www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ଭୂତାଣୁର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଁ ଏବେ ବି ଚାଲିଛି ଗବେଷଣା: ନିକୋଲାସ ୱେଡ୍‌

କରୋନା ଭୂତାଣୁ ଯୋଗୁ ଏବେ ସାରା ବିଶ୍ଵ ସଙ୍କଟରେ ପଡ଼ିଛି। ଏଭଳି ସ୍ଥିତିରେ ଭୂତାଣୁ ମନୁଷ୍ୟକୃତ କିମ୍ବା ପ୍ରାକୃତିକ ତାହା ଜାଣିବା ଲାଗି ଅନେକ ଦେଶର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଥିବାବେଳେ କରୋନା ଭୂତାଣୁର ସଂକ୍ରମଣ କ୍ଷମତା ବୃଦ୍ଧି ପାଇଁ ଏବେ ଗବେଷଣା ଜାରି ରହିଛି ବୋଲି ଦାବି କରିଛନ୍ତି ବୈଜ୍ଞାନିକ। ନିକଟରେ କିଛି ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ନୂତନ ଗବେଷଣାରୁ ଏହି ତଥ୍ୟ ମିଳିଛି। ସେହିପରି କରୋନା ଭୂତାଣୁକୁ ଚୀନ ବୈଜ୍ଞାନିକମାନେ ଉହାନର ଏକ ପରୀକ୍ଷାଗାରରେ ତିଆରି କରିଥିଲେ, ଯେଉଁଠାରୁ ତାହା ଅନ୍ୟତ୍ର ବ୍ୟାପିଛି ବୋଲି ବୈଜ୍ଞାନିକମାନେ ପୁଣି କହିଛନ୍ତି।

ବିଜ୍ଞାନ ଗବେଷଣା ଭିତ୍ତିକ ପତ୍ରିକା ବୁଲେଟିନ ଅଫ ଏଟୋମିକ ସାଇଣ୍ଟିଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ ପ୍ରସିଦ୍ଧ ବୈଜ୍ଞାନିକ ତଥା ଲେଖକ ନିକୋଲାସ ୱେଡ୍‌ ଦାବି କରିଛନ୍ତି ଯେ, କରୋନା ଭୂତାଣୁକୁ ଚୀନର ଉହାନସ୍ଥିତ ବିଏସଏଲ୨ ପରୀକ୍ଷାଗାରରେ ତିଆରି କରାଯାଇଛି। ସେହିଠାରୁ ଏହି ଭୂତାଣୁ ପୂରା ଦୁନିଆକୁ ବ୍ୟାପିଛି। ଉହାନ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜିକୁ ପାଣ୍ଠି ଯୋଗାଉଥିବା ଆମେରିକୀୟ ସଂସ୍ଥା ଇକୋହେଲ୍‌ଥ ଆଲାଏନ୍ସ ଅଫ ନ୍ୟୁୟର୍କର ଅଧ୍ୟକ୍ଷ ଡା. ପିଟର ଡାସଜେକ୍‌ଙ୍କ ସାକ୍ଷାତକାରକୁ ନିକୋଲାସ ୱେଡ୍‌ ନିଜ ଲେଖାରେ ସ୍ଥାନିତ କରି ଏହି ଦାବି କରିଛନ୍ତି।

- Advertisement -

ପିଟର ଡାସ୍‌ଜେକ୍‌ ଏକ ସାକ୍ଷାତକାରରେ ସର୍ବପ୍ରଥମେ କହିଥିଲେ ଯେ, ଉହାନ ଲ୍ୟାବ୍‌ରେ ସ୍ପାଇକ୍‌ ପ୍ରୋଟିନର ରିପ୍ରୋଗ୍ରାମିଂ ଏବଂ ହ୍ୟୁମାନାଇଜ୍‌ଡ ମୂଷାଙ୍କୁ ସଂକ୍ରମିତ କରୁଥିବା କାଇମେରିକ କରୋନା ଭୂତାଣୁ ବିକଶିତ କରାଯାଇଥାଏ। ପ୍ରାୟ ୬ରୁ ୭ ବର୍ଷ ଧରି ଲ୍ୟାବରେ ସାର୍ସ ସମ୍ବନ୍ଧୀୟ ପ୍ରାୟ ୧୦୦ରୁ ଅଧିକ ନୂଆ କରୋନା ଭୂତାଣୁ ଠାବ କରାରଯାଇଛି। ସେଥିରୁ କିଛି ଭୂତାଣୁକୁ ମାନବ କୋଷିକା ଉପରେ ପରୀକ୍ଷା କରାଯାଇଛି।

ନିକୋଲାସ ୱେଡ୍‌ କହିଛନ୍ତି ଯେ, କରୋନା ଭୂତାଣୁ ସଂକ୍ରମଣର କ୍ଷମତା ବୃଦ୍ଧି ଉପରେ ଲଗାତର ଗବେଷଣା ଜାରି ରହଛି। କେବଳ ଏତିକି ନୁହେଁ, ଡା. ଡାସଜେକ୍‌ଙ୍କୁ ଜଣାଥିଲା ଯେ, ସେଠାରେ ବୈଜ୍ଞାନିକମାନଙ୍କୁ ସମ୍ପୂର୍ଣ୍ଣ ଭାବେ ସଂକ୍ରମଣରୁ ସୁରକ୍ଷିତ ରଖିବା ଲାଗି କରାଯାଇଥିବା ପ୍ରସ୍ତୁତିରେ ତ୍ରୁଟି ରହିଥିଲା। କିନ୍ତୁ ମହାମାରୀ ବ୍ୟାପିବା ପରେ ସ୍ବାସ୍ଥ୍ୟ ଅଧିକାରୀମାନଙ୍କୁ ପର୍ଯ୍ୟାପ୍ତ ତଥ୍ୟ ଦିଆଗଲା ନାହିଁ, ବରଂ ଭୂତାଣୁ ଲିକ୍‌ ହୋଇଥିବା ଆଶଙ୍କାକୁ ଖାରଜ କରିବା ଲାଗି ଉଦ୍ୟମ କରାଯାଇଥିଲା।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories