www.samajalive.in
Tuesday, December 9, 2025
15.1 C
Bhubaneswar

କରୋନା ପଜିଟିଭ୍‍ ଗର୍ଭବତୀଙ୍କ ସୁରକ୍ଷିତ ପ୍ରସବ, ମା’ ଓ ଶିଶୁ କନ୍ୟା ସୁସ୍ଥ

ଫୁଲବାଣୀ: କନ୍ଧମାଳ ଜିଲା ଫୁଲବାଣୀ ବ୍ଳକର କଟ୍ରିଙ୍ଗିିଆ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଠାରେ ସୋମବାର ପଜିଟିଭ୍‍ ଚିହ୍ନଟ ଗର୍ଭବତୀଙ୍କର ସୁରକ୍ଷିତ ଭାବେ ପ୍ରସବ କରାଯାଇଛି। ମହିଳା ଜଣକ ଏକ ଶିଶୁ କନ୍ୟା ଜନ୍ମ ଦେଇଥିବା ବେଳେ ଉଭୟଙ୍କୁ ଅଧିକ ଚିକିତ୍ସା ଓ ଯତ୍ନ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ରିପୋର୍ଟ ପ୍ରକାରେ ଉଭୟ ସୁସ୍ଥଥିବା ପ୍ରକାଶ।

ଖବର ପ୍ରକାରେ, କଟ୍ରିଙ୍ଗିଆ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜାମଝରୀ ଅଞ୍ଚଳର ଜନୈକା ମହିଳା ପ୍ରସବ ପାଇଁ ଆସିଥିବା ବେଳେ ପ୍ରାରମ୍ଭରେ ତାଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ସେ ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ମହିଳା ଜଣକ ପଜିଟିଭ୍‍ ଚିହ୍ନଟ ହୋଇଥିଲେ ମଧ୍ୟ ଉକ୍ତ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା.ପିୟୁସ୍‍ ମୋହନ ସାମିଲ୍‍ ନିଜେ ଦାୟିତ୍ୱ ନେଇ ଫାର୍ମାସିଷ୍ଟ ତ୍ରିଲୋଚନ ପଲାଇ ଓ ଷ୍ଟାର୍ଫ ନର୍ସ ସୁଭଶ୍ରୀ ବେହେରାଙ୍କ ସହଯୋଗରେ ସୁରକ୍ଷିତ ଭାବେ ପ୍ରସବ କରାଇଛନ୍ତି। ଉକ୍ତ କେନ୍ଦ୍ରର ଡ଼ାକ୍ତର ଓ ଅନ୍ୟ କର୍ମଚାରୀ ମାନଙ୍କର ସହଯୋଗ ପାଇଁ ମହିଳାଙ୍କ ପରିବାର ଓ ଗ୍ରାମବାସୀ ମାନେ ସାଧୁବାଦ ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories