www.samajalive.in
Sunday, December 7, 2025
26.1 C
Bhubaneswar

ରେଙ୍ଗାଲି ଗ୍ରାମ୍ୟ ଜଙ୍ଗଲ ଜବର ଦଖଲ : ବେଧଡକ ପାଉଁଶ ଡମ୍ପିଂ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ୍‍

ରେଙ୍ଗାଲି : ରେଙ୍ଗାଲି ମୌଜାର ରେଙ୍ଗାଲି ପୁରଣାବସ୍ତି ରାମାପଡ଼ା ରେ ଥିବା ସରକାରୀ ତଥା ଗ୍ରାମ୍ୟ ଜଙ୍ଗଲ ଜମି ଗୁଠେନଟିକ୍ରାକୁ ଦିନକୁ ଦିନ ଜବର ଦଖଲ ବୃଦ୍ଧି ପାଇ ଗୃହ ନିର୍ମାଣ କାମ ଚାଲିଥିବା ବେଳେ ଗତ କିଛି ଦିନ ହେଲା ଉକ୍ତ ଜମିରେ ବୋଧଡକ କାରଖାନାର ପାଉଁଶ ଡମ୍ପିଂ ହେଉ ଥିବାରୁ ଏଦିଗରେ ଦୃଢ ପଦକ୍ଷେପ ନେବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟ ରେ ଫେରାଦ୍‍ ହୋଇଛନ୍ତି। ଆଜି ଗ୍ରାମର ଏକ ପ୍ରତିନଧିଦଳ ରେଙ୍ଗାଲି ତହସିଲଦାରଙ୍କୁ ସାକ୍ଷାତ କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ସରକାରୀ ଜମି ଜବର ଦଖଲ ସଂକ୍ରାନ୍ତରେ ୨୦୧୮ ମସିହା ଅଗଷ୍ଟ ୨୪ ତାରିଖ ଦିନ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ଜବର ଦଖଲ ଉଚ୍ଛେଦ ଦିଗରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ଯାଇ ନଥିବାରୁ ଗ୍ରମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ସରକାରୀ ଜମିରୁ ଜବର ଦଖଲ ହଟାଇବାକୁ କଡା ଆଇନ୍‍ କରିଥିବା ବେଳେ ରେଙ୍ଗାଲି ମୌଜାରେ ଥିବା ଏହି ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ପାଇଁ ଗ୍ରମବାସୀ ବର୍ଷାଧିକ କାଳ ହେଲା ଦାବୀ କରି ଆସୁଥିଲେ ମଧ୍ୟ ପ୍ରଶାସନ ନିଦା ବିଷ୍ନୁ ସାଜିଛି। ପ୍ରଶାସନର ନିଷ୍କିୟତାର ସୁଯୋଗ ନେଇ ଏବେ ଉକ୍ତ ସରକାରୀ କିସମ ଗ୍ରାମ୍ୟ ଜଙ୍ଗଲ ଜମିରେ କାରଖାନାରୁ ନିର୍ଗତ ପାଉଁଶ ଡମ୍ପିଁଂ ପ୍ରକ୍ରିୟା ବେଧଡକରେ ଚାଳିଛି ବୋଲି ଗ୍ରମବାସୀ ଅଭିଯୋଗ କରିଛନ୍ତି। ସ୍ଥାନିୟ ପ୍ରଶାସନ ମୁଖ୍ୟାଳୟରୁ ମାତ୍ର ଏକ କିଲୋମିଟର ଦୂରତାରେ ଆଇନ୍‍ କୁ ଅଖିଠାର ମାରି ଜମି ଜବର ଦଖଲ ଏବଂ ପାଉଁ ଡମ୍ପିଂ ହେଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା କାହିଁକି ବୋଲି ପ୍ରଶ୍ନ ହେଉଛି। ସୂଚିତ ଯେ ଏହି ସରକାରୀ କିସମ ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ନିର୍ଭର ରେଙ୍ଗାଲି ପୁୁରୁଣାବସ୍ତି, ରାମାପଡ଼ା,ସାଲେପଡ଼ା,ଏବଂ ଆଖପାଖ ବସ୍ତି ର ଲୋକେ ଗୋଚାରଣ, ଜାଳେଣିକାଠ ସଂଗ୍ରହ, କେନ୍ଦୁପତ୍ର ସଂଗ୍ରହ,ବିଭିନ୍ନ ଔଷଧିୟ ଚେର ମୂଳ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରିଥାନ୍ତି।
ଏସଂକ୍ରାନ୍ତରେ ରେଙ୍ଗାଲି ତହସିଲଦାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଏହି ଜମି ବନ ବିଭାଗ ନାମ ରେ ପଟ୍ଟା କରାଯାଇଛି। ଏଣୁ ଗ୍ରାମବାସୀଙ୍କ ଅଭିଯୋଗ ପାଇଲା ପରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀଙ୍କ ପାଖକୁ ଗ୍ରାମବାସୀ ଦେଇଥିବା ଅଭିଯୋଗର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ ପତ୍ର ସଂଳଗ୍ନ କରି ଚିଠି ପଠାଇ ଦିଆଯାଇଛି ବୋଲି କହିଛନ୍ତି। ଉକ୍ତ ଜମି ବନ ବିଭାଗ ଅଧିନରେ ଥିବାରୁ ବନ ବିଭାଗ ଏସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାରିବେ ବୋଲି ଶ୍ରୀ ମେହେର ମତ ଦେଇଛନ୍ତି। ଅପରପକ୍ଷରେ ରେଙ୍ଗାଲି ବନାଞ୍ଚଳ ଅଧିକାରୀ ହରିହର ପାତ୍ରଙ୍କୁ ପଚରାଯିବାରୁ ମୁଁ ଏ ସଂକ୍ରାନ୍ତରେ ଅଦୌ ଜାଣି ନାହିଁ ବୋଲି ଉତ୍ତର ଦେଇ ତଦନ୍ତ ପାଇଁ ଷ୍ଟାଫ୍‍ ପଠାଇବି ବୋଲି କହିଥିଲେ।

Hot this week

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

Related Articles

Popular Categories