www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଟାଟା ସନସ୍‌ ଏବଂ ଟିସିଏସ୍‌ ପକ୍ଷରୁ ଯୋଗାଇ ଦିଆଗଲା ଜୀବନ ରକ୍ଷକ ଭେଣ୍ଟିଲେଟର୍‌

ଭୁବନେଶ୍ୱର: ଏବେ ସାରା ଦେଶରେ କରୋନା ମହାମାରୀ ଯୋଗୁଁ ଲକ୍‌ଡାଉନ୍‌ ସଟ୍‌ଡାଉନ୍‌। ଏଥିପାଇଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଚିକିତ୍ସା କ୍ଷେତ୍ରରେ ବହୁ ପ୍ରତିବନ୍ଧକ ଦେଖାଦେଇଛି। ଲୋକଙ୍କୁ ଅମ୍ଳଜାନ ଯୋଗାଇ ଦେବା ସହ ଅତ୍ୟନ୍ତ ଗୁରୁତର ଆକ୍ରାନ୍ତଙ୍କୁ ଭେଣ୍ଟିଲେଟର ର ଆବଶ୍ୟକତା ରହିଛି। ମହାମାରୀ ସମୟରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାକୁ ଟାଟା ସନସ୍‌ ଏବଂ ଟିସିଏସ୍‌ ପକ୍ଷରୁ ଜୀବନ ରକ୍ଷକ ଭେଣ୍ଟିଲେଟର୍‌ ଯୋଗାଇ ଦିଆଯାଇଛି। ରାଜଧାନୀ ସହ ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ୍‌ ହସ୍‌ପିଟାଲ୍‌କୁ ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି।
ଟିସିଏସ୍‌ ପକ୍ଷରୁ ପିବି-୫୬୦ ଭେଣ୍ଟିଲେଟର ଯୋଗାଇ ଦିଆଯାଉଛି। ଏହି ସମୟରେ ଟାଟା ଗ୍ରୁପ ଲୋକଙ୍କ ଜୀବନ ରକ୍ଷା ପାଇଁ କରୁଥିବା ଛୋଟ ପ୍ରୟାସଟି ଅନେକଙ୍କୁ ବେଶ୍‌ ସହାୟକ ହେବ ବୋଲି ଭୁବନେଶ୍ୱରସ୍ଥିତ ଟିସିଏସ୍‌ର ଆଞ୍ଚଳିକ ଡେଲିଭରି ସେଣ୍ଟର ମୁଖ୍ୟ ସରିତା ମିଶ୍ର କହିଛନ୍ତି। ଉତ୍କଳ ହସ୍‌ପିଟାଲକୁ ୪ଟି ଭେଣ୍ଟିଲେଟର ଯୋଗାଇ ଦିଆଯାଇଛି। ଭେଣ୍ଟିଲେଟର ପ୍ରଦାନ ଅବସରରେ ଟିସିଏସ୍‌ ଭୁବନେଶ୍ୱରର ମାନବସମ୍ବଳ ମୁଖ୍ୟ କାଳିପ୍ରସାଦ ତ୍ରିପାଠୀ ଏବଂ ବିମଳ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
ଓଡିଶାର ଅନ୍ୟ ଜିଲ୍ଲାମାନଙ୍କରେ ଥିବା ଡାକ୍ତରଖାନାକୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ ବୋଲି ଟାଟା ଗ୍ରୁପ ଏବଂ ଟିସିଏସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories