www.samajalive.in
Wednesday, December 10, 2025
15.1 C
Bhubaneswar

ବାତ୍ୟା ୟସ ପାଇଁ ତତ୍ପରତା ଦେଖାଇଲେ କିମ୍‍ସ କୋଭିଡ୍‍ ଯୋଦ୍ଧା, ସ୍ଥାନାନ୍ତର ହେଲା ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ର ଆଇସିୟୁ ୟୁନିଟ୍‍

ଭୁବନେଶ୍ୱର: ବାରିପଦାରେ କିମ୍‍ସ ପରିଚାଳନାରେ ଚାଲିଥିବା ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ର ଆଇସିୟୁକୁ ବାତ୍ୟା ୟସ ପୂର୍ବରୁ ସ୍ଥାନାନ୍ତର କରି ପ୍ରଶଂସିତ ହୋଇଛନ୍ତି କିମ୍‍ସର ଆଗଧାଡ଼ିର କୋଭିଡ୍‍ ଯୋଦ୍ଧା ତଥା କିମ୍‍ସର ପ୍ରଶାସନିକ ନିର୍ଦେଶକ ଦୀଲିପ ପଣ୍ଡା ଏବଂ ତାଙ୍କ ସହକର୍ମୀଗଣ। ସୂଚନାଯୋଗ୍ୟ, ବାରିପଦାସ୍ଥିତ କିସ୍‍ କ୍ୟାମ୍ପସ୍‍ରେ ଚାଲିଥିବା ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ର ଆଇସିୟୁ ୟୁନିଟ୍‍ ଏକ ସୁଦୃଢ଼ କୋଠା ଘରେ କାର୍ଯ୍ୟ କରୁଥିଲା। ଏହାର ଉପରେ ଟିଣ ରହିଥିବାରୁ ବାତ୍ୟା ୟସ୍‍ର ସଙ୍କଟକୁ ଦୃଷ୍ଟିରେ ରଖି କୋଭିଡ୍‍ରେ ଆକ୍ରାନ୍ତ ସଂକଟାପନ୍ନ ରୋଗୀ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଶ୍ରୀ ପଣ୍ଡା ଓ ତାଙ୍କ ଦଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ୟସ୍‍ ଆସିବାର ଗୋଟିଏ ଦିନ ପୂର୍ବରୁ ତ୍ୱରିତ ପଦକ୍ଷେପ ସ୍ୱରୂପ ଯୁଦ୍ଧକାଳୀନ ଭିତ୍ତିରେ ତୁରନ୍ତ ଆଇସିୟୁକୁ କ୍ୟାମ୍ପସ୍‍ର ଏକ ଅଧିକ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଇବା ସହ ଆଇସିୟୁରେ ଥିବା ରୋଗୀଙ୍କୁ ମଧ୍ୟ ଅଧିକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇପାରିଥିଲା। ଭୁବନେଶ୍ୱରରୁ କିମ୍‍ସର ୧୦ ଜଣିଆ ଦଳ ବାରିପଦା ଯାଇ ସେଠାରେ ଅତ୍ୟନ୍ତ ତତ୍ପରତାର ସହ ଏହି କାର୍ଯ୍ୟ ଗୋଟିଏ ଦିନ ମଧ୍ୟରେ ସମାପନ କରିଥିଲେ। ବାରିପଦା କିମ୍‍ସ କୋଭିଡ୍‍ ହସ୍‍ପିଟାଲ୍‍ ଦାୟିତ୍ୱରେ ଥିବା ଡା. ଖଗେଶ୍ୱର ରାଉତ ଏବଂ ସିଷ୍ଟର ସସ୍ମିତା ମହାନ୍ତଙ୍କ ନେତୃତ୍ୱରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଫଳରେ ରୋଗୀ, ରୋଗୀଙ୍କ ସଂପର୍କୀୟ ଏବଂ ଜିଲା ପ୍ରଶାସନ ଆଶ୍ୱସ୍ତି ଲାଭ କରିଥିଲେ।


ସୂଚନାଯୋଗ୍ୟ, ଓଡ଼ିଶା ସରକାରଙ୍କ ଦ୍ୱାରା କିମ୍‍ସ ମାଧ୍ୟମରେ ଭୁବନେଶ୍ୱର, ବାରିପଦା, ବଲାଙ୍ଗୀର ଓ ଫୁଲବାଣୀଠାରେ ୪ଟି ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ ପରିଚାଳିତ ହେଉଛି। ପ୍ରଥମ ପର୍ଯ୍ୟାୟ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଏହି ସବୁ କୋଭିଡ୍‍ ହସ୍‍ପିଟାଲ୍‍ ଚାଲୁ ରହିଛି। ସରକାରଙ୍କ ସହ ସମନ୍ୱୟରେ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିମ୍‍ସ ମେଡିକାଲ୍‍ କଲେଜର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସୁପରିଟେଣ୍ଡେଣ୍ଟ ଓ କିମ୍‍ସ ପ୍ରଶାସନିକ ନିର୍ଦେଶକ ଉକ୍ତ ୪ଟି କୋଭିଡ୍‍ ହସ୍‍ପିଟାଲ୍‍ ସୁପରିଚାଳନା କରିଆସୁଛନ୍ତି। ଏଭଳି କାର୍ଯ୍ୟ ପାଇଁ ଶ୍ରୀ ସାମନ୍ତ କିମ୍‍ସର ସମସ୍ତ କୋଭିଡ୍‍ ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories