୧୮-୪୪ ବର୍ଷ ବର୍ଗର ଭିନ୍ନକ୍ଷମମାନଙ୍କୁ କୋଭିଡ୍ ଟିକାଦାନ ଲାଗି ଆସନ୍ତା କାଲି ସ୍ୱତନ୍ତ୍ର କ୍ୟାମ୍ପ କରାଯାଉଛି। ସକାଳ ୮ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬ଟି କେନ୍ଦ୍ରରେ ସେମାନଙ୍କୁ ଟିକା ଦିଆଯିବ। ଏଥିପାଇଁ ଭିନ୍ନକ୍ଷମ ହିତାଧିକାରୀମାନଙ୍କୁ ପଞ୍ଜୀକରଣ ବା ଆଗୁଆ ସ୍ଲଟ୍ ବୁକିଂ କରିବାର ଆବଶ୍ୟକତା ନାହିଁ। ସେମାନେ ଟିକାଦାନ କେନ୍ଦ୍ରକୁ ସିଧାସଳଖ ଆସି ସେଠାରେ ପଞ୍ଜିକରଣ କରି ଟିକା ନେବେ। ତା’ଛଡ଼ା ଭିନ୍ନକ୍ଷମ ହିତାଧିକାରୀଙ୍କ ସୁବିଧା ପାଇଁ ଟିକାଦାନ କେନ୍ଦ୍ରରେ ଯାହା ଆବଶ୍ୟକ ସେସବୁର ବ୍ୟବସ୍ଥା କରାଯାଇଛି। ତେଣୁ ସମସ୍ତ ଭିନ୍ନକ୍ଷମ ହିତାଧିକାରୀ କେନ୍ଦ୍ରକୁ ଆସି ଟିକା ନେବାକୁ ଅତିରିକ୍ତ ଜିଲାପାଳ ଅନୁରୋଧ କରିଛନ୍ତି।

ରାଉରକେଲା ସରକାରୀ ଚିକିତ୍ସାଳୟ (ଆରଜିଏଚ), ଆଇଜିଏଚର ନେହେରୁ ଓପିଡି, ବନ୍ଧମୁଣ୍ଡା ତିଲକାନଗରସ୍ଥିତ ୟୁପିଏଚସି, ବାସନ୍ତୀ କଲୋନୀ ଡିଏଲ୍ ଛକସ୍ଥିତ ଡିଏଭିଏମଏସି ୟୁପିଏଚସି, ଧାମରା ବସ୍ତି ନିକଟ ଛେଣ୍ଡ କଲୋନୀ ୟୁପିଏଚସି ଏବଂ କୋଏଲ ନଗର ୟୁପିଏଚସି କେନ୍ଦ୍ରରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଟିକା ଦିଆଯିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories