www.samajalive.in
Tuesday, December 9, 2025
17.1 C
Bhubaneswar

ରାମଦେବଙ୍କୁ ଆଇଏମଏର ଚ୍ୟାଲେଞ୍ଜ: କହିଲା-କେଉଁ ଡାକ୍ତରଖାନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧ ବ୍ୟବହାର କରୁଛନ୍ତି କୁହନ୍ତୁ

ଡେରାଡୁନ: ଏଲୋପାଥି ଚିକିତ୍ସାକୁ ନେଇ ସରକାର ଏବଂ ଯୋଗଗୁରୁ ବାବା ରାମଦେବଙ୍କ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ଏବେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ଉତ୍ତରାଖଣ୍ଡ ରାମଦେବଙ୍କୁ ଚ୍ୟାଲେଞ୍ଜ କରିଛି। କେଉଁ ଡାକ୍ତରଖାନା ରୋଗୀଙ୍କ ଚିକିତ୍ସା ପାଇଁ ପତଞ୍ଜଳି ଔଷଧର ବ୍ୟବହାର କରୁଛନ୍ତି କୁହନ୍ତୁ ବୋଲି ଆଇଏମଏ ରାମଦେବଙ୍କୁ କହିଛି।

ଆଇଏମଏ ରାମଦେବଙ୍କୁ ପ୍ରଶ୍ନ କରିଛି ଯେ, କେଉଁ ଏଲୋପାଥି ଡାକ୍ତରଖାନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧ ଦେଉଛନ୍ତି। ଏ ବାବଦରେ ଆଇଏମଏ ବାବା ରାମଦେବଙ୍କୁ ସାର୍ବଜନୀନ ଭାବରେ ପ୍ୟାନେଲ ଡିସ୍‌କସନ ସହିତ ଯୁକ୍ତି ଉପସ୍ଥାପନ କରିବାକୁ ଚ୍ୟାଲେଞ୍ଜ କରିଛନ୍ତି।

- Advertisement -

ସୂଚନାଯୋଗ୍ୟ ଯେ, ବାବା ରାମଦେବ ଏକ ଟିଭି ଡିବେଟରେ ଦାବି କରିଥିଲେ ଯେ, ଏଲୋପାଥିକ ଡାକ୍ତରଖାନା ବି କରୋନା ଚିକିତ୍ସା ପାଇଁ ପତଞ୍ଜଳି ଔଷଧର ବ୍ୟବହାର କରୁଥିଲେ। ଏହି ମନ୍ତବ୍ୟକୁ ନେଇ ଆଇଏମଏ ଉତ୍ତରାଖଣ୍ଡ ଏବେ ରାମଦେବଙ୍କୁ ପ୍ରଶ୍ନ କରିଛି ଯେ, କେଉଁ ଡାକ୍ତରଖାନା ପତଞ୍ଜଳି ଔଷଧ ବ୍ୟବହାର କରୁଥିଲେ ତାହାର ନାମ କୁହନ୍ତୁ, ଯେଉଁଠି କରୋନା ଚିକିତ୍ସା ନାମରେ ପତଞ୍ଜଳି ଔଷଧ ଦିଆଯାଇଛି।

ଉଲ୍ଲେଖ ଯେ, ବାବା ରାମଦେବ ସାଧକମାନଙ୍କ ସହିତ ପ୍ରତିଦିନ ଯୋଗ ଶିବିର କରିଥାନ୍ତି। ଏହି ଶିବିରରେ ଗତ ୩ ଦିନ ହେବ ରାମଦେବ ‘ଔଷଧ ମାଫିଆଙ୍କ ଭ୍ରମଜାଲ ବନାମ ଯୋଗ, ଆୟୁର୍ବେଦ ଏବଂ ନେଚୁରୋପାଥିରେ ରୋଗର ସ୍ଥାୟୀ ସମାଧାନ’ ଉପରେ ଶିବିରାର୍ଥୀଙ୍କୁ ବୁଝାଉଛନ୍ତି। ଗତ ଶୁକ୍ରବାର ଶିବିରରେ ରାମଦେବ କହିଥିଲେ ଯେ, ଏଲୋପାଥି ହେଉଛି ୨୦୦ ବର୍ଷର ପୁରୁଣା ଶିଶୁ। ଯୋଗ ଏବଂ ଆୟୁର୍ବେଦ ଦ୍ବାରା ରୋଗର ସ୍ଥାୟୀ ସମାଧାନ ହୋଇଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories