www.samajalive.in
Tuesday, December 9, 2025
17.1 C
Bhubaneswar

କରୋନା ରୋଗୀଙ୍କୁ କରୋନିଲ୍‌ କିଟ୍‌ ବାଣ୍ଟିବେ ହରିୟାଣା ସରକାର

ହରିୟାଣାରେ କରୋନା ରୋଗୀଙ୍କୁ ୧ ଲକ୍ଷ କରୋନିଲ କିଟ୍‌ ବାଣ୍ଟିବେ ରାଜ୍ୟ ସରକାର। ମାଗଣାରେ ଏହି କିଟ୍‌ ବଣ୍ଟନ କରାଯିବ। ଏ ବାବଦରେ ଅଧା ଖର୍ଚ୍ଚ ରାଜ୍ୟ ସରକାର ଏବଂ ଅବଶିଷ୍ଟ ଅଧା ଖର୍ଚ୍ଚ ପତଞ୍ଜଳି ବହନ କରିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜ୍‌ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ ବିଜ୍‌ କହିଛନ୍ତି ଯେ, କରୋନିଲ୍‌ ସେବନ ଦ୍ବାରା କରୋନା ରୋଗୀ ସୁସ୍ଥ ହେଉଥିବା ଦାବି କରାଯାଉଛି। ଏଥିଲାଗି ସରକାର ହରିୟାଣା ଲୋକଙ୍କ ସ୍ବାସ୍ଥ୍ୟ ଏବଂ ଉପଚାର ପ୍ରତି ସଙ୍କଳ୍ପବଦ୍ଧ। ସରକାର କରୋନା ରୋଗୀଙ୍କ ଚିକିତ୍ସାରେ କୌଣସି ଉଣା କରିବାକୁ ଚାହୁଁନାହାନ୍ତି। ସରକାର ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି।

- Advertisement -

ଆସନ୍ତା ୨୬ ତାରିଖରେ ମିଳିତ କୃଷକ ମୋର୍ଚ୍ଚା ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବା ଲାଗି ଦେଇଥିବା ଆହ୍ବାନକୁ ବିରୋଧୀ ଦଳଗୁଡ଼ିକର ସମର୍ଥନଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିଛନ୍ତି। ବିରୋଧୀ ଦଳ କୃଷକମାନଙ୍କ ଶୁଭଚିନ୍ତକ ନୁହନ୍ତି। ଯଦି ଶୁଭଚିନ୍ତକ ହୋଇଥାନ୍ତେ, ତେବେ ସେମାନଙ୍କୁ ଟିକା ନେବାକୁ ଏବଂ ପରୀକ୍ଷା କରାଇବାକୁ ଉତ୍ସାହିତ କରନ୍ତେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories