www.samajalive.in
Sunday, December 7, 2025
18.1 C
Bhubaneswar

ଓସ୍ତପୁର ଅଂଚଳରୁ ସରକାରୀ କଣ୍ଟ୍ରୋଲ ଗହମ ଜବତ,ଗାଡି ସହ ଫାଣ୍ଡିରେ ୨ ଅଟକ

ମାହାଙ୍ଗା : ମାହାଙ୍ଗାରେ ଯୋଗାଣ ଅଧିକାରୀ।  କଣ୍ଟ୍ରୋଲ ସାମଗ୍ରୀ କଳାବଜାରୀ ହେଉଛି। କୋଭିଡ କଟକଣା ସାଙ୍ଗକୁ ସାରା ରାଜ୍ୟରେ ଏବେ ସଟ ଡାଉନ।
ଏହାରି ଭିତରେ ମାହାଙ୍ଗା ବ୍ଲକ ଅଂଚଳରେ କେତେକ ଅସାଧୁ ଡିଲରଙ୍କୁ କଣ୍ଟ୍ରୋଲ ସାମଗ୍ରୀ କଳାବଜାରୀ ପାଇଁ ମଉକା ମିଳିଛି। ରବିବାର ରାତିରେ ଉମର ପଞ୍ଚାୟତକୁ ଚୌଦ୍ୱାର ଅଂଚଳରୁ ଏକ ପିକଅପ ଭ୍ୟାନ ଆସିବା ଓ ଏହି ଗାଡ଼ିରେ ୨୦ ବସ୍ତା ସରକାରୀ ଗହମ ଚୋରାରେ ଚାଲାଣ ହେବା ବେଳେ ଗ୍ରାମବାସୀ ଧରିଥିଲେ । ଭଦ୍ରେଶ୍ୱର ଫାଣ୍ଡି ପୋଲିସ ଏହି ପିଡିଏସ ଗହମକୁ ଜବତ କରିଛି । ଏହି ପିକଅପ ଭ୍ୟାନ ସହ ଡ୍ରାଇଭର ଏବଂ ଚୋରା ଗହମ ଚାଲାଣରେ ଲିପ୍ତ ଜନୈକ ଯୁବକ ପୋଲିସ କବଜ୍ଜାରେ।
ତେବେ ଏଭଳି ଅସାଧୁ କାରବାର ପଛରେ ଏକ ସ୍ୱତନ୍ତ୍ର ରାକେଟ କାମକରୁଥିବା ଚର୍ଚ୍ଚା ଯୋର ଧରିଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଉ ଓ ମାହାଙ୍ଗା ବ୍ଲକରେ ଡିଲର ମାନଙ୍କ ଅସାଧୁ କାରବାର ଉପରୁ ପରଦା ହଟୁ ବୋଲି ଦାବୀ ହେଉଛି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories