www.samajalive.in
Sunday, December 7, 2025
16.1 C
Bhubaneswar

ବାତ୍ୟା ଆଶ୍ରୟସ୍ଥଳରେ ଥିବା ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ବିଜେପିର ଗୁରୁତ୍ୱ

ଭୁବନେଶ୍ୱର : ବାତ୍ୟା ‘ୟସ’ ଆଜି ମଧ୍ୟାହ୍ନରେ ଓଡିଶା ଉପକୂଳ ଅତିକ୍ରମ କରିସାରିଛି। ଏହା ପ୍ରଭାବରେ ଭଦ୍ରକ ଓ ବାଲେଶ୍ୱର ଅଧିକ ପ୍ରଭାବିତ ହେବା ସହ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଗଞ୍ଜାମ ଜିଲ୍ଲାରେ ବର୍ଷା ଜାରୀ ରହିଛି। ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ
ଅଧ୍ୟକ୍ଷତାରେ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜରୁରୀକାଳିନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୟସ ବାତ୍ୟା ପ୍ରଭାବିତ ଅଞ୍ଚଳର ସ୍ଥାନୀୟ ନେତୃବୃନ୍ଦ ତଥା କାର୍ଯ୍ୟକର୍ତ୍ତଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବାତ୍ୟା ସ୍ଥିତି ପ୍ରସଙ୍ଗରେ ବିସ୍ତୃତ ଚର୍ଚ୍ଚା ଓ ଆଲୋଚନା ହୋଇଥିଲା।
ଏହି ବୈଠକରେ ପାର୍ଟୀ କାର୍ଯ୍ୟକର୍ତାମାନେ କିଭଳି ଭାବରେ ବାତ୍ୟା ପ୍ରଭାବିତ ଅଞ୍ଚଳବାସୀଙ୍କୁ ସାହାଯ୍ୟ, ସହଯୋଗ, ସହାୟତା କରିବେ ଏବଂ ବିଶେଷ ଭାବରେ ଗର୍ଭବତୀ, ଶିଶୁ, ବୃଦ୍ଧ, ଦିବ୍ୟାଙ୍ଗମାନଙ୍କୁ ପ୍ରାଥମିକତା ଦେବା ସହ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ, ପୁଲିସ ଓ ପ୍ରଶାସନକୁ ସହଯୋଗର ହାତ ବଢାଇବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ନିର୍ଦେଶ ଦେଇଛନ୍ତି। ବାଧାପ୍ରାପ୍ତ ଗମନାଗମନ, ବିଜୁଳି, ପାନୀୟ ଜଳ ଯୋଗାଣ, ଟେଲି ଯୋଗାଯୋଗ ଆଦି ଅତ୍ୟାବଶ୍ୟକ ସେବା କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରି ରିଷ୍ଟୋରେସନ କାର୍ଯ୍ୟରେ ସାମିଲ ହେବାକୁ ଶ୍ରୀ ମହାନ୍ତି ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି। ଯଥାଶୀଘ୍ର ବାତ୍ୟାଶ୍ରୟରେ ଥିବା ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ଗୁରୁତ୍ୱ ଦେବାକୁ କହିଛନ୍ତି। ସେହିପରି ପଶୁଧନ, ଗୋ ସଂପତି, ଗୃହପାଳିତ ପଶୁଙ୍କୁ ଉଚିତ୍ ଓ ସୁରକ୍ଷିତ ସ୍ଥାନକୁ ସ୍ତାନାନ୍ତରିତ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଶ୍ରୀ ମହାନ୍ତି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

ଗତ ସୋମବାର ଦିନ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ସମୀକ୍ଷା ବୈଠକରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରି ପ୍ରଭାବିତ ବାତ୍ୟାଂଚଳବାସୀଙ୍କୁ ସମସ୍ତ ପ୍ରକାରର ସହଯୋଗ ଓ ସହାୟତା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବାତ୍ୟା ‘ୟସ’ ମୁକାବିଲା ପାଇଁ ପାର୍ଟୀ ତରଫରୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ୫ ଜଣିଆ ରାଜ୍ୟସ୍ତରୀୟ କୋର୍ଡିନେସନ କମିଟି ଗଠିତ ହୋଇଛି। ସେହିପରି ପ୍ରତ୍ୟେକ ପ୍ରଭାବିତ ଜିଲାରେ ମଧ୍ୟ ୩ ଜଣିଆ କୋର୍ଡିନେସନ
କମିଟି ଗଠିତ ହୋଇଛି। ଏହି କମିଟି ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ, ବିଭିନ୍ନ ସରକାରୀ ବିଭାଗ, ବିପର୍ଯ୍ୟୟ ପରିଚାଳନା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଏନଡିଆରଏଫ ଇତ୍ୟାଦିଙ୍କ ସହ ସମନ୍ୱୟ ରକ୍ଷା କରି ସାଧାରଣ ଜନତାଙ୍କୁ ସହୟତା ଓ ସହଯୋଗ କରିବେ। କରୋନା ସଂକ୍ରମଣଜନିତ ସମସ୍ତ ଗାଇଡଲାନକୁ ପାଳନ କରି ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ସେବା ଓ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ମହାନ୍ତି ପରାମର୍ଶ ଦେଇଛନ୍ତି।

- Advertisement -

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories