www.samajalive.in
Sunday, December 7, 2025
14.1 C
Bhubaneswar

ଧାମରା ଅଭିମୁଖେ ବାତ୍ୟା ୟାସ : ବାଲେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇ ଘୂର୍ଣ୍ଣିଝଡ଼ ‘ୟାସ୍‍’ ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଏବେ ଏହା ପାରଦ୍ୱୀପ ଠାରୁ ପୂର୍ବକୁ ୯୦ କିଲୋମିଟର ଦୂରରେ ରହିଛି। ସେହିପରି ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ୧୩୦ କିଲୋମିଟର ଦୂରରେ ରହିଥିବା ବେଳେ ଧାମରାଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ୭୦ କିଲୋମିଟର ଏବଂ ଦିଘା ଠାରୁ ଦକ୍ଷିଣକୁ ୧୨୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ପୂର୍ବାହ୍ନ ୯ଟାରୁ ୧୧ଟା ମଧ୍ୟରେ ବାତ୍ୟା ୟାସ୍‍ ଯେକୌଣସି ସମୟରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି । ଏହା ସ୍ଥଳ ଭାଗ ସ୍ପର୍ଶ କରିବା ମାତ୍ରେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିବା ସହ ସର୍ବାଧିକ ୧୫୫ କିଲୋମିଟର ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଗତକାଲି ରାତି ୧୧ଟାଠାରୁ ଏ ପର୍ଯ୍ୟନ୍ତ ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ଗତି କରୁଛି । ପାରାଦ୍ୱୀପ ସ୍ଥିତ ରାଡାର୍‍ରେ ବାତ୍ୟା ୟାସ୍‍ର ଆଖି ଦେଖାଯାଇଥିବା ବେଳେ ଏହାର ବ୍ୟାସାର୍ଦ୍ଧ ୩୫ କିଲୋମିଟର ରହିଛି।
ଆଉ କିଛି ସମୟ ପରେ ବାତ୍ୟା ୟାସ୍‍ ଉତ୍ତର ଓଡ଼ିଶା ଉପକୂଳ ଧାମରାର ଅତ୍ୟନ୍ତ ନିକଟବର୍ତ୍ତୀ ହେବା ସହ ପାରାଦ୍ୱୀପ ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ଧାମରା ଏବଂ ବାଲେଶ୍ୱର ମଧ୍ୟରେ ଅତିକ୍ରମ କରିବ । ଆଉ ଏକ ଘଣ୍ଟା ମଧ୍ୟରେ ବାତ୍ୟା ୟାସ୍‍ର ସ୍ଥଲଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହେବ । ଏହାପରେ ବାତ୍ୟା ଦୁର୍ବଳ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ମୟୂରଭଞ୍ଜ ଓ କେନ୍ଦୁଝର ଦେଇ ଝାଡ଼ଖଣ୍ଡ ଆଡ଼କୁ ଅତିକ୍ରମ କରିବ ।
ଏହାର ପ୍ରଭାବରେ ପାରାଦ୍ୱୀପଠାରେ ୫୧.୮, ଭୁବନେଶ୍ୱରରେ ୨୫.୯, ବାଲେଶ୍ୱରଠାରେ ୨୨.୨, ଗୋପାଳପୁର ଠାରେ ୧୫, ପୁରୀରେ ୧୧ ଏବଂ ଚାନ୍ଦବାଲିରେ ୧୭ ସେଣ୍ଟିମିଟର ବର୍ଷା ହୋଇଯାଇଥିବା ବେଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝରଗଡ଼ ଆଦି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବାତ୍ୟା ୟସ୍‍ ସ୍ଥଳ ଭାଗ ଛୁଇଁବା ପରେ କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ଘଣ୍ଟା ପ୍ରତି ୧୩୦ରୁ ୧୪୦ କିଲୋମିଟର ଯାଏଁ ପବନ ବହିବା ନେଇ ସୂଚନା ମିଳିଛି । ଏହି ସମୟ ମଧ୍ୟରେ ବାଲେଶ୍ୱର ଏବଂ ଭଦ୍ରକରେ ଦୁଇରୁ ୪ ମିଟର ଉଚ୍ଚର ଜୁଆର ଆସିବା ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଆଜି ସକାଳ ୬ଟା ସୁଦ୍ଧା ବାତ୍ୟା ୟାସ୍‍ ଧାମରାଠାରୁ ୩୦ କିଲୋମିଟର ଦୂରରେ ରହିବ । ଏହାର ପ୍ରଭାବରେ ବାଲେଶ୍ୱରରେ ପ୍ରବଳ ବର୍ଷା ସହ ପବନ ପ୍ରବାହିତ ହେଉଛି । କେତେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବେଳେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି ।
ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତ ସନ୍ଧ୍ୟାରୁ ବର୍ଷା ଓ ପବନ ଜାରି ରହିଛି । ତେବେ ମଧ୍ୟରାତ୍ରି ପରଠାରୁ ପବନର ବେଗ ବୃଦ୍ଧି ପାଇବା ସହ ମୂଷଳଧାରାରେ ବର୍ଷା ଲାଗି ରହିଛି । ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories