www.samajalive.in
Sunday, December 7, 2025
23.1 C
Bhubaneswar

ଇଞ୍ଜିନିୟରିଂ ଛାତ୍ର ପ୍ରସ୍ତୁତ କଲେ ଥଣ୍ଡା ଓ ବାୟୁ ଚଳାଚଳ ପିପିଇ କିଟ୍‍

ମୁମ୍ବଇ : ମୁମ୍ବଇର ଜଣେ ଦ୍ୱିତୀୟ ବର୍ଷ ଇଞ୍ଜିନିୟରିଂ ଛାତ୍ର ଥଣ୍ଡା ଓ ବାୟୁ ଚଳାଚଳ ପି.ପି.ଇ. କିଟ୍‍ ପ୍ରସ୍ତୁତ କରିଛନ୍ତି। ଏହାଦ୍ୱାରା ଡାକ୍ତର ଓ
ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଗରମ ତଥା ଥଣ୍ଡା ପରିସ୍ଥିତିରୁ ମୁକ୍ତି ମିଳିପାରିବ। କେ.ଜେ. ସୋମୟା ଇଞ୍ଜିନିୟରିଂ କଲେଜର ନିହାଲ୍‍ ସିଂହ ଆଦର୍ଶ ନାମକ ଛାତ୍ର ଏହି ବାୟୁ ଛଣା ଯନ୍ତ୍ର ପିପିଇ କିଟ୍‍ ରେ ବେଲ୍‍ଟ୍‍ ଭଳି ସଂଯୋଗ କରାଯାଇପାରିବ। ଏହି ଯନ୍ତ୍ର ବାୟୁକୁ ନେଇ ପ୍ରଥମେ ଛାଣି ଥାଏ ଏବଂ ଛଣାଯାଇଥିବା ବାୟୁକୁ ପିପିଇ କିଟ୍‍ ଭିତରକୁ ଛାଡ଼ିଥାଏ। ଫଳରେ କିଟ୍‍ ଭିତରେ ଧୀରେ ଧୀରେ ବାୟୁ ଚଳାଚଳ ହୋଇଥାଏ। ଏହି ଯନ୍ତ୍ର ଦୁଇଟି ଉଦ୍ଦେଶ୍ୟ ସାଧନ କରୁଛି। ପ୍ରଥମେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ବାୟୁ ଚଳାଚଳର ସୁବିଧା ଯୋଗାଇ ଆରାମ ଦେଉଛି ଏବଂ ଦ୍ୱିତୀୟରେ ବିଭିନ୍ନ କବକ ସଂକ୍ରମଣ ବିରୋଧରେ ନିରାପତ୍ତା ଯୋଗାଉଛି।

ଏଥିରେ ଲିଥିୟମ୍‍ ଆୟନ୍‍ ବ୍ୟାଟେରୀ ଖଞ୍ଜାଯାଇଛି, ଯାହା ୬ରୁ ୮ ଘଣ୍ଟା ପର୍ଯ୍ୟନ୍ତ କାମ କରିବ। ପ୍ରଥମ ଦଫାରେ ୩୦ରୁ ୪୦ଟି ଯନ୍ତ୍ର ତିଆରି ହୋଇସାରିଛି ଏବଂ ପରୀକ୍ଷାମୂଳକ ଭାବେ ସାରା ଦେଶର ଡାକ୍ତର ଓ ସ୍ୱେଚ୍ଛାସେବୀ ସଙ୍ଗଠନଗୁଡ଼ିକୁ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories