www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ସାମ୍ନାକୁ ଆସିବା ପୂର୍ବରୁ ସଂକ୍ରମିତ ହୋଇଥିଲେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ

କରୋନାକୁ ନେଇ ବିଗତ ଦେଢ଼ବର୍ଷ ହେବ ସାରା ବିଶ୍ଵରେ ଆତଙ୍କ ଜାରି ରହିଥିବାବେଳେ ଭୂତାଣୁର ଉତ୍ପତ୍ତିକୁ ନେଇ ଏବେ ବି ବିବାଦ ଜାରି ରହିଛି। ବହୁ ରାଷ୍ଟ୍ର କରୋନା ଭୂତାଣୁ ପାଇଁ ଚୀନକୁ ଦାୟୀ କରୁଥିବାବେଳେ ଚୀନ ତାହାକୁ ଖଣ୍ଡନ କରୁଛି। ତେବେ ବର୍ତ୍ତମାନ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଉହାନର ଯେଉଁ ପରୀକ୍ଷାଗାରରୁ କରୋନା ଭୂତାଣୁ ବ୍ୟାପିଥିବା କୁହାଯାଉଛି, ସେଠାକାର ୩ କର୍ମଚାରୀଙ୍କୁ ସେହି ସମୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ଯେତେବେଳେ ଦୁନିଆକୁ କରୋନା ଭୂତାଣୁ ବିଷୟରେ ଜଣା ନ ଥିଲା। ଆମେରିକାର ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ଏକ ରିପୋର୍ଟରେ ଏହା ପ୍ରକାଶ କରାଯାଇଛି।

ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲ ରିପୋର୍ଟ ଅନୁସାରେ, ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଏବେ କରୋନାର ଜନ୍ମ ସମ୍ପର୍କିତ ତଦନ୍ତ ଦିଗରେ ନୂଆ ପଦକ୍ଷେପ ନେଉଛି, ଏଭଳି ସ୍ଥିତିରେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି ହେବାର ତଥ୍ୟ ସାମ୍ନାକୁ ଆସିବା ତଦନ୍ତରେ ସହାୟତା କରିପାରିବ।

- Advertisement -

ରିପୋର୍ଟରେ ଦାବି କରାଯାଇଛି ଯେ, ୨୦୧୯ ନଭେମ୍ବରରେ ଉହାନ ପରୀକ୍ଷାଗାରର ୩ କର୍ମଚାରୀ ଅସୁସ୍ଥ ହୋଇପଡ଼ଥିଲେ। ସେମାନଙ୍କଠାରେ କରୋନା ଭୂତାଣୁ ଭଳି ଲକ୍ଷଣ ରହିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଡିସେମ୍ବର ଏବଂ ୨୦୨୦ ଜାନୁୟାରୀରେ ବିଶ୍ଵ କରୋନା ମହାମାରୀ ବିଷୟରେ ଜାଣିବାକୁ ପାଇଥିଲା। ସେହିପରି ଟ୍ରମ୍ପ ପ୍ରଶାସନର ଅନ୍ତିମ ସମୟରେ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି। ତେବେ ଏହି ରିପୋର୍ଟକୁ ନେଇ ବର୍ତ୍ତମାନର ଆମେରିକା ସରକାର କୌଣସି ମନ୍ତବ୍ୟ ଦେବାକୁ ମନା କରିଦେଇଛି। ମାତ୍ର ବାଇଡେନ ସରକାର କରୋନାର ଉତ୍ପତ୍ତିକୁ ନେଇ ହେଉଥିବା ତଦନ୍ତକୁ ସମର୍ଥନ କରୁଛି ଏବଂ ଚୀନକୁ ଏଥିପାଇ ଦାୟୀ ବୋଲି କହିଛି।

ଅନ୍ୟପଟେ ୱାଲ୍‌ ଷ୍ଟ୍ରିଟ୍‌ ଜର୍ନାଲର ଏହି ରିପୋର୍ଟ ଉପରେ ଚୀନ ନୀରବ ରହିଛି। ୱାଶିଂଟନସ୍ଥିତ ଚୀନ ଦୂତାବାସ ଉକ୍ତି ରିପୋର୍ଟ ଉପରେ କୌଣସି ମନ୍ତବ୍ୟ ଦେଇନାହିଁ। ପୂର୍ବରୁ ମଧ୍ୟ ଚୀନ ଏହି ପ୍ରସଙ୍ଗକୁ ଏଡ଼ାଇ ଆସୁଥିବାବେଳେ ନିଜକୁ ନିର୍ଦୋଷ ବୋଲି କହିଆସୁଛି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories