www.samajalive.in
Sunday, December 7, 2025
16.1 C
Bhubaneswar

କାର୍ଯ୍ୟରତ ପୋଲିସ ଓ ବ୍ୟବସାୟୀ ମଧ୍ୟରେ ବଚସା,ବ୍ୟବସାୟୀ ଥାନାର ଦ୍ବାରସ୍ଥ

ଜି.ଉଦୟଗିରି : ବର୍ତ୍ତମାନ କରୋନାର ଦିତୀୟ ଲହରରେ ସାଧାରଣ ଜୀବନ ଜୀବିକା ସମ୍ପୁର୍ଣ୍ଣ ଠପ ହୋଇପଡିଥିବା ବେଳେ,ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ବ୍ୟାପକ ସଚେତନତା କରୋଉଥିବା ବେଳେ ଜି.ଉଦୟଗିରି ବ୍ୟବସାୟୀ ସଂଘ ସହଯୋଗର ହାତ ବଢାଇଥିଲା। ଏବେ ସକାଳ ସାତ ରୁ ଦିନ ୧୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବାବେଳେ କିଛି ଅମାନିଆ ବ୍ୟବସାୟୀ ଏହାକୁ ଖିଲାପ କରି ଅନ୍ୟ ସମୟରେ ଲୁଚାଛପା ବ୍ୟବସାୟ କରୁଥିବା ଜଣାପଡିଥିଲା ଫଳରେ ଶ୍ରୀରାମପଦା ଛକ ଠାରେ କାର୍ଯ୍ୟରତ ଦୁଇ କନେଷ୍ଟେବଲ ମନୋରଞ୍ଜନ ସାବତ ଓ ରାଜେନ୍ଦ୍ର ଜାନୀ ମଧ୍ୟାହ୍ନ ପ୍ରାୟ ଗୋଟାଏ ସମୟ ମଧ୍ୟରେ ବ୍ୟବସାୟୀ ସଚିତ ପୃଷ୍ଟୀ (୩୦) ଓ ତାର ସହଯୋଗୀ ଶୁଭମ୍ ରଣା (୧୫) ଉକ୍ତ ରାସ୍ତା ଦେଇ ବାରମ୍ବାର ଯାତାୟତ କରୁଥିବା ବେଳେ ଏହାକୁ ବିରୋଧ କରି କଥା କଟାକଟା ହେବାରୁ କନେଷ୍ଟବଲ ସାବତ ସଚିତର ସହଯୋଗୀ ଶୁଭମକୁ ଚାପୁଡାଏ ମାରିଥିଲେ। ସେ ସମୟରେ ଖବର ପାଇ ଜଣେ ଗଣମାଧ୍ୟମ ପ୍ରତିନିଧି ସେଠି ପହଞ୍ଚିଥିବା ବେଳେ କନେଷ୍ଟବଲ ସାବତ ତାଙ୍କୁ ମଧ୍ୟ ନାଲି ଆଖି ଦେଖାଇଥିଲେ। ଏ ନେଇ ସଚିତ ପୃଷ୍ଟିଙ୍କ ଏତଲାକୁ ଭିତି କରି ଉପଖଣ୍ଡ ପୋଲିସ ଅଧିକାରୀ ଡ.ତିରୁପତି ରାଓ ପଟ୍ଟନାୟକ ଉଭୟଙ୍କ ବୟାନକୁ ରେକର୍ଡ କରିଛନ୍ତି। ଏସବୁକୁ ରେକର୍ଡ କରି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ପଠାଇଥିବା ନେଇ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି। ଏଭଳି ମହାମାରୀ ପରିସ୍ଥିତିରେ ପୋଲିସ ଓ ବ୍ୟବସାୟୀ ଜନସାଧାରଣଙ୍କୁ ସଚେତନ କରୁଥିବା ବେଳେ ବାଡ ଯଦି ଫସଲ ଖାଏ ତେବେ ଗୁହାରୀ କରିବା କାହାକୁ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories