www.samajalive.in
Sunday, December 7, 2025
26.1 C
Bhubaneswar

ମୋ ସ୍କୁଲ୍‍ ଅଭିଯାନ – ସଫଳତାର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିଛି ଲାଞ୍ଜିଗଡ଼ ବ୍ଲକ୍‍

ଲାଞ୍ଜିଗଡ଼: ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେଇ ଦେଶର ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ହେଲେ ପ୍ରଥମେ ସ୍କୁଲ୍‍ ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆମର ଉଜ୍ଜଳ ଭବିଷ୍ୟତ ପାଇଁ ଏକ ଉନ୍ନତ ଓ ପ୍ରଗତିଶୀଳ ସ୍କୁଲ ବ୍ୟବସ୍ଥା ଜରୁରୀ। ଆଜିର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ପିଢ଼ିର ସଫଳ ନାଗରିକ, ସ୍ୱପ୍ନଦ୍ରଷ୍ଟା, ଉଦ୍ୟମୀ, କଳାକାର, ଲେଖକ, ଚିନ୍ତକ, ଶିଳ୍ପୀ, ବୈଜ୍ଞାନିକ, ଉଦ୍ଭାବକ, ଆବିଷ୍କାରକ, ଜନନେତା ତଥା ଶିଳ୍ପଦ୍ୟୋଗୀ ଭାବରେ ଗଢିବା ପାଇଁ ଏକ ଅନୁକୂଳ, ସହଯୋଗୀ ଓ ସୃଜନଶୀଳ ପରିବେଶ ଦରକାର। ଏଥିପାଇଁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‍ଗୁଡ଼ିକର ବିକାଶ ନିମନ୍ତେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରିବା, ସେମାନଙ୍କ ମଧ୍ୟରେ ସହଯୋଗ ସୃଷ୍ଟି କରିବା ଏବଂ ସମୟ ଓ ଅର୍ଥଦାନ ଉଦ୍ଦେଶ୍ୟରେ ମଞ୍ଚଟିଏ ଗଠନ କରିବାର ସ୍ୱପ୍ନ ନେଇ ସାରା ରାଜ୍ୟରେ ଆଗେଇ ଚାଲିଛି ମୋ ସ୍କୁଲ୍‍ ଅଭିଯାନ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପାଇଲଟ୍‍ ପ୍ରକଳ୍ପରେ କଳାହାଣ୍ଡି ଜିଲ୍ଲା ଉଲ୍ଲେଖନୀୟ ଯୋଗଦାନ କରିଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ, ଅନଗ୍ରସର ଲାଞ୍ଜିଗଡ଼ ବ୍ଲକ୍‍ ବି ପଛରେ ପଡ଼ିନାହିଁ। ତମାମ୍‍ ଭୌଗୋଳିକ, ସାମାଜିକ, ଅର୍ଥନୈତିକ ସମସ୍ୟା ମଧ୍ୟରେ ଥିବା ଏହି ବ୍ଲକ୍‍ର ପୂର୍ବତନ ଛାତ୍ରଛାତ୍ରୀ ମୋ ସ୍କୁଲ୍‍ ଅଭିଯାନରେ ଏକ ବୃହତ ପରିମାଣର ଆର୍ôଥକ ଅନୁଦାନ ଦେଇ ଉଦାହରଣ ସୃଷ୍ଟି କରିଛନ୍ତି। ଏହାଦ୍ୱାରା ମୋ ସ୍କୁଲ୍‍ ଅଭିଯାନରେ ଏକ ସଫଳତାର ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

- Advertisement -

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ବର୍ତ୍ତମାନ ସୁଦ୍ଧା ଲାଞ୍ଜିଗଡ଼ ବ୍ଲକର ୧୬୨ଟି ସ୍କୁଲ୍‍ ମୋ ସ୍କୁଲ୍‍ ଅଭିଯାନରେ ସାମିଲ ହୋଇଥିବା ବେଳେ ମୋଟ ୧୯ଲକ୍ଷ ୩୬ହଜାର ୬ଶହ ୬୮ ଟଙ୍କାର ଅନୁଦାନ ରାଶି ସଂଗ୍ରହ ହୋଇସାରିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ମୋ ସ୍କୁଲ୍‍ ମେଚିଂ ଗ୍ରାଣ୍ଟ ହିସାବରେ ଏହାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୩୮ଲକ୍ଷ ୭୩ହଜାର ୩ଶହ ୩୬ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ଏହିପରି ମୋ ସ୍କୁଲ୍‍ ଯୋଜନାରେ ବ୍ଲକ୍‍ରେ ମୋଟ ୫୮ଲକ୍ଷ ୧୦ହଜାର ୪ ଟଙ୍କାର କାର୍ଯ୍ୟ ହେବ। ଅଧିକାଂଶ ସ୍କୁଲରେ ମେଚିଂ ଗ୍ରାଣ୍ଟ ଜମା ହୋଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କିଛି ସ୍କୁଲ୍‍ର କାଗଜପତ୍ର କାମ ଚାଲିଛି। ବାକିଥିବା ସ୍କୁଲମାନଙ୍କ ପକ୍ଷରୁ ମଧ୍ୟ ଅନୁଦାନ ସଂଗ୍ରହ କାର୍ଯ୍ୟ ଜାରି ରହିଛି ଏବଂ ବ୍ଲକର ଶତ ପ୍ରତିଶତ ସ୍କୁଲ୍‍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରହିଛି ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ପ୍ରକାଶ କରିଛନ୍ତି। ଏଥିପାଇଁ ସେ ବ୍ଲକ୍‍ର ସମସ୍ତ ସିଆର୍‍ସିସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୋ ସ୍କୁଲ୍‍ ଅଭିଯାନରେ ସହଯୋଗ କରିଥିବା ପୂର୍ବତନ ଛାତ୍ରଛାତ୍ରୀମାନଙ୍କୁ ବ୍ଲକ୍‍ ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାପତ୍ର ବଣ୍ଟନ କରାଯାଇଥିବା ବେଳେ ଆଗାମୀ ଦିନରେ ସ୍କୁଲ୍‍ ସ୍ତରରେ ସମସ୍ତଙ୍କୁ ଏହା ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories