www.samajalive.in
Sunday, December 7, 2025
26.1 C
Bhubaneswar

ହାତ, ଗୋଡ ନ ଥିବା ଶିଶୁ ଜନ୍ମ

ଜୟପୁର: ଏକ ଶିଶୁ ପାଇଁ ମା’ବାପାଙ୍କ କେତେ ସ୍ୱପ୍ନ ଥାଏ। ପୁଅ କିମ୍ବା ଝିଅ ହେଉ ଆଦରରେ ତାକୁ ଲାଳନ ପାଳନ କରନ୍ତି। ଭିନ୍ନକ୍ଷମ ହେଲେ ବି ନିଜ ଛୁଆ ପ୍ରତି ଅବହେଳା କରନ୍ତି ନାହିଁ। ଏପରି କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଏକ ଛୁଆ ଜନ୍ମ ​ହୋଇଛି ତାର ହାତଗୋଡ ନାହିଁ। କୋରାପୁଟ ଜିଲା ବୋରିଗୁମ୍ମା ବ୍ଳକ ଅନ୍ତର୍ଗତ ଚରାମୂଳା ଗାଁରେ ଜନ୍ମ ନେଇଛି ଏପରି ଏକ ଶିଶୁ ପୁତ୍ର। ଆଜି ସକାଳୁ ଚରାମୂଳା ଗ୍ରାମର ଜଣେ ଦମ୍ପତିଙ୍କ ହାତଗୋଡ ନ ଥିବା ଛୁଆ ଜନ୍ମ ନେଇଛି। ନବଜାତ ଶିଶୁକୁ ଦେଖି ବାପାମା’ ଚିନ୍ତିତ ହୋଇପଡ଼ିଥିଲେ। ଛୁଆଟି ବଞ୍ଚିଥିବାରୁ ତାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତରମାନେ ତତ୍ପରତା ଦେଖାଇ ଚିକିତ୍ସା କରିଛନ୍ତି।

ଗତକାଲି ଉକ୍ତ ଗାଁର ଜଣେ ମହିଳାଙ୍କ ଗର୍ଭ ବେଦନା ହେବାରୁ ଆଶା କର୍ମୀ ସହାୟତାରେ କୁମଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ଛୁଆ ଜନ୍ମ ପରେ ତୁରନ୍ତ ତାର ପ୍ରାଥମିକ ଚିକିତ୍ସା କରି କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଥିଲା ବୋଲି ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରାଜାରାମ ସ୍ୱାଇଁ କହିଛନ୍ତି। କୋରାପୁଟ ମେଡିକାଲ କଲେଜରେ ଛୁଆର ଚିକିତ୍ସା କରି ଦମ୍ପତିଙ୍କୁ ଚରାମୂଳା ଗ୍ରାମକୁ ପଠାଇ ଦିଆଯାଇଛି। ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ବାପାମା’ ସୂଚନା ଦେଇଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories