www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁର ଝିଅଙ୍କ କମାଲ : ଆମେରିକା ରାଷ୍ଟ୍ରପତିଙ୍କ ଠାରୁ ପାଇଲେ ପ୍ରମାଣପତ୍ର

ସମ୍ବଲପୁର: ସମ୍ବଲପୁରର କୁଞ୍ଜେଲପଡା ନିବାସୀ ସମ୍ରିତ ଶେଖର ଦଲପତ ଓ ସୁଜାତା ସାହୁଙ୍କ ୧୦ ବର୍ଷିୟ କନ୍ୟା ତଥା ଚତୁର୍ଥ ଶ୍ରେଣୀର ଛାତ୍ରୀ ସମ୍ରତା ଦଲପତ ଓରଫ ଟ୍ୱିଙ୍କଲ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ପ୍ରଶଂସା ପତ୍ର ପାଇଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜନ କରାଯାଉଥିବା ‘ରାଷ୍ଟ୍ରପତିଙ୍କ ଶିକ୍ଷା ପୁରସ୍କାର ଯୋଜନା’ ପାଇଁ ଭଲ ପାଠ ପଢ଼ୁଥିବା ସମ୍ରତାଙ୍କ ନାମକୁ ସେ ପଢ଼ୁଥିବା ଅଲବାଇଟନ ଏଲିମେନ୍ଟାରି ସ୍କୁଲ (ନର୍ଥ ରୟାଲଟନ) ଓହିଓ ରାଜ୍ୟରୁ ପଠାଯାଇଥିଲା। ଉଚ୍ଚକ୍ଷମତା ସମ୍ପନ୍ନ ଚୟନ ଦଳ ଦ୍ୱାରା ୨୦୨୧ ଶିକ୍ଷାବର୍ଷ ପାଇଁ ସମ୍ରତାଙ୍କ ଉଚ୍ଚକୋଟୀର ପ୍ରଦର୍ଶନକୁ ଧ୍ୟାନରେ ରଖି ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ ପାଇଁ ଚୟନ କରିଥିଲେ।

- Advertisement -

ଗୁରବାର ଆମେରିକା ଠାରେ ଏହି ପୁରସ୍କାର ସମ୍ରତାଙ୍କୁ ପ୍ରଦାନ କରାଯାଇଛି। ସମ୍ରତାଙ୍କ ପିତା ପେଶାରେ ଏକ ଆର୍ନ୍ତଜାତୀୟ ସଫ୍ଟୱେର କମ୍ପାନୀରେ ଇଞ୍ଜିନିୟର ଅଛନ୍ତି। ୨୦୧୦ରେ ଜନ୍ମିତା ସମ୍ରତା ବାଙ୍ଗାଲୁରୁରେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିବା ବେଳେ ତାଙ୍କର ବାପାଙ୍କ ସହିତ ଆମେରିକା ଯାଇଛନ୍ତି। ଛୋଟ ବେଳରୁ ପ୍ରତିଭା ସମ୍ପନ୍ନ ସମ୍ରତା ତାଇକୋଣ୍ଡୋ ଖେଳରେ କମଳା ରଙ୍ଗର ବେଲ୍ଟ ପ୍ରାପ୍ତ କରିଛନ୍ତି। ସମ୍ରତା କୁଞ୍ଜେଲପଡା ନିବାସୀ ସୁଧାଂଶୁ ଦଲପତଙ୍କ ନାତୁଣୀ ଅଟନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories