ଜି.ଉଦୟଗିରି: ମହମାରୀ କରୋନା ପରିସ୍ଥିତିରେ ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ସାତରୁ ଦିନ ୧୧ ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲୁଥିବା ବେଳେ ଶନବାର ଓ ରବିବାର ସମ୍ପୁର୍ଣ୍ଣ ସଟଡାଉନ ରହୁଛି। ଏହି ସଟଡାଉନ ସମୟରେ ଜି.ଉଦୟଗିରି ବ୍ୟବସାୟୀ ସଂଘର ଜଣେ ବ୍ୟବସାୟୀ ସଚିତ ପୃଷ୍ଟି ସଟଡାଉନକୁ ଖାତିର ନକରି ବ୍ୟବସାୟ କରୁଥିବା ବେଳେ ତହସିଲଦାରଙ୍କ ହାବୁଡରେ ପଡି ୧୦୦୦ ଟଙ୍କା ଜରିମାନା ଦେଇଛନ୍ତି।
ପ୍ରକାଶ ଥାଉକି ଗତ ଗୁରୁବାର ଦିନ ପ୍ରାୟ ଗୋଟାଏ ବେଳେ କାର୍ଯ୍ୟରତ ଦୁଇ କନେଷ୍ଟବଲ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର କୁମାର ଜାନୀଙ୍କ ସହ ଉକ୍ତ ବ୍ୟବସାୟୀ ଓ ତାର ସହଯୋଗୀ ଶୁଭମ୍ ରଣା କଥା କଟାକଟା ହୋଇ କାର୍ଯ୍ୟରତ କନେଷ୍ଟବଲ ତାଙ୍କୁ ମାଡ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଉପଖଣ୍ଡ ପୋଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ ଉଭୟଙ୍କ ବୟାନକୁ ରେକର୍ଡ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରଓ୍ବାଲଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।ଉକ୍ତ ରିପୋର୍ଟ ଆଧାରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଗ୍ରଓ୍ବାଲ ସେ ଦୁଇ କନେଷ୍ଟବଲଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡିଛି।



