www.samajalive.in
Sunday, December 7, 2025
23.1 C
Bhubaneswar

ବାତ୍ୟା ‘ୟସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲାରେ ରାସ୍ତା ମରାମତି ସଂପୂର୍ଣ୍ଣ କଲା ପୂର୍ତ୍ତ ବିଭାଗ

ଭୁବନେଶ୍ୱର: ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟସ’ରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର ଜିଲାରେ ପୂର୍ତ୍ତ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ୱରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା ।
ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ିବା ସହ ରାସ୍ତା ଅବରୋଧ ହେବା ସହ କିଛି ସ୍ଥାନରେ ରାସ୍ତା କଟି ଯୋଗାଯୋଗ ବ୍ୟାହତ ହୋଇଥିଲା ।

 

- Advertisement -

ପୂର୍ତ୍ତ ବିଭାଗ ପକ୍ଷରୁ ଏହିସବୁ ରାସ୍ତା ପାଇଁ ମୋଟ ୧୯୨ଟି ତ୍ୱରିତ ପ୍ରତିକ୍ରିୟା ଦଳ ଜରିଆରେ ଜେସିବି, ଇଲେକ୍ଟ୍ରିକ୍‌ କଟର ଆଦି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ବାଧାପ୍ରାପ୍ତ ହୋଇଥିବା ସମସ୍ତ ରାସ୍ତାକୁ ସଫା ଓ ମରାମତି କରାଯାଇ ଯୋଗାଯୋଗକୁ ସ୍ୱାଭାବିକ କରାଯାଇ ପାରିଛି। ପୂର୍ତ୍ତ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଇ ରାସ୍ତା ସଫା ହେବା ଫଳରେ ଗମନାଗମନରେ ସୁବିଧା ହେବା ସହ ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ଯଥେଷ୍ଟ ସହଜ ହୋଇପାରିଛି। ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମୁଖ୍ୟଯନ୍ତ୍ରୀଙ୍କୁ ମିଶାଇ ୫ ଜଣ ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ ସଂପନ୍ନ ହୋଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories