www.samajalive.in
Sunday, December 7, 2025
26.1 C
Bhubaneswar

ବାତ୍ୟା ଆତଙ୍କ ଟଳିଥିଲେ ମଧ୍ୟ ସମୁଦ୍ର ଅଶାନ୍ତ

ଗୋପାଳପୁର: ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍ ବୁଧବାର ସନ୍ଧ୍ୟା ସୁଦ୍ଧା ଓଡିଶା ଛାଡି ଝାଡ଼ଖଣ୍ଡ ମୁହାଁ ହୋଇଥିବା ବେଳେ ଗଞ୍ଜାମ ଜିଲାରେ ବାତ୍ୟାର‌ କୌଣସି ପ୍ରଭାବ ଦେଖିବାକୁ ମିଳିନଥିଲା। ବୁଧବାର ଆଜି ଦିନ ତମାମ ଆକାଶ ମେଘାଚ୍ଛନ୍ନ ରହିଥିବା ବେଳେ ସାମାନ୍ୟ ପବନ ବୋହୁଥିବା ଦେଖିବାକୁ ମିଳିଥିଲା। ଏଥି ସହ ଆଜି ବୌଦ୍ଧ ପୂର୍ଣ୍ଣିମା ଥିବାରୁ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ରହିବା ସହ ସମୁଦ୍ରର ଜଳରାଶି କୁଳ ଛୁଉଁଥିବା ଦେଖିବାକୁ ମିଳିଛି।

 

- Advertisement -

 

ମଙ୍ଗଳବାର ଦିନ ବାତ୍ୟା କୁ ନଜର ରେ ରଖି ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଥିବା ବେଳେ ବୁଧବାର ମଧ୍ୟ ଏଠାରେ ବିପଦ ସଂକେତ ୩ ଜାରି ରହିଥିବା ଗୋପାଳପୁର ପାଣିପାଗ ବିଭାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ଗୁରୁବାର ଅପରାହ୍ଣ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ମାଛ ମାରି ବାକୁ ଯିବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ବାତ୍ୟା ଆଶଙ୍କା ଥିବାରୁ ବୁଧବାର ଦିନ ବେଳାଭୂମି କଡ ଏବଂ ତଳିଆ ଅଞ୍ଚଳରେ କଚ୍ଚା ଘରେ ରହୁ ଥିବା ଲୋକଙ୍କୁ ଚିହ୍ନଟ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ବାତ୍ୟା ଆଶଙ୍କା ଟଳି ଥିବାରୁ ଅପରାହ୍ଣରେ ସମସ୍ତ ଲୋକ ନିଜ ନିଜ ଘରକୁ ଫେରିଥିବା ଏନଏସି ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ ସୂଚନା ଦେଇଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories